ପ୍ରତିଷ୍ଠିତ ଲ’ କମ୍ପାନୀ ରଖିବ ଆଦାନୀଙ୍କ ପକ୍ଷ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଆଦାନୀ ଗ୍ରୁପ୍ ଏବଂ ଆମେରିକାର  ହିଣ୍ଡେନବର୍ଗ ଏବେ ଆହୁରି ମୁହାଁମୁହିଁ ହେବାକୁ ଯାଉଛନ୍ତି। ଆଦାନୀ ଗ୍ରୁପ୍ ହିଣ୍ଡେନବର୍ଗ ବିରୋଧରେ କୋର୍ଟରେ ଜୋରଦାର ଲଢ଼େଇ କରିବାକୁ ଯୋଜନା କରିଛନ୍ତି। ଏଥିପାଇଁ ଗୌତମ ଆଦାନୀଙ୍କ ନେତୃତ୍ୱାଧୀନ ଗ୍ରୁପ୍ ଆମେରିକାର ଅନ୍ୟତମ ବଡ଼ ତଥା ପ୍ରତିଷ୍ଠିତ ଲ’ ବା ଆଇନ ସଂସ୍ଥାକୁ ନିଯୁକ୍ତି ଦେଇଛନ୍ତି। ଏହି କମ୍ପାନୀର ନାମ ହେଉଛି ୱାଚେଟେଲ (Wachtell)। ନିକଟରେ ଟ୍ବିଟର କିଣିବା ନେଇ ଏବେର ମାଲିକ ଏଲୋନ ମସ୍କ ଏବଂ ପୂର୍ବତନ ମାଲିକଙ୍କ ମଧ୍ୟରେ ଯେଉଁ ବିବାଦ ଦେଖାଦେଇଥିଲା ସେଥିରେ ଏହି ଓ୍ୱାଚେଲ କମ୍ପାନୀ ସମାଧାନ ଦିଗରେ ଗୋଟିଏ ବଡ଼ ଭୂମିକା ନେଇଥିଲା। ବିଜନେସ୍ ଟୁଡେର ରିପୋର୍ଟ ଅନୁଯାୟୀ, ଆଦାନି ଗ୍ରୁପ ହିଣ୍ଡେନବର୍ଗ ବିରୋଧରେ ଆଇନଗତ ଯୁଦ୍ଧ ପାଇଁ ୱାଚଟେଲ, ଲିଫଟନ୍, ରୋସନ, କ୍ୟାଟଜଙ୍କ ପରି ନ୍ୟୁୟର୍କର ଆଇନ ବିଶେଷଜ୍ଞଙ୍କ ନିକଟକୁ ଯାଇଛନ୍ତି। ହିଣ୍ଡେନବର୍ଗ ରିପୋର୍ଟ ପରେ କମ୍ପାନୀକୁ ବହୁ କ୍ଷତି ସହିବାକୁ ପଡିଛି। ବର୍ତ୍ତମାନ ଆଦାନୀ ଗ୍ରୁପ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଆମେରିକୀୟ ଲିଗାଲ୍ ଫାର୍ମ ୱାଚେଲଙ୍କୁ ନିଯୁକ୍ତି ଦେଇଛନ୍ତି। ୱାଚଟେଲ ଆଦାନୀ ଗ୍ରୁପ ସହିତ କାମ କରୁଥିବା ସିରିଲ ଅମରଚାନ୍ଦ ମଙ୍ଗଲଦାସ ଫାର୍ମଙ୍କ ଅଫିସ ସହିତ ଯୋଗାଯୋଗ କରିଥିଲା। ସିରିଲ ଅମରଚାନ୍ଦ ମଙ୍ଗଲଦାସଙ୍କ ଝିଅ ଗୌତମ ଆଦାନୀଙ୍କ ପୁଅଙ୍କୁ ବିବାହ କରିଛନ୍ତି। ସିରିଲ ଅମରତାନ୍ଦଙ୍କ କମ୍ପାନୀ ଆଇନ ପରାମର୍ଶଦାତା ଭାବେ ଆଦାନୀ ଗ୍ରୁପ ସହିତ ଜଡ଼ିତ। ହିଣ୍ଡେନବର୍ଗ ଜାନୁଆରୀ ୨୪ରେ ଆଦାନୀ ଗ୍ରୁପ୍ କମ୍ପାନୀ ବାବଦରେ ଏକ ରିପୋର୍ଟ ଉପସ୍ଥାପନ କରିଥିଲା। ଏହି ରିପୋର୍ଟ ଆସିବା ପରଠାରୁ ଆଦାନୀ ଗ୍ରୁପ୍ ଏହାର କମ୍ପାନୀର ସେୟାରରେ ବଡ଼ ଘାଟା ହୋଇଛି। ହିଣ୍ଡେନବର୍ଗ ରିସର୍ଚ୍ଚର ଏକ ରିପୋର୍ଟରେ ଆଦାନୀ ଗ୍ରୁପ୍ ସେୟାରରେ ହେରଫେର କରିଥିବା ନେଇ ଦାବି କରାଯାଇଥିଲା। କିନ୍ତୁ ଆଦାନୀ ଗ୍ରୁପ୍ ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିଦେଇଛି। ଏହାପରେ ହିଣ୍ଡେନବର୍ଗ ମଧ୍ୟ ଆମେରିକା କୋର୍ଟରେ ରିପୋର୍ଟକୁ ଚ୍ଯାଲେଞ୍ଜ କରିବାକୁ ଆଦାନୀଙ୍କୁ ଆହ୍ବାନ କରିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.