ମହାନଦୀ ଯୁବ ସଂଗଠନ ପକ୍ଷରୁ ପରିବେଶ ସୁରକ୍ଷା ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ 

ଓଡ଼ିଆ ବାର୍ତ୍ତା/ ସୋନପୁର (ସର୍ଜନ କୁମାର ପାଣ୍ଡେ): ମହାନଦୀ ଯୁବ ସଙ୍ଗଠନ ପକ୍ଷରୁ ବିନିକା ବ୍ଲକ ଶଙ୍କରା ସ୍ଥିତ ବ୍ରଜ ବିହାରୀ ଉଚ୍ଚ ବିଦ୍ୟାଳୟରେ ପରିବେଶ ସୁରକ୍ଷା ସମ୍ବନ୍ଧୀୟ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାନଦୀ ଯୁବ ସଂଗଠର ପ୍ରତିଷ୍ଠାତା କ୍ଷୀରସାଗର ବିଭାର ଉପସ୍ଥିତ ରହି ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ପରିବେଶ ପ୍ରଦୂଷଣ ଓ ସୁରକ୍ଷା ଉଦେଶ୍ୟରେ ବାୟୁ, ଜଳ, ବିଶ୍ୱ ତାପନ ସହ ପଲିଥିନ ପ୍ରଭାବରେ ପରିବେଶ ମଧ୍ୟରେ ପଡୁଥିବା କୁପ୍ରଭାବ, ପୋଲିଥିନ ବ୍ରିକ୍ସ ତିଆରି ମାଧ୍ୟମରେ ପରିବେଶରୁ ପଲିଥିନ ନିବାରଣ ସମ୍ୱନ୍ଧରେ ବିସ୍ତୃତ ଭାବେ ସୂଚିତ କରିଥିଲେ। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଅଶୋକ ପୃଷ୍ଟି ଯୋଗଦେଇ ଅଞ୍ଚଳର ପରିବେଶ ସହ ନିଜେ ନିଜେ କିପରି ସଚେତନତା ସହ କାର୍ଯ୍ୟ କରିବା ସେଥିପ୍ରତି ଯତ୍ନବାନ ରହିବା ନେଇ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ମୋ ବିଦ୍ୟାଳୟ ଅଭିଯାନ କମିଟି ସଭାପତି ଦାଶରଥି ନନ୍ଦ ମଧ୍ୟ ପରିବେଶ ସମ୍ପର୍କିତ ମତ ରଖିଥିବାବେଳେ ଶିକ୍ଷାନୁଷ୍ଠାନର କ୍ଷୀରବ୍ଧି ମେହେର, ପ୍ରତିଭା ସାହୁ, ସବିତା ଧରୁଆ, ଦେବାଶିଷ ମହାରଣା, ଶୂନ୍ୟ ସାହୁ, ବିଶ୍ୱରଂଜନ ମହାପାତ୍ର, ପରମାନନ୍ଦ ପଧାନ, ବଳରାମ ତ୍ରିପାଠୀ, ଜୟକୃଷ୍ଣ ତାଣ୍ଡି, ଧ୍ରୁବଚରଣ ଦେବତା, ତ୍ରିଲୋଚନ ହୋତା, ଶଙ୍କର ଥାନାପତି, ଚୈତନ୍ୟ ସାହୁ, ରାକେଶ ବେହେରା, ମଙ୍ଗଳୁ ସେଠୀ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ପ୍ରଧାନ ଶିକ୍ଷକ ସନୋଜ ସେଠୀ ବିଦ୍ୟାଳୟକୁ ଆଜି ଦିନ ଠାରୁ ପଲିଥିନ ମୁକ୍ତ ବିଦ୍ୟାଳୟ ଘୋଷଣା କରିବାସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.