୨୮ତମ କଳାହାଣ୍ଡି ଜିଲ୍ଲା ସ୍କାଉଟ୍ ଓ ଗାଇଡ଼୍ କ୍ୟାମ୍ଫୋରୀ ଉଦ୍‌ଯାପିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ୨୮ ତମ କଳାହାଣ୍ଡି ଜିଲ୍ଲା ସ୍କାଉଟ୍ ଓ ଗାଇଡ଼୍ କ୍ୟାମ୍ଫୋରୀ ଜୁନାଗଡ଼ ବ୍ଲକ୍‌ର ବାଲାଜୀ ଉଚ୍ଚ ବିଦ୍ୟାପୀଠ ମହିଚଲା ଠାରେ ମହାସମାରୋହରେ ଉଦ୍‌ଯାପିତ ହୋଇଯାଇଛି । ୧୪ ଫେବୃୟାରୀ ଅପରାହ୍ନରେ ବିଶିଷ୍ଟ ଲେଖକ ତଥା ରାଜନେତା ରାସବିହାରୀ ବେହେରାଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିଲା । ଏହି ଉତ୍ସବରେ ଅଧ୍ୟକ୍ଷତା କରିଥିଲେ କଳାହାଣ୍ଡି ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ମୁଖ୍ୟ କମିଶନର ସୁଶାନ୍ତ କୁମାର ଚୋପଦାର । ଅନ୍ୟମାନଙ୍କ ମଧ୍ୟରେ ଅତିଥି ଭାବେ ଯୋଗଦେଇଥିଲେ ଗାଇଡ଼୍‌ର ଜାତୀୟ ପ୍ରଶିକ୍ଷକ ତ୍ରିନାଥ ଠାକୁର, ଜିଲ୍ଲା ପ୍ରଶିକ୍ଷକ ମହେନ୍ଦ୍ର କୁମାର ପଣ୍ଡା, ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୁନାଗଡ଼ ଷଷ୍ଠୀ ଝାଙ୍କର, ଗୋଷ୍ଠୀ ଶିକ୍ଷା ଅଧିକାରୀ କୋକସରା ନେପାଳ ଚନ୍ଦ୍ର ବାଗ, ଜୁନାଗଡ଼ ପଞ୍ଚାୟତ ସମିତି ଅଧ୍ୟକ୍ଷା ସବିତା ମେହେର, ଉପାଧ୍ୟକ୍ଷ ପ୍ରମୋଦ କୁମାର ବେହେରା, ସ୍ଥାନୀୟ ସରପଂଚ ଶ୍ରଦ୍ଧାଞ୍ଜଳୀ ବେହେରା ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବାଞ୍ଛାନିଧି ପଣ୍ଡା । ମଂଚ ପରିଚାଳନା କରଥିଲେ ଶିକ୍ଷକ ସୂର୍ଯ୍ୟପ୍ରସାଦ ଠାକୁର ଓ ଧନ୍ୟବାଦ ପ୍ରଦାନ କରିଥିଲେ ଶିକ୍ଷକ ମହେଶ କୁମାର ଭାଟି । ଉଦ୍‌ଘାଟନୀ ସମାରୋହର ସଂଧ୍ୟାରେ ହୋଇଥିବା କ୍ୟାମ୍ପ ଫାୟାରରେ ସ୍କାଉଟ୍ ଓ ଗାଇଡ୍‌ମାନେ ନିଜସ୍ୱ ବାର୍ତ୍ତା ନେଇ ସମାଜରେ ଥିବା ବିଭିନ୍ନ କୁସଂସ୍କାରକୁ ପ୍ରତୀକାତ୍ମକ ଭାବେ ଅଗ୍ନିରେ ଦାହ କରିବାକୁ ଦୃଢ଼ ସଂକଳ୍ପ କରିଥିଲେ । ପରେ ପରେ ରଂଗାରଂଗ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଦ୍ୱିତୀୟ ଦିବସରେ ୧୫ ଫେବୃୟାରୀରେ ପ୍ରଥମେ ପତାକା ଉତ୍ସବ ଅନୁଷ୍ଠିତ ହୋଇଥିଲା । ପ୍ରଶିକ୍ଷାର୍ଥୀମାନେ ‘ସ୍କିଲ୍ ଓରାମା’ କାର୍ଯ୍ୟକ୍ରମରେ ଭାଗନେଇ ନିଜ ସୃଜନଶୀଳତା ପ୍ରଦର୍ଶନ କରିଥିଲେ । ବିଭିନ୍ନ ସ୍କାଉଟ୍ ଓ ଗାଇଡ଼୍ ପ୍ରଶିକ୍ଷାର୍ଥୀମାନଙ୍କ ଦ୍ୱାରା ସଂଗୃହିତ ଦୁର୍ଲଭ ଫଟୋ, ମୁଦ୍ରା, ପୁରାତନ କାଳରେ ବ୍ୟବହାର ହେଉଥିବା ପଦାର୍ଥ ପ୍ରଦର୍ଶିତ ହୋଇଥିଲା । ପରେପରେ ‘ଫାଷ୍ଟଏଡ଼’୍ ଚିକତ୍ସା ଉପରେ କର୍ମଶାଳା ହୋଇଥିଲା । ଅପରାହ୍ନରେ ପ୍ରଶିକ୍ଷାର୍ଥୀମାନଙ୍କ ଦ୍ୱାରା ‘ଭିଲେଜ ଫେୟାର ଓ ଫୁଡ଼୍ ଭିଲ୍ଲା’ରେ ବିଭିନ୍ନ ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତ କରାଯାଇ ସମସ୍ତଙ୍କ ମଧ୍ୟରେ ବିକ୍ରିବଟା କରାଯାଇଥିଲା । ଶେଷରେ ‘ପିଜେଣ୍ଟ ସୋ’ ରେ ପ୍ରଶିକ୍ଷାର୍ଥୀମାନେ ନିଜନିଜ କଳା ପ୍ରଦର୍ଶନ କରି ଦେଖଣାହାରୀଙ୍କ ହୃଦୟ ଜିଣି ଯାଇଥିଲେ । ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର ଯୋଗ ଦେଇ କହିଥିଲେ – ସ୍କାଉଟ୍ ଓ ଗାଇଡ଼୍ ଅନୁଶାସନରେ ବନ୍ଧା । ଏହି ଅନୁଶାସନକୁ ଶିକ୍ଷା ଓ ସମାଜରେ ପାଳନ କରିପାରିଲେ ସମାଜର ମଙ୍ଗଳ ସାଧିତ ହେବ ।

Udyog Nursery
Udyogi Nursery

ଅନ୍ୟମାନଙ୍କ ମଧ୍ୟରେ ଭବାନୀପାଟଣା କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ଗିରିଶ ଚନ୍ଦ୍ର ବେହେରା, ଜିଲ୍ଲା ସ୍କାଉଟ୍ ଗାଇଡ଼୍ ସଭାପତି ଶାନ୍ତନୁ କୁମାର ବେହେରା, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଟେମ୍ ଲାଲ ଦୁବେ, ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୁନାଗଡ଼ ଷଷ୍ଠୀ ଝାଙ୍କର, ଗୋଷ୍ଠୀ ଶିକ୍ଷା ଅଧିକାରୀ କୋକସରା ନେପାଳ ଚନ୍ଦ୍ର ବାଗ,ସ୍କାଉଟ୍ ଗାଇଡ଼୍ ଜିଲ୍ଲା ସଂପାଦକ ମହେନ୍ଦ୍ର କୁମାର ପଣ୍ଡା, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବାଞ୍ଛାନିଧି ପଣ୍ଡା, ଅଜୟ କୁମାର ବେହେରା ପ୍ରମୁଖ ଯୋଗ ଦେଇଥିଲେ । ଉଦ୍‌ଯାପନୀ ସମାରୋହର ମଂଚ ପରିଚାଳନା କରିଥିଲେ ସୁଧିର କୁମାର ପଣ୍ଡା ଓ ଧନ୍ୟବାଦ ପ୍ରଦାନ କରିଥିଲେ ସୂର୍ଯ୍ୟପ୍ରସାଦ ଠାକୁର । ଏହି କାର୍ଯ୍ୟକ୍ରମକୁ ଧିରେନ୍ଦ୍ର କୁମାର ପଣ୍ଡା ଜିଲ୍ଲା ଟ୍ରେନିଂ କମିଶନର, ପବିତ୍ର ମୋହନ ପାଶା, ସନ୍ତୋଷ ପାଣିଗ୍ରାହୀ, ସନାତନ ସାହୁ, ସନ୍ତୋଷାନନ୍ଦ ନାଏକ, ସମୀର ପଣ୍ଡାଙ୍କ ସମତେ ସମସ୍ତ ସ୍କାଉଟ୍ ମାଷ୍ଟର ଓ ଗାଇଡ଼୍ କ୍ୟାପ୍‌ଟେନ୍ ସହଯୋଗ କରି କାର୍ଯ୍ୟକ୍ରମର ସଫଳ ରୂପାୟନ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.