ଉଛଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୫୪ତମ ବାର୍ଷିକ ଉତ୍ସବ

● ଆମେ ଯାହା ବି କରୁଛୁ, କେବଳ ଛାତ୍ରଛାତ୍ରୀଙ୍କ ପାଇଁ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଉଛଳା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୫୪ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ଯ ଅତିଥି ଭାବେ ଯୋଗଦେଇ ଗୋଲାମୁଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ନବକିଶୋର ସାହୁ କହିଥିଲେ ଯେ, ଉଛଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଏହି ବାର୍ଷିକ ଉତ୍ସବ ସମସ୍ତ ବିଦ୍ୟାଳୟ ପାଇଁ ସୁନ୍ଦର ବାର୍ତ୍ତା ବହନ କରୁଛି। ମୁଖ୍ଯ ବକ୍ତା ଭାବେ ଯୋଗଦେଇ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ କେନ୍ଦ୍ର କଳାହାଣ୍ଡିର ଅଧ୍ୟକ୍ଷା ସ୍ନେହପ୍ରଭା ମହାପାତ୍ର ଅଧ୍ୟକ୍ଷା ଆମେ ଯାହା ବି କରୁ କିମ୍ବା କରିଆସୁଛୁ ସେସବୁ କେବଳ ଛାତ୍ରଛାତ୍ରୀଙ୍କ ପାଇଁ ବୋଲି ମତ ପ୍ରକାଶ କରିଥିଲେ। ସମ୍ମାନିତ ଅତିଥି ଉଛଳା ସିଆରସିସି ଅଜିତ କୁମାର ପଧାନ ତାଙ୍କ ବକ୍ତବ୍ୟରେ କହିଥିଲେ କି, ଜଣେ ସିଆରସିସି ପାଇଁ ଏହି ମୁହୂର୍ତ୍ତ ହିଁ ଶ୍ରେଷ୍ଠ ମୁହୂର୍ତ୍ତ, ଯେଉଁଠି ଶିକ୍ଷକ ଓ ଛାତ୍ରଛାତ୍ରୀ ତାଙ୍କ ପ୍ରିୟ ମଣିଷକୁ ହାତଠାରି ଡାକୁଛନ୍ତି। ଉଛଲା ବିଦ୍ୟାଳୟର ଏହି ୫୪ତମ ବାର୍ଷିକ ଉତ୍ସବ ସବୁ ବର୍ଷ ଏମିତି ବାର୍ତ୍ତା ଦେଉଥାଉ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ଉଛଳା ସରପଞ୍ଚ ପୂର୍ଣ୍ଣିମା ଶବର, ବିଆରସିସି ଗୋଲାମୁଣ୍ଡା ଲବଣି ନାଏକ, ଶ୍ଯାମସୁନ୍ଦର ଅଗ୍ରୱାଲ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ କନ୍ଦର୍ପ ଭୋଇ, ଜିଲ୍ଲାପରିଷଦ ସଦସ୍ଯ ଜୟସେନ ସାହୁ, ଗଙ୍ଗାଧର ଶବର, ସାନଚେରଗାଁ ସିଆରସିସି ଅମିତ ଜାଲ ପ୍ରମୁଖ ଉପସ୍ଥିତ ଥିଲେ। ଶିକ୍ଷକ ସୁନୀଲ କୁମାର ଦାଶ ଅତିଥି ପରିଚୟ, ବିବରଣୀ ପଠନ କରିଥିବା ବେଳେ ପ୍ରଧାନଶିକ୍ଷକ ସ୍ବରାଜ ବାଗ ଧନ୍ଯବାଦ ଅର୍ପଣ କରିଥିଲେ।ବିଦ୍ଯାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ପରିଶେଷରେ ମୁଖ୍ୟ ଅତିଥି, ମୁଖ୍ୟ ବକ୍ତା ଓ ସମ୍ମାନିତ ଅତିଥିଙ୍କ ଦ୍ଵାରା ଛତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.