ସୋନପୁର,୨୨/୪ : ସୁବର୍ଣ୍ଣପୁର ଜିଲାର ପ୍ରମୁଖ ନିର୍ବାଚନମଣ୍ଡଳୀ ସୋନପୁର ଓ ବିରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଯାଇଛି । ଇଭିଏମରେ ପ୍ରାର୍ଥିଙ୍କ ଭୋଟ ରହିଥିବା ବେଳେ ଆସନ୍ତା ମଇ ମାସ ୨୩ ତାରିଖ ଦିନ କିଏ ବିଜୟୀ ହେବ ଜଣା ପଡ଼ିଯିବ । ହେଲେ ବର୍ତ୍ତମାନ ପ୍ରାର୍ଥୀ ଓ ସମର୍ଥକ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର ଚର୍ଚ୍ଚା ଆରମ୍ଭ ହୋଇଗଲାଣି । ଛକ, ଚା ଦୋକାନ, ଜନ ଗହଳୀ ସ୍ଥାନ, ଗାଁ ମାନଙ୍କରେ ବିଭିନ୍ନ ଦଳର ପ୍ରାର୍ଥୀ ଓ ସମର୍ଥକ ମାନେ ହିସାବ ଗଣତି ଆରମ୍ଭ କରି ଦେଇଛନ୍ତି । କିଏ କେଉ ଗ୍ରାମରୁ କେତେ ଭୋଟ ପାଇଛନ୍ତି, ତାଙ୍କ ନିକଟତମ ଅନ୍ୟ ପ୍ରତିଦ୍ୱନ୍ଦ୍ୱୀମାନେ କେତେ ଭୋଟ ପାଇଛନ୍ତି ସେ ବିଷୟରେ ଆଲୋଚନା ହୋଇ ନିଜ ସମର୍ଥକ କର୍ମିମାନେ ନିଜ ଦଳର ପ୍ରାର୍ଥୀ ମାନଙ୍କୁ ବିଜୟୀ ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ସୋନପୁର ନିର୍ବାଚନ ମଣ୍ଡଳୀରେ ତ୍ରିମୁଖି ଲଢ଼େଇ ହୋଇଥିବା ବେଳେ ପ୍ରମୁଖ ରାଜନୈତିକ ଦଳ ବିଜେପି, ବିଜେଡି ଏବଂ କଂଗ୍ରେସ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଦେଖାଦେଇଛି । ପ୍ରତି ଗାଁରେ ୩ ଦଳକୁ ଆଶାୟୀ ପ୍ରାର୍ଥୀଙ୍କୁ ଭୋଟ ମିଳିଥିବା ଆଲୋଚନା ହେଉଛି । ଅନ୍ୟପକ୍ଷରେ ଗଣତି ପରେ ଦିନ କିଏ ପ୍ରକୃତ ବିଜୟୀ ହେଉଛନ୍ତି ତାହା ସ୍ପଷ୍ଟ ହୋଇଯିବ
ସୋନପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ କୁମାର ସାହୁଙ୍କ ରିପୋର୍ଟ odiabarta.in