ଆଜିଠାରୁ ଦୁଇ ଦିନିଆ କାମନା ଦଣ୍ଡ ଶତବାର୍ଷିକୀ ମହୋତ୍ସବ

ଢେଙ୍କାନାଳ, ବୌଦ୍ଧ ଓ ଖୋର୍ଦ୍ଧାର ସାଂସ୍କୃତିକ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ୧୯୨୨ ମସିହାରେ କଳାହାଣ୍ଡି ଜିଲ୍ଲାର ମ.ରାମପୁରଠାରେ ଆରମ୍ଭ ହେଇଥିବା କାମନା ଦଣ୍ଡ କୁ ୨୦୨୨ ମସିହାରେ ଏକଶତ ବର୍ଷ ପୂତ୍ତି ହେଇଥିବାବେଳେ ଆଜିଠାରୁ ଆରମ୍ଭ ହେଉଛି ଦୁଇ ଦିନିଆ ଶତବାର୍ଷିକୀ ସମାରୋହ । ଆଂଚଳିକ କାମନା ଦଣ୍ଡ ସାଂସ୍କୃତିକ ପରିଷଦ ମ.ରାମପୁର ତରଫରୁ ଆୟୋଜିତ ଏହି ଦୁଇ ଦିନିଆ ମହା ସାଂସ୍କୃତିକ ସମାରୋହରେ ପ୍ରଥମେ ପୂଜାର୍ଚ୍ଚନା ସହିତ ଏକ ସାଂସ୍କୃତିକ ମଶାଲ ଶୋଭାଯାତ୍ରା ସାଂସ୍କୃତିକ ମଂଚରୁ ବାହାରି ସହର ପରିକ୍ରମା କରିବ । ପରେ ସନ୍ଧ୍ୟାରେ ଆୟୋଜିତ ସାଂସ୍କୃତିକ ସଭା ଆୟୋଜନ ହେବା ସହିତ ସଭା ପରେ ଆଜି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ(ଆମ୍ବିଥି)ର ଓଁ ଶ୍ରୀ ଶ୍ରୀ ଶିବକାଳୀ କାମନା ଦଣ୍ଡ ନୃତ୍ୟ ଆୟୋଜନ କରାଯାଇଛି । ଠିକ୍ ସେହି ପରି ଆସନ୍ତାକାଲି ସକାଳ ୧୦ ଘଂଟା ସମୟରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ କାମନା ଦଣ୍ଡ ସଂସ୍କୃତି ଗବେଷକ, ଲେଖକମାନଙ୍କୁ ନେଇ ଏକ ଆଲୋଚନା ଚକ୍ର ଓ ପରେ ସନ୍ଧ୍ୟାରେ ସାଂସ୍କୃତିକ ସଭା
ସହିତ ବୌଦ୍ଧ ଜିଲ୍ଲାର ଦଣ୍ଡ ନୃତ୍ୟ ଓ ଖୋର୍ଦ୍ଧା ଜିଲ୍ଲାର ଭାରତ ଲୀଳା ସାଂସ୍କୃତିକ କାର୍ଯ୍ୟକ୍ରମର ଆୟେଜନ କରାଯାଇଛି । ଏହି ଶତବାର୍ଷିକୀ ସମାରୋହ ମ.ରାମପୁର ବସଷ୍ଟାଣ୍ଡ ପରିସରରେ ଅନୁଷ୍ଠିତ ହେଉଥିବାବେଳେ ସମସ୍ତଙ୍କ ଉପସ୍ଥିତି ଓ ସହଯୋଗ କାମନା କରିଛନ୍ତି ପରିଷଦର ସଭାପତି ରୁଦ୍ର ପ୍ରତାପ ସିଂହ ଓ ସଂପାଦକ ପ୍ରକାଶ ଚନ୍ଦ୍ର ସାହୁ । ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ଲଳିତ କୁମାର ମହାଲିକ, ଯୁଗ୍ମ ସଂପାଦକ
ଦ୍ରୋଣାଚାର୍ଯ୍ୟ ମାଝୀ, ସହ-ସଂପାଦକ ଲଳିତ ସ୍ୱାଇଁ, କୋଷାଧ୍ୟକ୍ଷ ବିଭୂତି ଭୂଷଣ ମହାଖୁଡ଼ ପ୍ର୍ରମୁଖ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଛନ୍ତି ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.