ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ବୋର୍ଡ଼ାର ୨୩ତମ ବାର୍ଷିକଉତ୍ସବ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ):  ଭବାନୀପାଟଣା ବ୍ଲକ ଅନ୍ତର୍ଗତ ବୋର୍ଡ଼ା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ୨୩ ତମ ବାର୍ଷିକଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।  ନିରୋଜ କୁମାର ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଉକ୍ତ ସମାରୋହରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ସାଂସଦ  ବସନ୍ତ କୁମାର ପଣ୍ଡା, ମୁଖ୍ୟ ବକ୍ତା ଭାବେ ଯୁକ୍ତ ଦୁଇ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁମନ କୁମାର ରଥ, ସମ୍ମାନିତ ଅତିଥି ଭାବେ ଭବାନୀପାଟଣା ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଫୁଲ୍ଲ ସାହୁ ଓ ବୋର୍ଡ଼ା ସରପଞ୍ଚ ରୀନା ରାଣୀ ଜାଲ, ନିରାକାର ଶବର ପ୍ରମୁଖ ମଞ୍ଚାସୀନ ଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଇନ୍ଦୁଭୁଷଣ ସାହୁ ବାର୍ଷିକ ବିବରଣୀ ପଠନ କରିଥିବା ବେଳେ ରୋଶନ ଲାଲ ଛତର କାର୍ଯ୍ୟକ୍ରମ ପରିଚାଳନା ଓ ଅତିଥି ପରିଚୟ ମାନସ ପଧାନ ଦେଇଥିଲେ ।

ବିଦ୍ୟାଳୟର ଗର୍ବ ଓ ଗୌରବ ଦୃଷ୍ଟିରୁ ବିଦ୍ୟାଳୟର ପୁରାତନ ଛାତ୍ରୀ ସୁଶ୍ରୀ ନନ୍ଦିତା ଜୈନ M. B. B.S) ସୁଶ୍ରୀ ନେହା ଜୈନ (software engineer),  ବିଶାଳ ରଞ୍ଜନ ପଧାନ (software engineer)ଓ  କାମରାଜ ତନ୍ତୀ (O. A. S)ଙ୍କୁ ସମ୍ମାନିତ କରାଯାଇଥିଲା। ବିଦ୍ୟାଳୟରେ ବିଭିନ୍ନ କୃତି ଛାତ୍ର /ଛାତ୍ରୀଙ୍କୁ ପୁରସ୍କାର ଦିଆଯାଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମରେ ଶିଶୁ ବାଟିକା ନୃତ୍ୟ, ଭଜନ ଓଡିଶୀ, ପିରାମିଡ଼ ଓ ଲୋକନୃତ୍ୟ ଘୁମୁରା ପ୍ରଦର୍ଶନ କରାଯାଇଥିଲା । ଏଥିରେ ବିଦ୍ୟାଳୟର ଗୁରୁଜୀ /ଗୁରୁମା  ମୋହନ ସାହୁ, ଗୀତାଞ୍ଜଳି ଥନାପତି, ସୋବନ୍ତି ଠାକୁର, ଅନିତା ଲେଙ୍କା, ସମିତା ପ୍ରଧାନ, ଅମିତ ପଧାନ, ଅବନୀ ସାହୁ, ହେମନ୍ତ ବଗର୍ତ୍ତୀ, ନିବୃତ ପଧାନ, ଖୁସିରାମ ସାହୁ, ଅନିତା ଭୋଇ, ସୁଜାତା ଭୋଇ ସହଯୋଗ କରିଥିଲେ। ଶେଷରେ ଧନଞ୍ଜୟ ଗହୀର ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.