ମାଣ୍ଡେଲଠାରେ ୧୬ ପ୍ରହର ନାମଯଜ୍ଞ ଆରମ୍ଭ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଆଜି ପବିତ୍ର ମହାଶିବରାତ୍ରି ଅବସରରେ ନର୍ଲା ବ୍ଲକ ଅଧିନସ୍ଥ ମାଣ୍ଡେଲ ଗ୍ରାମଠାରେ ସକାଳ ୭.୪୫ ସମୟରେ ୧୬ ପ୍ରହର ନାମଯଜ୍ଞ ଆରମ୍ଭ ହୋଇଛି । ଶିବ ମନ୍ଦିର କମିଟି ଆନୁକୂଲ୍ୟରେ ଆୟୋଜିତ ଉକ୍ତ ୧୬ ପ୍ରହର ନାମଯଜ୍ଞ ଳରେ ମାଣ୍ଡେଲ ଓ ଡୁମାଲପଡା ସମେତ ନୂଆପଡ଼ାର ଗୁଂଜାଡ଼ାବର, ବଲାଙ୍ଗୀରର କୁଟିଆମୁଣ୍ଡା, ଉପରବାହାଲ, କଳାହାଣ୍ଡିର ସାଲେପଡା, ତେରେସିଙ୍ଗା, କଣ୍ଟାମାଲ ପ୍ରଭୃତି ସଂକୀର୍ତ୍ତନ ମଣ୍ଡଳୀ ଅଂଶ ଗ୍ରହଣ କରିଛନ୍ତି । ସଂକୀର୍ତ୍ତନ ଗୁରୁ ମାନଙ୍କ ମଧ୍ୟରେ ଥବିର ସାହୁ, ମକୁନ୍ଦ ନାଗ, ଜିତୁ ମେହେର, ଦୀଲୀପ ବନଛୋର, ପଦ୍ମମୁଖ ପଧାନ, ଧନଞ୍ଜୟ ବାରିକ, ପବିତ୍ର ମୋହନ ଛୁରିଆ, ଚାରୁଚନ୍ଦ୍ର ବଗର୍ତ୍ତି ପ୍ରମୁଖଙ୍କ ସମାଗମ ଘଟିଛି । ନାମଯଜ୍ଞ ପାଇଁ ଶୁକ୍ରବାର ସନ୍ଧ୍ୟାରେ ସନ୍ଦୁଲ ନଦୀରୁ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ପୂଜକ ଭାବରେ ଅର୍ଜୁନ ମିଶ୍ର ଓ ଜପକ ଭାବରେ ରଘୁନାଥ ମିଶ୍ର ଦାଇତ୍ୱ ନିର୍ବାହନ କରୁଥିବା ବେଳେ କର୍ତ୍ତା ଦାୟିତ୍ୱରେ ସ୍ବର୍ଣ୍ଣଲତା ଭୋଇ ଓ ଘନଶ୍ୟାମ ଭୋଇ ଦାଇତ୍ୱ ତୁଲାଉଥିବା ଜଣାପଡ଼ିଛି । ପରିଚାଳନା କମିଟିର ସଭାପତି ପୀତବାସ ଭୋଇ, ସମ୍ପାଦକ ମନୋଜ କୁମାର ଭୋଇ, ମାର୍କଣ୍ଡ ଜାଲ, ସାଧୁରାମ ଭୋଇ, ବିମଲ ବାରିକ ପ୍ରମୁଖ ନାମଯଜ୍ଞ ପରିଚାଳନା କରୁଥିବା ବେଳେ ହରେକୃଷ୍ଣ ଭୋଇ, ଶିକ୍ଷକ ନିର୍ମଳ ବାରିକ, ଶରତ ଭୋଇ, ଅଧ୍ୟାପକ ସୁରଶ ନାଏକ, କୁମୁଦ ବାରିକ, ଲିଣ୍ଟନ ବାରିକ, ପିତାମ୍ବର ରଣା, ହରିଶଙ୍କର ରଣା, ଗଣ୍ଡାରାମ ବିଶ୍ୱାଳ ପ୍ରମୁଖ ନାମଯଜ୍ଞ ପରିଚାଳନାରେ ସହଯୋଗ କରୁଥିବା କମିଟି ସୂତ୍ରରୁ ସୂଚନା ମିଳିଛି । ଏହି ନାମଯଜ୍ଞ ସୋମବାର ସକାଳ ୭.୪୫ ରେ ପୂର୍ଣ୍ଣାହୂତି ପଡିବ । ନାମଯଜ୍ଞରେ ଦୁଇଦିନ ଧରି ଅନ୍ନଛତ୍ରର ବ୍ୟବସ୍ଥା ରହିଛି । 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.