କେନ୍ଦ୍ର ସରକାରଙ୍କ ଟାଳଟୁଳ ନୀତିକୁ ବିରୋଧ କରି ବାଲିଗୁଡ଼ାରେ ବିଜେଡ଼ିର ରଣ ହୁଙ୍କାର

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): କେନ୍ଦ୍ର ସରକାର ବିରୋଧରେ ବିଜେଡ଼ିର ରଣ ହୁଙ୍କାର। ଧାନ କିଣିବା ବାବଦରେ ୨୦ହଜାର କୋଟି ଟଙ୍କା କାଟି ଏବଂ ରାଜ୍ୟରୁ ଚାଉଳ ଉଠାଇବାରେ କେନ୍ଦ୍ର ସରକାରଙ୍କ ଟାଳଟୁଳ ନୀତି ପ୍ରତିବାଦରେ ବିଜେଡ଼ି ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରୁଛି ।ଏ ନେଇ କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ମଧ୍ୟ ବ୍ଲକ୍ ବିଜେଡି ସଭାପତି ଟୁନା ଦାସଙ୍କ ନେତୃତ୍ୱରେ ଗୁରୁବାର ବିଜେଡ଼ି ପକ୍ଷରୁ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେବାସହ ବିକ୍ଷୋଭ ପ୍ରଦର୍ଶନ କରିଛି ବିଜେଡ଼ି ।

ସାଢ଼େ ଚାରିକୋଟି ଓଡ଼ିଆଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ପରିବାର ଭାବି ରାଜ୍ୟ ବାସୀଙ୍କ ପାଇଁ ବିଭିନ୍ନ ଯୋଜନା କରୁଛନ୍ତି । ମହାମାରୀ କରୋନା ସମୟରେ ଯେମିତିକି କେହି ଭୋକିଲା ନରୁହେ ସେଇଥି ପାଇଁ ଗରିବ ଲୋକଙ୍କୁ ମାଗଣା ଚାଉଳ ଯୋଗାଇ ଦେଇଛନ୍ତି। କିନ୍ତୁ କେନ୍ଦ୍ରରେ ଥିବା ବିଜେପି ସରକାର ଓଡ଼ିଶା ବାସୀଙ୍କ ପେଟରେ ଲାତ ମାରିଛନ୍ତି । ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ପୋଷଣ କରୁଛନ୍ତି । ରାଜ୍ୟ ସରକାର ଦେଉଥିବା ମାଗଣା ଚାଉଳକୁ କାଟି ଦେଇଛନ୍ତି । ଏଣୁ କେନ୍ଦ୍ର ସରକାରଙ୍କ ଏଭଳି ଟାଳଟୁଳ ନୀତିକୁ ବିରୋଧ କରି ଆମେ ଆଜି ଏହି ବିକ୍ଷୋଭ ପ୍ରଦର୍ଶନ କରୁଛୁ । ଆମ ହକ ଆମକୁ ଫେରେଇ ଦେବାକୁ ଦାବି କରି ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ବାଲିଗୁଡ଼ା ବିଡ଼ିଓ ଏବଂ ଭାରପ୍ରାପ୍ତ ଏନ୍ଏସି ନିର୍ବାହୀ ଅଧିକାରୀଙ୍କୁ ଦାବି ପତ୍ର ପ୍ରଦାନ କରିଛୁ । ଯଥାଶିଘ୍ର ଆମ ହକ୍ ଆମକୁ ଫେରେଇ ଦିଅନ୍ତୁ କେନ୍ଦ୍ର ସରକାର ନଚେତ୍ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ।

ରାଜ୍ୟର ହକ୍ ପାଇଁ ବିଜେଡ଼ି ରାଜରାସ୍ତାକୁ ଓହ୍ଲାଇବ ଏବଂ ଆଗାମୀ ସାଧାରଣ ନିର୍ବାଚନରେ ବିଜେପିକୁ ଉଚିତ୍ ଜବାବ ଦେବେ ଓଡ଼ିଶା ବାସୀ ବୋଲି ବ୍ଲକ୍ ସଭାପତି ଟୁନା ଦାସ ଓ ବିଧାୟକ ଚକ୍ରମଣି କହଁର କହିଛନ୍ତି । ଏଥିରେ ତିନି ହଜାରରୁ ଉର୍ଦ୍ଧ୍ବ କର୍ମୀ ସାମିଲ୍ ହୋଇଥିବା ବେଳେ ବିଧାୟକ ଚକ୍ରମଣି କହଁର ଓ ବ୍ଲକ୍ ସଭାପତି ଟୁନା ଦାସଙ୍କ ସମେତ ଉପସଭାପତି ବିଜେଶ୍ବର ମଲ୍ଲିକ, ଏନ୍ଏସି ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ, ଉପାଧ୍ୟକ୍ଷା ଶାନ୍ତିଲତା ନାୟକ, ପୁର୍ବତନ ଏନ୍ଏସି ଅଧ୍ୟକ୍ଷ ଲୋକନାଥ ପାଢ଼ୀ, ବିଧାୟକ ପ୍ରତିନିଧି ଅବନୀକାନ୍ତ ନାୟକ, ଯୁବନେତା ସୁଜିତ୍ କୁମାର ପାଳଙ୍କ ସତେତ ୧୪ଗୋଟି ପଞ୍ଚାୟତର ବହୁ କର୍ମୀ ଓ ନେତା ସାମିଲ୍ ହୋଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.