ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ବ୍ଲକ ଅନ୍ତର୍ଗତ ଭବାନୀପୁର ଠାରେ କୁଲତା ଯୁବ ଶକ୍ତି ଓଡିଶା ଶାଖା କଳାହାଣ୍ଡିର ସାଙ୍ଗଠନିକ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। କୁଲତା ଯୁବ ଶକ୍ତି ଓଡିଶାର ସଭାପତି ଉମେଶ ଚନ୍ଦ୍ର ପଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ବୈଠକରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ କୁଲତା ସମାଜର ଯୁବକଯୁବତୀମାନେ ଯୋଗ ଦେଇଥିଲେ। ଏହି ବୈଠକରେ କୁଲତା ଯୁବ ଶକ୍ତି କଳାହାଣ୍ଡି ଶାଖାର କମିଟି ଗଠନ, ବିଭିନ୍ନ ବିଭାଗର କାର୍ଯ୍ୟକ୍ରମର ରୂପରେଖ ଉପରେ ଆଲୋଚନା ପର୍ଯ୍ୟାଲୋଚନା କରାଯାଇଥିଲା। ଏଥିରେ ସର୍ବସମ୍ମତ ଭାବରେ କେରୋକୁଡା ଗ୍ରାମର ତେଜରାଜ ସାଙ୍କୁ କୁଲତା ଯୁବ ଶକ୍ତି କଳାହାଣ୍ଡି ଶାଖାର ଜିଲ୍ଲା ମୁଖ୍ୟ ସଂଯୋଜକ ଭାବରେ ମନୋନୀତ କରାଯାଇଛି। ଆଜିର ବୈଠକରେ କୁଲତା ଯୁବ ଶକ୍ତି କଳାହାଣ୍ଡି ଶାଖାର ୫୦ ଜଣିଆ ଜିଲ୍ଲା କମିଟି ଗଠନ କରାଯିବା ସହ ବିଭିନ୍ନ ଦାୟିତ୍ବ ଅର୍ପଣ କରାଯାଇଥିଲା। ଏହି ବୈଠକରେ କୁଲତା ଯୁବ ଶକ୍ତି ଓଡିଶାର ଉପଦେଷ୍ଟା ହରେକୃଷ୍ଣ ଭୋଇ, ଜୋନ୍ ୧ ସଭାପତି ଡୋଲାମଣି ପ୍ରଧାନ, ରାଜ୍ୟ କୃଷି ସଂଯୋଜକ ସନ୍ତୋଷ ପଧାନ ତଥା ଯୁବ ଶକ୍ତି କଳାହାଣ୍ଡି ଜିଲ୍ଲାର ସକ୍ରିୟ ସଦସ୍ୟସଦସ୍ୟାମାନେ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମକୁ କୁଲତା ଯୁବ ଶକ୍ତି ଓଡିଶାର ସାଧାରଣ ସଂପାଦକ ହରିସ୍ ଚନ୍ଦ୍ର ନାଏକ ସଂଯୋଜନା କରିଥିବା ବେଳେ ସୁଜାନପୁର ଓ ଗୋଡଭଟା ଗ୍ରାମର ଯୁବକମାନେ ସହଯୋଗ କରିଥିଲେ।