ଗଣତନ୍ତ୍ରର ଶକ୍ତି ହେଉଛି ସମାଲୋଚନା -ପ୍ରଧାନମନ୍ତ୍ରୀ ମୋଦୀ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ଉପରେ ପ୍ରଧାନମନ୍ତ୍ରୀ ଆଜି ଲୋକସଭାରେ ଅଭିଭାଷଣ ଦେଇ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳ ଉପରେ ବର୍ଷିଛନ୍ତି। ଏହାସହ ବିରୋଧୀଙ୍କ କଥାକୁ ଲୋକେ ବିଶ୍ୱାସ କରିବେ ନାହିଁ ବୋଲି କହିଛନ୍ତି। କିନ୍ତୁ ଯେଉଁମାନେ ଅହଙ୍କାରରେ ବଞ୍ଚିଥାନ୍ତି, ସେମାନେ ଭାବୁଛନ୍ତି ଯେ କେବଳ ମୋଦୀଙ୍କୁ ଗାଳି ଦେବା ଦ୍ୱାରା ଆମର ରାସ୍ତା ସ୍ପଷ୍ଟ ହୋଇଯିବ ବୋଲି କହି କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି। ଲୋକଙ୍କର ମୋଦୀଙ୍କ ଉପରେ ଯେଉଁ ବିଶ୍ୱାସ ରହିଛି ତାହା ଖବରକାଗଜ କିମ୍ବା ଟିଭିରେ ଖବର ପ୍ରସାରିତ ହେବାରୁ ଆସି ନାହିଁ। ବରଂ ଏଥିପାଇଁ ଅନେକ କିଛି କରିବାକୁ ପଡ଼ିଥାଏ। ଆଉ ସେ ଦେଶବାସୀଙ୍କ ପାଇଁ ଯେଉଁସବୁ କାମ ହେବା କଥା କରୁଛନ୍ତି ବୋଲି କହିଛନ୍ତି। ଏଥିପାଇଁ ସେ ତାଙ୍କ ଜୀବନକୁ ଉତ୍ସର୍ଗୀତୃତ କରିଛନ୍ତି ବୋଲି କହିଛନ୍ତି। ଦେଶବାସୀଙ୍କର ଯେଉଁ ବିଶ୍ୱାସ ରହିଛି ତାହା ବିରୋଧୀ ବୁଝୁଥିବା ବିଚାରଶକ୍ତି ବାହାରେ ବୋଲି ମୋଦୀ କହିଛନ୍ତି। ଆମ ଦେଶର ୮୦ କୋଟି ଲୋକ ସରକାରଙ୍କ ଦ୍ୱାରା ମାଗଣା ରାସନ ପାଇଛନ୍ତି। ସେମାନେ କେବେ ବିରୋଧୀଙ୍କ ମିଛ ଏବଂ ଅପମାନଜନକ ଶବ୍ଦ ଉପରେ ବିଶ୍ୱାସ କରିବେ ନାହିଁ ବୋଲି କହିଛନ୍ତି। ଚାଷୀଙ୍କଠୁ ଆରମ୍ଭ କରି ମଧ୍ୟବିତ ଏବଂ ଗରିବ ଶ୍ରେଣୀର ଲୋକ ତାଙ୍କ ସରକାରରେ ଉପକୃତ ହୋଇଛନ୍ତି। ରୋଷେଇ ଗ୍ୟାସର ୯ କୋଟି ଲୋକ, ୧୧ କୋଟି ଲୋକ ଘର ପାଇଛନ୍ତି। ବିରୋଧୀ ତାଙ୍କ ସରକାରକୁ ସମାଲୋଚନା କରିବାକୁ ଯାଇ ଯେଉଁଭଳି ଅପମାନଜନକ ଶବ୍ଦ ଏବଂ ମିଛି ପ୍ରଚାର କରୁଛନ୍ତି ତାକୁ ଲୋକେ କେବେ ବିଶ୍ୱାସ କରିବେ ନାହିଁ ବୋଲି ମୋଦୀ କହିଛନ୍ତି।

Omkar Vasthu
Omkar Vasthu

ଗଣତନ୍ତ୍ରର ଶକ୍ତି ହେଉଛି ସମାଲୋଚନା। ପ୍ରଧାନମନ୍ତ୍ରୀ ମୋଦୀ ଆଜି ଏହା କହିଛନ୍ତି। ସେ କହିଛନ୍ତି ନିଜର ୯ ବର୍ଷ ସରକାରରେ କିଏ କେବେ ସମାଲୋଚନା କରିବେ ତାକୁ ସେ ଅପେକ୍ଷା କରିଛନ୍ତି। ୯ ବର୍ଷ ସରକାରରେ ସମାଲୋଚନା ଆସିନି ବରଂ କେବଳ ଅଭିଯୋଗ ଆସିଛି ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଏହି ଅବସରରେ ବିରୋଧୀଙ୍କୁ କଟାକ୍ଷ କରି କହିଛନ୍ତି ଯେ ଆପଣଙ୍କ ପାଦ ତଳେ କୌଣସି ଜମି ନାହିଁ। ଆଶ୍ଚର୍ଯ୍ୟର କଥା ଏହା ପରେ ମଧ୍ୟ ଆପଣ ଜାଣିନାହାନ୍ତି।

Pearl dental clinic
Near Ashish Medical Store, Bhawanipatna

 

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.