ଜିଲ୍ଳା ପରିଷଦ ରାୟଗଡାର ୭୬ତମ ବୈଠକ

ଜିଲ୍ଳା ପରିଷଦ ସଭ୍ୟସଭ୍ୟାଙ୍କ ଉଦବେଗ

ସରକାରୀ ଯୋଜନା ପରିପୂରଣରେ ସରକାରୀ ଅଧିକାରୀଙ୍କ ସମନ୍ୱୟ ନାହିଁ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଳାରେ ସରକାରୀ ଯୋଜନାକୁ ସଫଳ ରୂପାୟନ କରିବାରେ ଜନ ପ୍ରତିନିଧିମାନେ ତୃଣମୂଳସ୍ତରରୁ ଗାଁ ଗାଁ ବୁଲି ଲୋକଙ୍କ ଠାରେ ସରକାରଙ୍କ ଲୋକାଭିମୁଖୀ ଯୋଜନା ସଂପର୍କରେ ଅବଗତ କରାଇବା ସହ ନିଜ ଅଂଚଳରେ ସମସ୍ତ ପ୍ରକାର ସରକାରୀ ସୁବିଧା ତଥା ବିକାଶମୂଳକ ପ୍ରକଳ୍ପ କାର୍ଯ୍ୟ ନିମନ୍ତେ ତତ୍ପରତା ଦେଖାଉଥିବା ବେଳେ ସଂପୃକ୍ତ ବିଭାଗୀୟ ସରକାରୀ ଅଧିକାରୀମାନଙ୍କ ସମନ୍ୱୟ ଅଭାବରୁ ତଥା ଜନ ପ୍ରତିନିଧିଙ୍କ କଥାକୁ ଗୁରୁତ୍ୱ ଦେଉ ନ ଥିବାରୁ ନିଜ ଅଂଚଳରେ ନିଜ ଲୋକଙ୍କ ପାଖେ ଜବାବ୍ ରଖିପାରୁନାହାନ୍ତି ବୋଲି ୭୬ତମ ଜିଲ୍ଳା ପରିଷଦ ବୈଠକରେ ଉଦବେଗ ପ୍ରକାଶ କରିଛନ୍ତି ଜିଲ୍ଳା ପରିଷଦ ସଭ୍ୟସଭ୍ୟାମାନେ । ଆଜି ସ୍ଥାନୀୟ ଜିଲ୍ଳା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଳା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ୱତୀ ମାଝିଙ୍କ ଅଧ୍ୟକ୍ଷତାରେ ୭୬ତମ ଜିଲ୍ଳା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଳା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ରବି ନାରାୟଣ ତ୍ରିପାଠୀ ବୈଠକ ପରିଚାଳନା କରିଥିବା ବେଳେ ଜିଲ୍ଳା ପରିଷଦ ଉପାଧ୍ୟକ୍ଷ ସନ୍ତୋଷ ସୁନା,ସାଂସଦ ପ୍ରତିନିଧି ସୁନୀଲ ଚନ୍ଦ୍ର ପଣ୍ଡା,ବିଧାୟକ ପ୍ରତିନିଧି ଦେବଗିରୀ ପଟ୍ଟନାୟକଙ୍କ ସମେତ ଜିଲ୍ଳା ପରିଷଦ ସଭ୍ୟସଭ୍ୟା,ବ୍ଳକ ଅଧ୍ୟକ୍ଷଅଧ୍ୟକ୍ଷା, ଜିଲ୍ଳାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଆଜିର ଏହି ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, କୃଷି, ଗ୍ରାମ୍ୟ ଉନ୍ନୟନ, ସାଧାରଣ ବଂଟନ ବ୍ୟବସ୍ଥା ସହ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ, ଜଳଛାୟା, ମହିଳା ଓ ଶିଶୁ ବିକାଶ ଏବଂ ଶିକ୍ଷା ବ୍ୟବସ୍ଥା ଉପରେ ଆଲୋଚନା କରାଯାଇଥିଲା । ଜିଲ୍ଳାର ଅନେକ ସିଏଚସି ଏବଂ ପିଏଚସିରେ ଡାକ୍ତର ଓ ନର୍ସମାନେ ଅନେକ ସମୟରେ ଅନୁପସ୍ଥିତ ରହୁଥିବାରୁ ଲୋକେ ସ୍ୱାସ୍ଥ୍ୟ ସେବାରୁ ବଂଚିତ ହୋଇ ଦୂରଦୂରାନ୍ତକୁ ଚିକିତ୍ସା ପାଇଁ ଯାଇ ଅଧିକ ଖର୍ଚ୍ଚାନ୍ତ ହେବା ସହ ଅନେକ ସମୟରେ ଲୋକେ ମୃତ୍ୟୁବରଣ କରୁଥିବାରୁ ଜିଲ୍ଳାରେ ସ୍ୱାସ୍ଥ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡିଥିବା ନେଇ ସ୍ୱାସ୍ଥ୍ୟ ବିଭାଗର ଆଲୋଚନା ବେଳେ ଜିଲ୍ଳା ପରିଷଦ ସଭ୍ୟସଭ୍ୟାମାନେ ସିଡିଏମଓ ଡାକ୍ତର ଲାଲମୋହନ ରାଉତରାଏଙ୍କୁ ଟାର୍ଗେଟ କରିଥିଲେ । ତେବେ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡିକରେ ଉପଯୁକ୍ତ ସେବା ଯୋଗାଇବା ପାଇଁ ଜିଲ୍ଳା ସ୍ୱାସ୍ଥ୍ୟ ବିଭାଗ ପ୍ରୟାସ ଜାରି ରଖିଛି ବୋଲି ସିଡିଏମଓ ଶ୍ରୀ ରାଉତରାଏ ପ୍ରକାଶ କରିଥିଲେ । ସେହିପରି ଜିଲ୍ଳା ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ଆଲୋଚନା ସମୟରେ ଜିଲ୍ଳା ପରିଷଦ ସଭ୍ୟସଭ୍ୟା ଓ ବ୍ଳକ ଅଧ୍ୟକ୍ଷଅଧ୍ୟକ୍ଷାମାନେ ଗ୍ରୀଷ୍ମଋତୁରେ ଗାଁ ଗାଁରେ ପାନୀୟ ଜଳ ସଙ୍କଟ ଲାଗି ରହିଥିବା ବେଳେ ବିଭାଗୀୟ ଅଧିକାରୀମାନେ ନଳକୂପ ମରାମତି ସହ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନିମନ୍ତେ ଆଖି ଦୃଶିଆ ପଦକ୍ଷେପ ଗ୍ରହଣ କରୁ ନ ଥିବା ଅଭିଯୋଗ କରିଥିଲେ । ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ୱତୀ ମାଝି ଏ ନେଇ ଜଳ ଯୋଗାଣ ଅଧୀକ୍ଷଣ ଯନ୍ତ୍ରୀ, ରାୟଗଡାଙ୍କୁ ସମସ୍ତ ଜୋନରେ ସପ୍ତାହକ ମଧ୍ୟରେ ପାନୀୟ ଜଳ ସଙ୍କଟ ସମସ୍ୟାର ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଳା ପରିଷଦ ବୈଠକରେ ଜିଲ୍ଳାପାଳ ତଥା ମୁଖ୍ୟ ନିର୍ବାହୀ ଅଧିକାରୀ ଅନୁପସ୍ଥିତ ରହିଥିବା ବେଳେ ଅନ୍ୟାନ୍ୟ ବିଷୟ ଉପରେ ଆଲୋଚନା କରାଯାଇଥିଲା । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଡକ୍ଟର ଦୟାନିଧି ବାଗ,ଜିଲ୍ଳା ଯୋଗାଣ ଅଧିକାରୀ ରାଜକିଶୋର ପାଣିଗ୍ରାହୀ, ଜିଲ୍ଳା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତି ଯାଞସେନୀ ବେହେରା, ଜିଲ୍ଳା ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହା, ଜିଲ୍ଳା ମଙ୍ଗଳ ଅଧିକାରୀ ଅଶୋକ କୁମାର ଶତପଥି ଓ ଅନ୍ୟମାନେ ଉପସ୍ଥିତ ରହିଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.