ମହା ଶିବରାତ୍ରୀରେ ନର୍ଲାରୋଡ଼ ଶିବ ମନ୍ଦିର ପ୍ରବଳ ଭକ୍ତ ସମାଗମ: ଚାଲିଛି ଅଷ୍ଟ ପ୍ରହର ନାମଯଜ୍ଞ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଅଞ୍ଚଳରେ ରହିଥିବା ପ୍ରସିଦ୍ଧ ଶୈବ ପୀଠ ଗୁଡିକ ମହା ଶିବ ରାତ୍ରୀ ଅବସରରେ ପ୍ରବଳ ଭକ୍ତଙ୍କ ସମାଗମ ପରିଲକ୍ଷିତ ହେଉଛି । ଗତ ଦୁଇବର୍ଷ ଧରି କରୋନା କଟକଣା ଯୋଗୁଁ ବିଧିକୁ ମାତ୍ର ପୂଜା ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ ନର୍ଲାର ଖମ୍ବପଡା, ବୁଢ଼ୀପଦରର ଦେବଗିରୀ, ବିଲାଟ, କେରାଣ୍ଡିଖୁଣ୍ଟି, ତୁଳାପଡା, ନର୍ଲା, ନର୍ଲାରୋଡ଼, ଛତିକୁଡ଼ା ପ୍ରଭୃତି ଶୈବପୀଠ ଗୁଡିକରେ ମହା ଆଡମ୍ବର ସହକାରେ ମହା ଶିବରାତ୍ରୀ ପାଳନ ହେଉଛି । ତନ୍ମଧ୍ୟରୁ ନର୍ଲାରୋଡ଼ ଲାଣ୍ଡି ଡୁଙ୍ଗୁରୀ ସ୍ଥିତ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ୱର ଶିବ ମନ୍ଦିରରେ ଭୋର ୪ ଟା ରୁ ଭକ୍ତଙ୍କ ସମାଗମ ପରିଲକ୍ଷିତ ହୋଇଥିଲା । ଶିବରାତ୍ର ପାଇଁ ମନ୍ଦିର ପାର୍ଶ୍ଵରେ ଅଷ୍ଟ ପ୍ରହର ନାମଯଜ୍ଞାନ ର ଆୟୋଜନ ସହିତ ସାମୁହିକ ପ୍ରସାଦ ସେବନ ର ବ୍ୟବସ୍ଥାକରିଛି ପରିଚାଳନା କମିଟି । କମିଟିର ସଭାପତି ଗୋବିନ୍ଦରାମ କେଡ଼ିଆଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶିବରାତ୍ର ପରିଚାଳିତ ହେଉଥିବା ବେଳେ କମିଟିର ସଦସ୍ୟ ବୃନ୍ଦ ପରିଚାଳନାରେ ସହଯୋଗ କରୁଥିବା ଜଣାପଡିଛି । ସକାଳ ୭.୫୨ ରେ ନାମଯଜ୍ଞ ଆରମ୍ଭ ହୋଇଥିବା ବେଳେ ନାମଯଜ୍ଞ ର କର୍ତ୍ତା ଭାବରେ ମଞ୍ଜୁଲତା ଜୈନ ଓ କମରଲାଲ ଜୈନ ଦମ୍ପତି ଦାଇତ୍ୱ ନିର୍ବାହନ କରୁଛନ୍ତି । ଜାଗର ବ୍ରତୀ ମାନଙ୍କ ପାଇଁ ଜାଗର ଜାଳି ଉଜାଗର ରହିବା ନିମନ୍ତେ ବିଶେଷ ବ୍ୟବସ୍ଥା କରାଯାଇଥିବା କମିଟି ସୂତ୍ରରୁ ସୂଚନା ମିଳିଛି । ଶ୍ରଦ୍ଧାଳୁ ଭକ୍ତ ହମେଶ କୁମାର ଜୈନ ଦମ୍ପତି ସଂକୀର୍ତ୍ତନ ମଣ୍ଡଳୀ ସହ ଶ୍ରଦ୍ଧାଳୁ ଭକ୍ତଙ୍କ ଗହଣରେ ମହାଦୀପ ଧରି ମନ୍ଦିର ପରିକ୍ରମା କରିବେ । ରାତି ୧୦.୨୫ ମଧ୍ୟରେ ମହାଦୀପ ଉଠିବାର କାର୍ଯ୍ୟକ୍ରମ ରହିଥିବା କମିଟି ସୂତ୍ରରୁ ଜଣାପଡ଼ିଛି । ପବିତ୍ର ମହା ଶିବରାତ୍ରୀ ଅବସରରେ ନର୍ଲା ବିଧାୟକ ଭୁପିନ୍ଦର ସିଂ, ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି, ନର୍ଲା ଜିଲ୍ଳା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ନର୍ଲା ବିଡ଼ିଓ ବାସନ୍ତୀ ସେଠୀ, ନର୍ଲା ସରପଞ୍ଚ ସଂଘ ସଭାପତି ତଥା ଭାନପୁର ସରପଞ୍ଚ ଅନନ୍ତରାମ ମାଝୀ, ସର୍ଗିଗୁଡା ସରପଞ୍ଚ ଦୀପଞ୍ଜଳି ବୁଦ୍ଧିଆ, ମାଣ୍ଡେଲ ସରପଞ୍ଚ ପଦ୍ମଲୋଚନ ଜାଲ, ନର୍ଲା ବ୍ଲକ ଶିକ୍ଷାଧିକାରୀ ତପିମଣି ଯାନୀ, ବ୍ଲକ କୃଷି ଅଧିକାରୀ ରଜତ କୁମାର ମିଶ୍ର ପ୍ରମୁଖ ଅଞ୍ଚଳ ବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହିତ ସମସ୍ତଙ୍କ ସୁଖ ସମୃଦ୍ଧି କାମନା କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.