ପ୍ରଧାନମନ୍ତ୍ରୀ ଆବାସ ଗୃହରେ ଝୁଲୁଛି ତାଲା, ରହୁନାହାନ୍ତି ଲୋକେ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଗଜିନ୍ଦ୍ର ସାହୁ): ରାଜ୍ୟରେ କଚ୍ଚା ଘରେ ରହୁଥିବା ସମସ୍ତ ଯୋଗ୍ୟ ପରିବାରଙ୍କୁ ପକ୍କାଘର ଯୋଗାଇଦେବା ପାଇଁ ରାଜ୍ୟ ସରକାର ଅଙ୍ଗୀକାର ବଦ୍ଧ। ଏଥିପାଇଁ ବିଜୁ ପକ୍କାଘର, ନିର୍ମାଣ ଶ୍ରମିକ ପକ୍କାଘର ଯୋଜନା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି। ଯାହାକି ଯୋଗ୍ୟତା ଆଧାରରେ ହିତାଧିକାରୀଙ୍କୁ ଚୟନ କରାଯାଇ ପକ୍କାଘର ମଞ୍ଜୁର କରାଯାଇଥିବା ବେଳେ ଗୃହ ନିର୍ମାଣ କରିବା ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି। ହେଲେ ବାସ୍ତବରେ ତାହା କେତେ ସଫଳତା ହୋଇଛି ତାହାର ଜ୍ଵଳନ୍ତ ଉଦାହରଣ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକରେ ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମଞ୍ଜୁର ହୋଇଥିବା ହିତାଧିକାରୀମାନେ ସରକାରଙ୍କ ଆର୍ଥିକ ସହାୟତାରେ ଗୃହ ନିର୍ମାଣ କରୁଛନ୍ତି। ତେବେ ନିର୍ମାଣ ହୋଇଥିବା ଗୃହ ଗୁଡ଼ିକରେ ଲୋକେ ନରହି ତାଲା ପକାଇ ରଖୁଛନ୍ତି। ଯାହାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଖଣ୍ଡିଏ ପକ୍କା ଘର ନିର୍ମାଣ କରି ସୁବିଧାରେ ରହିବା ପାଇଁ ଅନେକ ଯୋଗ୍ୟ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ହେବାରୁ ବଞ୍ଚିତ ହୋଇଥିବା ନେଇ ଅଭିଯୋଗ ହେଉଛି। ହେଲେ ଯେଉଁ ହିତାଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାଯାଇ ସରକାରଙ୍କ ଆର୍ଥିକ ସହାୟତାରେ ପକ୍କା ଗୃହ ଯୋଗାଇ ଦିଆଯାଇଛି ସେମାନେ ସେଠାରେ ନରହି ତାଲା ପକାଇ ରଖିବା ଅଭିଯୋଗକୁ ନେଇ ବୁଦ୍ଧିଜୀବୀ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଯାହାକି କେସିଙ୍ଗା ବ୍ଲକର ବିଭିନ୍ନ ପଞ୍ଚାୟତରେ ଏଭଳି ଅଭିଯୋଗ ଶୁଣିବାକୁ ମିଳୁଥିବା ବେଳେ ତାହାର ସ୍ପଷ୍ଟ ପ୍ରମାଣ ଦେଖିବାକୁ ମିଳିଛି ଲଇତରା ପଞ୍ଚାୟତରେ। ବେସରକାରୀ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ଗତ ୨୦୧୬-୧୭ ଆର୍ଥିକ ବର୍ଷରୁ ବର୍ତ୍ତମାନ ସୁଦ୍ଧା କେସିଙ୍ଗା ବ୍ଲକର ୨୬ ଗୋଟି ପଞ୍ଚାୟତରେ ୫ ଶହରୁ ଅଧିକ ପ୍ରଧାନମନ୍ତ୍ରୀ ଆବାସ ଘର ସଂପୂର୍ଣ୍ଣ ହୋଇପାରି ନାହିଁ। କେସିଙ୍ଗା ବ୍ଲକର ଲଇତରା ପଞ୍ଚାୟତରେ ଗତ ୨୦୧୭-୧୮ ଓ ୨୦୧୯-୨୦ ଆର୍ଥିକ ବର୍ଷର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣ ହୋଇଥିବା ହିତାଧିକାରୀ ମାନଙ୍କ ଗୃହ ଗୁଡ଼ିକରେ ତାଲା ଝୁଲୁଥିବା ଦେଖିବାକୁ ମିଳିଛି। ଉକ୍ତ ପଞ୍ଚାୟତ ପାଇଁ ଗତ ୨୦୧୭-୧୮ ଆର୍ଥିକ ବର୍ଷରେ ୫୩ ଗୋଟି ଓ ୨୦୧୯-୨୦ ଆର୍ଥିକ ବର୍ଷରେ ୮୮ ଗୋଟି ଘର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଗୃହ ନିର୍ମାଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ରହିଥିଲା।

Udyog Nursery
Udyogi Nursery

ଲଇତରା ଗ୍ରାମର ବାଞ୍ଜିମୁଣ୍ଡାର ଏକ ସରକାରୀ ଜାଗାରେ କେତେକ ଲୋକେ ପଟ୍ଟା ପାଇ ସେଠାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସରକାରଙ୍କ ଆର୍ଥିକ ସହାୟତାରେ ହିତାଧିକାରୀମାନେ ପକ୍କା ଘର ନିର୍ମାଣ କରିଥିଲେ। ହେଲେ ଭୁତପ୍ରେତର ଅନ୍ଧବିଶ୍ୱାସକୁ ନେଇ ସେଠାରେ ବସବାସ କରୁନଥିବା ଶୁଣିବାକୁ ମିଳୁଛି। ବର୍ତ୍ତମାନର ଆଧୁନିକ ଯୁଗରେ ଲୋକମାନଙ୍କ ସଚେତନତାର ଅଭାବ ଦେଖାଦେଇଛି। ପ୍ରଶାସନ କେବଳ ଘର ନିର୍ମାଣ ପ୍ରତି ଦୃଷ୍ଟି ଦେଉଥିବା ବେଳେ ସେଠାରେ ଲୋକେ ବସବାସ କରୁଛନ୍ତି କି ନାହିଁ ସେଥିପ୍ରତି ପଞ୍ଚାୟତ କିମ୍ବା ବ୍ଲକ୍ ପ୍ରଶାସନ ଦୃଷ୍ଟି ଦେଉ ନାହାଁନ୍ତି ବୋଲି ଅଭିଯୋଗ ହେଉଛି। ନିର୍ମାଣ ହୋଇଥିବା ଗୃହ ଗୁଡ଼ିକରେ ବସବାସ କରାଯାଉନଥିବା ଯୋଗୁଁ ପ୍ରଧାନମନ୍ତ୍ରୀ ଆବାସ ଘର ଗୁଡ଼ିକ ଭୁତକୋଠି ଅବସ୍ଥାରେ ପଡ଼ିରହିଥିବା ବିଷୟକୁ ନେଇ ସରପଞ୍ଚ ଅଶୋକ ପୋଡ଼ଙ୍କ ପ୍ରତିକ୍ରିୟା ନେବାରୁ ଲୋକଙ୍କୁ କୁହାଯାଉଛି ହେଲେ ସେମାନେ ବିଭିନ୍ନ ସମସ୍ୟା ଦର୍ଶାଇ ଯାଉନାହାଁନ୍ତି ବୋଲି ପ୍ରକାଶ କରିବା ସହ ସେମାନଙ୍କ ସୁବିଧା ପାଇଁ ବିଦ୍ୟୁତ ଓ ପାଣିର ବ୍ୟବସ୍ଥା କରାଯାଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.