ବିଶ୍ଵନାଥପୁର ସ୍ଥିତ ଭିଆରଓ ଠାରେ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ମୁଖ୍ୟାଳୟ ବିଶ୍ଵନାଥପୁର ସ୍ଥିତ ଭିଆରଓ ଠାରେ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ଅନୁଷ୍ଠିତ ହୋଇଯାଇଅଛି।(ଭିଆରଓ)ର ଓଡ଼ିଶା ନିର୍ଦ୍ଦେଶକ ଫାଦର ଜର୍ଜ ଏନ୍ତୋନୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଶିଶୁ ମହୋତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଲାଞ୍ଜିଗଡ଼ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ପଦ୍ମଲୋଚନ ସୁନା ଯୋଗ ଥିବାବେଳେ ସମ୍ମାନିତ ଅତିଥି ବିଧାୟକ ପ୍ରତିନିଧି ପ୍ରଦୀପ କୁମାର ଘଡ଼େଇ,ପାହାଡ଼ ପଦର ସମିତି ସଭ୍ୟ ଦଗଦିଶ ବେନିଆ, ବିଶ୍ଵନାଥପୁର ସରପଞ୍ଚ ସୁରଥ ମାଝୀ, ସମିତି ସଭ୍ୟ ଅଜିତ ପଧାନୀ, କଦମଗୁଡା ସରପଞ୍ଚ ସନ୍ତୋଷ ମାଝୀ, ପିଇଡବଲ୍ୟୁ ଏସୋସିଏସନର ସାଧାରଣ ସମ୍ପାଦକ ଗୋପାଳଦାସ ମହାନନ୍ଦ ଯୋଗଦେଇ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ କୃତି ଅର୍ଜନ କରିଥିବା ଶିଶୁମାନଙ୍କୁ ଦିଗଦର୍ଶନ ଦେଇ ଉତ୍ସାହ କରିଥିଲେ। ଏଥିରେ ଜିଲ୍ଲାର ବିଭିନ୍ନ ବ୍ଲକର ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମ ଦକ୍ଷିଣ ଓଡ଼ିଶା ସର୍କଲ ସଂଯୋଜିକା ଅମିତା ବେହେରା ପରିଚାଳନା କରିଥିଲେ ଓ ପାର୍ବତୀ ମହାରଣା, ମେନକା ପରିଡା, ହେମଲତା ପୋନ୍ତୋରୁ, ଅଞ୍ଜଳି ରଣା,ଭାମମ ମାଝୀ, ମିର୍ନଭା ସାହୁ, ଗୋବିନ୍ଦ ବେହେରାଙ୍କ ସମେତ ସମସ୍ତ କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.