‘ହେପାଜତରେ ଥିବା ବେଳେ ମହିଳା ଅଭିଯୁକ୍ତଙ୍କ କୁମାରୀତ୍ୱ ପରୀକ୍ଷା ଅସାମ୍ବିଧାନିକ’

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ଏକ ପିଟିସନର ଶୁଣାଣି କରି କହିଛନ୍ତି ଯେ ନ୍ୟାୟିକ କିମ୍ବା ପୋଲିସ୍ ହେପାଜତରେ କୌଣସି ମହିଳା ଅଭିଯୁକ୍ତଙ୍କ କୁମାରୀତ୍ୱ ପରୀକ୍ଷା କରିବା ଅସାମ୍ବିଧାନିକ। ଜେଲରେ ଥିବା ବ୍ୟକ୍ତିଙ୍କ ମୌଳିକ ସମ୍ମାନ ରକ୍ଷା କରାଯିବା ଆବଶ୍ୟକ। ଦିଲ୍ଲୀ ହାଇକୋର୍ଟରେ ଜଷ୍ଟିସ ସ୍ୱର୍ଣ୍ଣକାନ୍ତ ଶର୍ମା କେରଳର ଏକ ହତ୍ୟା ମାମଲାରେ ସିଷ୍ଟର ସେଫିଙ୍କ ଆବେଦନ ଶୁଣାଣି କରି କୁମାରୀତ୍ୱ ପରୀକ୍ଷାକୁ ଅସାମ୍ବିଧାନିକ ବୋଲି କହିଛନ୍ତି। ଜଷ୍ଟିସ୍ ସ୍ୱର୍ଣ୍ଣ କାନ୍ତ ଶର୍ମାଙ୍କ ଖଣ୍ଡପୀଠ କହିଛନ୍ତି ଯେ ୧୯୯୨ରେ କେରଳରେ ସିଷ୍ଟର ଅଭୟା ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ସିଷ୍ଟର ସେଫିଙ୍କ ଉପରେ କୁମାରୀତ୍ୱ ପରୀକ୍ଷା କରିବା ଅସାମ୍ବିଧାନିକ। ଜେଲରେ ଥିବା ବ୍ୟକ୍ତିଙ୍କ ମୌଳିକ ସମ୍ମାନ ରକ୍ଷା କରାଯିବା ଆବଶ୍ୟକ। କିନ୍ତୁ ଏହା ଉଲ୍ଲଂଘନ କରାଯାଇଛି। ଏହା ସହିତ ଜଷ୍ଟିସ ସ୍ୱର୍ଣ୍ଣକାନ୍ତ ଶର୍ମା ଏହି ରାୟ ଦେବାବେଳେ କହିଛନ୍ତି ଯେ ନ୍ୟାୟିକ କିମ୍ବା ପୋଲିସ ହେପାଜତରେ ତଦନ୍ତ ବେଳେ ଜଣେ ମହିଳା କଏଦୀ କିମ୍ବା ଅଭିଯୁକ୍ତଙ୍କ କୁମାରୀତ୍ୱ ପରୀକ୍ଷା କରିବା ଅସାମ୍ବିଧାନିକ। ଏହା ଧାରା ୨୧ ର ଉଲ୍ଲଂଘନ ବୋଲି ସମ୍ବିଧାନରେ ଉଲ୍ଲେଖ ରହିଛି। ହତ୍ୟା ମାମଲାରେ ସିବିଆଇ ତଦନ୍ତକରି ଆବେଦନକାରୀଙ୍କର ୨୦୦୮ ମସିହା ନଭେମ୍ବର ୧୯ରେ କୁମାରୀତ୍ୱ ପରୀକ୍ଷା କରିଥିଲା। ଏହିସବୁ ମାମଲାରେ ତଦନ୍ତ ଅଧିକାରୀମାନେ ସମ୍ବେଦନଶୀଳ ହେବାକୁ ଦିଲ୍ଲୀ ହାଇକୋର୍ଟ ତଦନ୍ତକାରୀ ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ଜଷ୍ଟିସ ଶର୍ମା କହିଛନ୍ତି ଯେ ସିଷ୍ଟରଙ୍କ ନିକଟରେ ଅନେକ ଆଇନଗତ ପ୍ରତିକାର ଉପଲବ୍ଧ ଅଛି, କାରଣ ସେ ଦାବି କରିଛନ୍ତି ଯେ ତାଙ୍କର କୁମାରୀତ୍ୱ ପରୀକ୍ଷା ରିପୋର୍ଟ ଲିକ୍ ହୋଇଛି। ଏବଂ ତାଙ୍କ ବାବଦରେ ଅନେକ ମିଛ ଅପପ୍ରଚାର ହୋଇଛି।ଆବେଦନକାରୀଙ୍କ ମାନବିକ ଅଧିକାରର ଉଲ୍ଲଂଘନ ହୋଇଥିବାରୁ କ୍ଷତିପୂରଣ ମାଗିବାକୁ ସିଷ୍ଟର ସେଫିଙ୍କୁ ସ୍ୱାଧୀନତା ପ୍ରଦାନ କରିଛନ୍ତି ଜଷ୍ଟିସ୍ ଶର୍ମା।

Omkar Vasthu
Omkar Vasthu

 

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.