ମ.ରାମପୁର ଶ୍ରୀ ରାମଲୀଳା ନାଟ୍ୟ ମହୋତ୍ସବ : ଭାବ ବିହ୍ୱଳ କଲା ରାମ ବନବାସ ପୂର୍ବର ଦୃଶ୍ୟରାଜି

ମ.ରାମପୁର,୨୨/୪ : ଶ୍ରୀରାମଜୀଉ ସାଂସ୍କୃତିକ ଅନୁଷ୍ଠାନ ମ.ରାମପୁର ଆନୁକୁଲ୍ୟରେ ପାଞ୍ଚ ଦିନ ବ୍ୟାପି ହେବାକୁ ଥିବା ଶ୍ରୀରାମ ଲୀଳା ନାଟ୍ୟ ମହୋତ୍ସବର ଦ୍ୱିତୀୟ ରଜନୀ(ରବିବାର) ମଂଚସ୍ଥ ହେଇଥିବା ଅଯୋଧ୍ୟା କାଣ୍ଡରେ ଦର୍ଶକ ବିଭୋର ହୋଇଥିବାବେଳେ ଭାବବିହ୍ୱଳ କରିଥିଲା ରାମ ବନବାସ ପୂର୍ବର ଦୃଶ୍ୟରାଜି । ସୀତା-ରାମଙ୍କ ଜୀବନ୍ତ ତଥା ହୃଦୟସ୍ପର୍ଶୀ ଅଭିନୟରେ ନାଟକର ଶେଷଯାଏଁ ବାନ୍ଧିହେଇ ରହିଥିଲେ ଦର୍ଶକ । ଅଧ୍ୟାପକ ତଥା ଗବେଷକ ଶୈଳେନ୍ଦ୍ର ଆଚାର୍ଯ୍ୟଙ୍କ ରଚନା ଓ ନିର୍ଦ୍ଦେଶନାରେ ଅତ୍ୟାଧୁନିକ ସାଜସଜ୍ଜା ସହ ସଂପୂର୍ଣ୍ଣ ରାମଲୀଳାର ଦ୍ୱିତୀୟ ଦିବସରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିରହିଥିବାବେଳେ ଦ୍ୱିତୀୟ ଦିବସରେ ମଂଚ ଉଦଘାଟନ କରିଥିଲେ ବିଶିଷ୍ଠ ଶିକ୍ଷାବିତ ତଥା ଯୁଗୋଦୟ ପତ୍ରିକାର ମୁଖ୍ୟ ସଂପାଦକ ଡ଼କ୍ଟର ଅଜୟ କୁମାର ମିଶ୍ର ।

ଅଯୋଧ୍ୟାକାଣ୍ଡ ଅବସରରେ ତାଡ଼କା ବଧ, ଅହଲ୍ୟା ଉଦ୍ଧାର, ନାବିକର ଗଂଗାପାରି, ଶିବଧନୁ ଭଙ୍ଗ, ରାମସୀତା ବିବାହ, ପର୍ଶୁରାମଙ୍କ ଦର୍ପଭଙ୍ଗ, ମନ୍ଥରାର କୁମନ୍ତ୍ରଣା, ରାମଲକ୍ଷ୍ମଣସୀତାଙ୍କ ବନବାସ ଆଦି ଦୃଶ୍ୟ ଅଭିନୀତ ହେଇଥିଲା । ମୁଖ୍ୟ ଭୁମିକାରେ ଅହଲ୍ୟା କେଶବ ଦଣ୍ଡିଆ, ରାମ ପ୍ରଦୀପ ସିଂ, ଲକ୍ଷ୍ମଣ ବିକାଶ ଆଚାର୍ଯ୍ୟ, ସୀତା ପ୍ରଶାନ୍ତ ମହାରଣା, ଜନକ ସୁରସେନ ମହାରଣା, ପର୍ଶୁରାମ ଅଜିତ ସିଂ, ନାବିକ ଦିଲୀପ ତ୍ରିପାଠି, ବଶିଷ୍ଠ ଡ଼ମ୍ବରୁଧର ଭୋଇ, ବିଶ୍ୱାମିତ୍ର ବନମାଳୀ ଦଣ୍ଡସେନା ପ୍ରମୁଖ ଅଭିନୟ କରୁଥିବା କରିଥିଲେ ।

ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ମହେଶ ସାହୁ(ଭୁବନେଶ୍ୱର) । କଣ୍ଠ ଦାନ ବରିଷ୍ଠ କଣ୍ଠ ଶିଳ୍ପୀ ସନ୍ତୋଷ କୁମାର ଦୁବେ, ସରସ୍ୱତୀ ଦାସ, ଧୀରେନ୍ଦ୍ର ମହାନ୍ତି, ପ୍ରବୀଣ ନାଏକ, ସ୍ମୃତିରେଖା ପାଢୀ, ଶିଶୁ କଣ୍ଠ ଶିଳ୍ପୀ ପିହୁ ପ୍ରିୟଦର୍ଶୀନୀ ଦୁବେ ଓ ବାଦ୍ୟଯନ୍ତ୍ରରେ ସୁଶାନ୍ତ, ବିନୟ, କାହ୍ନୁ, ପଦ୍ମଲୋଚନ, ବିକ୍ରମ, ଯୁଧିଷ୍ଟିର ଦାୟିତ୍ୱ ନିର୍ବାହ କରୁଥିବାବେଳେ ରୂପସଜ୍ଜା କରୁଛନ୍ତି ଦୀନବନ୍ଧୁ ମହାରଣା, ବୀରେନ୍ଦ୍ର ମହାରଣା, ଶିବ, ଭ୍ରମରବର, ସୁବାସ, ତ୍ରିନାଥ । ବିଶେଷ ତଦାରଖ ଦାୟିତ୍ୱରେ ନାରାୟଣ ମହାଲିକ ଓ ଜୟନ୍ତ ନାୟକ ରହିଛନ୍ତି ।

ଶ୍ରୀ ରାମଜୀଉ ଅନୁଷ୍ଠାନର ସଂପାଦନା ମଣ୍ଡଳୀ ଲଳିତ କୁମାର ମହାଲିକ,ମିହିର କୁମାର ଦୁବେଙ୍କ ସକ୍ରିୟ ସହଯୋଗରେ ପରିଚାଳିତ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ,କାଳୁ ମହାରଣା, ମଣ୍ଟୁ ପଟ୍ଟନାୟକ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମପରିଚାଳନାରେ ସହଯୋଗ କରୁଥିବାବେଳେ ଆଜି ତୃତୀୟ ଋଜନୀରେ ଆରଣ୍ୟକ କାଣ୍ଡ ମଂଚସ୍ଥ ହେବ । ଧୀରେ ଧୀରେ ଦର୍ଶକଙ୍କ ଭିଡ଼ ଲାଗିରହିଥିବାବେଳେ ଏହି ରାମଲୀଳାର ସ୍ୱାତନ୍ତ୍ର‌ତା ଆଜି ସାରା ଓଡ଼ିଶାରେ ମ.ରାମପୁର ମାଟିକୁ ଏକ ଭିନ୍ନ ପରିଚୟ ଦେଇଛି ବୋଲି ନାଟ୍ୟଗବେଷକ ଭଜକୃଷ୍ଣ ମହାନ୍ତି ଓ ଚକ୍ରଧର ତ୍ରିପାଠୀ(ଭୁବନେଶ୍ୱର) ଆମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି । ଏହି ନାଟକ ଦେଖିବାକୁ ଜିଲ୍ଲା ତଥା ଜିଲ୍ଲା ବାହାରୁ ଦର୍ଶକଙ୍କ ସମାଗମ ହେଉଥିବା ଏବଂ ଜନାଦୃତି ଲାଭ କରୁଥିବା ଦେଖାଯାଇଛି । 

ସ୍ବତନ୍ତ୍ର ପ୍ରତିନିଧି ହେମନ୍ତ ସାହୁଙ୍କ ରିପୋର୍ଟ odiabarta.in

ହ୍ଵାଟ୍ସଆପରେ ଲେଟେଷ୍ଟ ନ୍ୟୁଜ୍ ଅପଡେଟ୍ ପାଇବା ପାଇଁ ତଳେ କ୍ଲିକ୍ କରନ୍ତୁ👇

http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.