ସାହିତ୍ୟିକ କବି ବନ୍ଧୁ ପରିବାର ବାଲେଶ୍ଵର ପକ୍ଷରୁ ଗୀତାମୃତ ସତସଙ୍ଗ 

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର: ବାଲେଶ୍ବର ଜିଲ୍ଲାର ଅତି ପରିଚିତ ସାହିତ୍ୟ ଅନୁଷ୍ଠାନ “ସାହିତ୍ୟିକ କବି ବନ୍ଧୁ ପରିବାର”ର ସମ୍ପାଦିକା  ପ୍ରଣତି ମହାପାତ୍ରଙ୍କ ପରିଚାଳନା, ସଭାପତି ଦେବେନ୍ଦ୍ର କୁମାର ନାଏକଙ୍କର ସଭାପତିତ୍ୱରେ ଏବଂ ପ୍ରଫୁଲ୍ଲ କୁମାର ଦାସଙ୍କର ପୌରୋହିତ୍ୟରେ ଆଭାସୀ ମାଧ୍ୟମରେ ଗୀତାମୃତ ଭଳି ପବିତ୍ର ସତସଙ୍ଗ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ କେନ୍ଦ୍ରାପଡାରୁ ଶିଶୁକବି ସୁଶ୍ରୀ ଦିବ୍ୟାଂଶୀ ମହାନ୍ତି ଓମକାର ନାଦଧ୍ବନି ଦେଇ ସମସ୍ତଙ୍କୁ ସୁସ୍ଵାଗତ ଜଣାଇବା ସହ ପ୍ରଣତି ମହାପାତ୍ର ଅତିଥି ପରିଚୟ ଓ ସମସ୍ତଙ୍କୁ ସୁସ୍ବାଗତ କରିଥିଲେ।

Omkar Vasthu
Omkar Vasthu

ଚତୁର୍ଦ୍ଦଶ ଅଧ୍ୟାୟର ଦଶଟି ଶ୍ଲୋକ ଓ ଅନେକ ତଥ୍ୟ ଭିତ୍ତିକ ପ୍ରସଙ୍ଗ ଖୁବ ସୁନ୍ଦର ଭାବରେ ତାତ୍ତ୍ବିକ ଆଲୋଚନା କରିଥିଲେ ପଣ୍ଡିତ ଶ୍ୟାମସୁନ୍ଦର ଦାଶ। ଅଧ୍ୟାପକ ପ୍ରଦୀପ୍ତ ମିଶ୍ରଙ୍କର ଦିଗଦର୍ଶନରେ ନୀଳଗିରି ଡିଗ୍ରୀ ମହିଳା ମହାବିଦ୍ୟାଳୟର ଛାତ୍ରୀମାନେ ପ୍ରଥମେ ବସୁମତୀ ଦାସ ସ୍ବାଗତ ସଂଗୀତରେ ସମସ୍ତଙ୍କୁ ଅବିଭୂତ କରିଥିଲେ ଏବଂ ପରେ ବସୁମତୀ ଦାସ, ହାସ୍ୟସ୍ମିତା ମିଶ୍ର, ଭାର୍ଗବୀ ରାଉତ, ଲକ୍ଷ୍ମୀପ୍ରିୟା ପଣ୍ଡା, ପଙ୍କଜିନୀ ପରିଡ଼ା ସୁଲଳିତ ସ୍ବରରେ ଗୀତାମୃତ ପାରାୟଣ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

ଚତୁର୍ଦ୍ଦଶ ଅଧ୍ୟାୟ…. ଗୁଣତ୍ରୟ ବିଭାଗ ଯୋଗରେ ହୋଇଥିବା ଆଲୋଚନାର କିୟଦଂଶ…..ଦୀର୍ଘ ତେରଟି ଅଧ୍ୟାୟ ଧରି ଅର୍ଜୁନ ଶ୍ରୀକୃଷ୍ଣଙ୍କ ମଧ୍ୟରେ ଅନେକ ବିଷୟରେ ଆଲୋଚନା ଚାଲିଛି । କ୍ଷେତ୍ର -କ୍ଷେତ୍ରଜ୍ଞ ମଧ୍ୟରେ ଯେଉଁମାନେ ପ୍ରଭେଦ ଦେଖି ପାରନ୍ତି, ଭୂତ ମାନଙ୍କର ପ୍ରକୃତିଗତ ବନ୍ଧନରୁ ମୋକ୍ଷର ଉପାୟ ଜାଣି ପାରନ୍ତି, ସେମାନେ ପରମପଦ ଲାଭ କରନ୍ତି ବୋଲି ତ୍ରୟୋଦଶ ଅଧ୍ୟାୟରେ ବର୍ଣ୍ଣିତ ହୋଇଥିଲା। ଚତୁର୍ଦ୍ଦଶ ଅଧ୍ୟାୟରେ ସାତ୍ତ୍ଵିକ, ରାଜସ, ତାମସିକ କର୍ମର ଫଳ ଉପରେ ଗୁଢ଼ତତ୍ତ୍ବର ଆଲୋଚନା ହୋଇଥିଲା। ହେ କୌନ୍ତେୟ ! ଜଗତରେ ସକଳ ପ୍ରକାରର ଆକୃତିର ଜୀବ ଜାତ ହୁଅନ୍ତି, ମୂଳ ପ୍ରକୃତି ( ମହତ୍ ବ୍ରହ୍ମ) ସେମାନଙ୍କର ମାତୃସ୍ବରୁପା ଓ ମୁଁ ସେମାନଙ୍କର ବୀଜପ୍ରଦ ପିତା ଅଟେ। ପ୍ରକୃତିରୁ ଜାତ ସତ୍ତ୍ଵ, ରଜ,ତମ ଏହି ଗୁଣତ୍ରୟ ଦେହ ମଧ୍ୟରେ ଅବିନାଶୀ ଦେହୀକୁ ବନ୍ଧନ କରିଥାନ୍ତି। ସତ୍ତ୍ଵ ଗୁଣ ସାଧକକୁ ସୁଖରେ ନିଯୁକ୍ତ କରେ, ରଜୋଗୁଣ କର୍ମରେ ଏବଂ ତମୋଗୁଣ ଜ୍ଞାନକୁ ଆୟତ୍ତ କରି ପ୍ରମାଦରେ ନିଯୁକ୍ତ କରେ।

Udyog Nursery
Udyogi Nursery

ଆଲୋଚନା ସମୟରେ ଓଡ଼ିଶାର ମୂର୍ଦ୍ଧନ୍ୟ ପଣ୍ଡିତ ପ୍ରଫୁଲ୍ଲ ଆଚାର୍ଯ୍ୟ (ଯାଜପୁର), ପଣ୍ଡିତ ଭାବଗ୍ରାହୀ ମିଶ୍ର (ଜଗତସିଂହପୁର), ପଣ୍ଡିତ ଚାଣ୍ଡାଳ ମିଶ୍ର (ବଲାଙ୍ଗୀର), ପଣ୍ଡିତ ନିରଞ୍ଜନ ସାହୁ (ଭୁବନେଶ୍ୱର), ପଣ୍ଡିତ ଅନାଦି ଚରଣ ମାହାଳି, ପ୍ରବାଚିକା ସଂଯୁକ୍ତା ରାଉତ ଆଦିଙ୍କ ଉପସ୍ଥିତି ସମସ୍ତଙ୍କୁ ପ୍ରେରଣା ଯୋଗାଇଥିଲା। ଉକ୍ତ ସତସଙ୍ଗ କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଥାନରୁ ୪୦ ରୁ ଉର୍ଦ୍ଧ୍ବ ସତସଙ୍ଗୀ ଗୀତା ପ୍ରେମୀ ଯୋଗ ଦେଇଥିଲେ। ସମସ୍ତେ ଭାବବିହ୍ବଳିତ ହୋଇ ପଣ୍ଡିତଙ୍କ ବ୍ୟାଖ୍ୟା ଉପଭୋଗ କରିଥିଲେ। ଗୀତାମୃତ ପାରାୟଣର ଏକବର୍ଷ ପୂର୍ତ୍ତିର ଦ୍ବିତୀୟ ଗୁରୁବାର ଉପଲକ୍ଷେ ବରେଣ୍ୟ ପଣ୍ଡିତ ବିଦ୍ବାନ ମଣ୍ଡଳୀ ସମସ୍ତେ ଗୀତାମୃତ କାର୍ଯ୍ୟକ୍ରମ ଉପରେ ସମ୍ୟକରେ କଥା ରଖିଥିଲେ।
ଶେଷରେ ରୀତା ଅପରାଜିତା ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଦେଇଥିବା ବେଳେ ରତିନାରାୟଣ ରାଉତ ଶାନ୍ତିପାଠ କରି ସତସଙ୍ଗ ସାଙ୍ଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.