ଆଜି ଶତ ବାର୍ଷିକୀ ଉତ୍ସବରେ ମଞ୍ଚସ୍ଥ ହେବ ଶ୍ରୀ ଶ୍ରୀ ଶିବ କାଳୀ ଦଣ୍ଡ ନୃତ୍ୟ

ରାଜ୍ୟର ବିଭିନ୍ନ ମଞ୍ଚରେ ପାଇଛି ଲୋକପ୍ରିୟତା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ମ.ରାମପୁର ବ୍ଲକରେ କାମନା ଦଣ୍ଡର ଶତ ବାର୍ଷିକୀ ଅବସରରେ ଆଜି ଆରମ୍ଭ ହେଇଚି ଦୁଇ ଦିନିଆ ମହୋତ୍ସବ । ଏହି ଅବସରରେ ଆଜି ସାଂସ୍କୃତିକ କାର୍ଯ୍ୟକ୍ରମ ପର୍ଯ୍ୟାୟରେ ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବ୍ଲକ୍ ର ଆମ୍ବିଠି ର ଶ୍ରୀ ଶ୍ରୀ ଶିବ କାଳୀ ଦଣ୍ଡ ନୃତ୍ୟ ପରିବେଷଣ କରାଯିବ । ଏହି ଦଣ୍ଡ ନୃତ୍ୟର ମୁଖ୍ୟ ପରିଚାଳକ ଗୁରୁ ଶ୍ରୀ ବନମାଳୀ ସାହୁଙ୍କ ନେତୃତ୍ୱରେ ଏହି ନୃତ୍ୟ ଏଥି ପୂର୍ବରୁ ଓଡିଶାର କୋରାପୁଟ ଜିଲ୍ଲା ମହୋତ୍ସବ ପରବ, ବାଲିଯାତ୍ରା କଟକ, ଢେଙ୍କାନାଳ ମହୋତ୍ସବ ଭଳି ଅନେକ ଜିଲ୍ଲା ସ୍ତରୀୟ ଉତ୍ସବ ରେ ଅତି ସୁନ୍ଦର ଭାବରେ ନିଜର କାର୍ଯ୍ୟକ୍ରମ ପରିବେଷଣ କରି ସାରିଛନ୍ତି । ଏହି କାମନା ଦଣ୍ଡ ରେ ଦଣ୍ଡ ଭଙ୍ଗା, ପରଭା ନାଚ, ହାଡି ହାଡ଼ି ଆଣି, ହର ପାର୍ବତୀ, ସଖି ନାବିକ, ଶବର ଶବରୁଣୀ, କେଳା କେଲୁଣି, କାଉ ଖିଆ, ଯୋଗୀ ଯୋଗୀ ଆଣି, ବାଇ ଧନ, ପଟର ସଉରା, ସୌରୁଣୀ, ବୀଣା କାର କାରୁ ଆଣି ଆଦି ଚରିତ୍ର ମଞ୍ଚସ୍ଥ ହେବ ବୋଲି ପ୍ରସିଦ୍ଧ ଗୁରୁ ବାନ ମାଳି ସାହୁ ସୂଚନା ଦେଇଛନ୍ତି । ଗୁରୁଙ୍କ ଏଇ ଦଳ ରାଜ୍ୟରେ ନିଜର ପ୍ରତିଭା ପାଇଁ ପୂର୍ବରୁ ଅନେକ ସମ୍ମାନ ରେ ସମ୍ମାନିତ ହେଇ ସାରିଛନ୍ତି ।

ଏହି କାମନା ଦଣ୍ଡର ମୁଖ୍ୟ କଳାକାର ହେଲେ ସୁଶାନ୍ତ ସାହୁ, ଦେବରାଜ ଭୋଇ, ଅନୟ ସାହୁ, ରାଜନ ଜେନା, ପହଲି ସେଠି, ବିଶ ଲ୍ୟ ରାଉତ, ଭଜମନ ବେହେରା , ବାଦ୍ୟ ଯନ୍ତ୍ର ରେ ସହଦେବ ଗୋଚ୍ଛାୟତ, କୁନୁ ଗୋଚ୍ଛାୟତ, କେଶିଓ ରେ ତୀର୍ଥ ବେହେରା ଦାୟିତ୍ଵ ବହନ କରିଛନ୍ତି । ଆଜି ଏହି ଦଣ୍ଡ ନୃତ୍ୟ ରାତି ଆଠ ଘଣ୍ଟା ସମୟ ରେ ଉଦଘାଟନୀ ଉତ୍ସବ ପରେ ମଞ୍ଚସ୍ଥ ହେବ ବୋଲି ପରିଷଦ ର ସଭାପତି ରୁଦ୍ର ପ୍ରତାପ ସିଂହ ଓ ସମ୍ପାଦକ ପ୍ରକାଶ ସାହୁ ସୂଚନା ଦେଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.