ଗାଁ ଭିତରେ ବିନ୍ଦାସରେ ବୁଲୁଛନ୍ତି ସିଂହ, ଭିଡିଓ ହେଉଛି ଭାଇରାଲ୍‌

ଓଡ଼ିଆ ବାର୍ତ୍ତା/ ଆମ୍ରେଲି : ଗାଁ ଭିତରେ ବୁଲୁଛନ୍ତି ସିଂହ । ବିଶ୍ବାସ ନ ହେଉଥିଲେ ମଧ୍ୟ ସତ । ଆଖିରେ ନଦେଖିଲେ ସହଜରେ ବିଶ୍ବାସ କରିବା ଅସମ୍ଭବ ଆଉ ଥରେ ଯଦି ଦେଖିଦେବେ ତାହେଲେ ଭୟରେ ରାତିରେ ଆଉ ଘରୁ ବାହାରକୁ ବାହାରିବେନି । ଗୁଜରାଟ ଆମ୍ରେଲି ଜିଲ୍ଲା ଅନ୍ତର୍ଗତ ରାମପଡ଼ା ଗାଁରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ରାତି ଅଧରେ ଦଳ ଦଳ ହୋଇ ବୁଲୁଛନ୍ତି ସିଂହ। ଫଳରେ ଭୟରେ ଦିନ କାଟୁଛନ୍ତି ଗାଁ ଲୋକେ । ଭୟରେ ଘର ବାହାରକୁ ବାହାରି ପାରିନଥିଲେ । ଗାଁର ଜଣେ ବ୍ୟକ୍ତିଙ୍କ ଘରେ ଲାଗିଥିବା ସିସିଟିଭି କ୍ୟାମେରାରେ ସିଂହ ବୁଲୁଥିବାରୁ ଚିତ୍ର କଏଦ ହୋଇଥିଲା । ଗୋଟିଏ କି ଦୁଇଟି ନୁହେଁ ଦଳ ହୋଇ ୮ଟି ସିଂହ ଗାଁ ଭିତରକୁ ଚାଲି ଆସିଥିଲେ । ତେବେ କିଛି ସମୟ ପରେ ସମସ୍ତ ସିଂହ ଚାଲିଯାଉଥିବା ଦେଖିବାକୁ ମିଳିଥିଲା । ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ଭିଡିଓ ଏବେ ଖୁବ୍‌ ଭାଇରାଲ ହେଉଛି । ଗୁଜରାଟର ଗିର ଅଞ୍ଚଳ ସିଂହ ଅଭୟାରଣ୍ୟ ହୋଇଥିବାବେଳେ ଅମରେଲି ଜିଲ୍ଲା ଗିର୍ ଅଂଚଳର ପଡୋଶୀ ଜିଲ୍ଲା ରହିଛି । ଭାରତୀୟ ବନ ବିଭାଗ ଅଧିକାରୀ ସୁଶାନ୍ତ ନନ୍ଦ ଏହି ଭିଡିଓ ସେୟାର କରିଥିବା ଦେଖିବାକୁ ମିଳିଛି। ଅଧ ରାତିରେ ରାସ୍ତାରେ ଚଳ ପ୍ରଚଳ କରୁଥିବା ସିଂହମାନଙ୍କ ଏହି ଭିଡିଓରେ ଜଣାପଡୁଛି କି, ଏହା ଲୋକଙ୍କ ଚଳ ପ୍ରଚଳ ଅଞ୍ଚଳ । ଏହି ଭିଡିଓ ଟ୍ୱିଟରରେ ସେୟାର କରାଯାଇଥିବାବେଳେ, ଭିଡିଓଟିକୁ ପାଖାପାଖି ୧ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି।

Omkar Vasthu
Omkar Vasthu

ଏହି ଭିଡିଓକୁ ଦେଖିବା ପରେ ଜଣେ ୟୁଜର୍ସ ଲେଖିଛନ୍ତି ଯେ, ସେମାନେ ମଣିଷକୁ ଡରୁଛନ୍ତି ଏବଂ ମୋଟରସାଇକେଲରେ ଆସୁଥିବା ବ୍ୟକ୍ତି ସେମାନଙ୍କ ଆଡକୁ ଆସୁଥିବାର ଦେଖି ସିଂହମାନେ ଚୁପଚାପ୍ ସେହି ସ୍ଥାନ ଛାଡି ପଳାଉଛନ୍ତି । ସେହିପରି ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି, “କଂକ୍ରିଟ ଜଙ୍ଗଲରେ ବୁଲୁଥିବା ଏହି ସୁନ୍ଦର ଗର୍ବକୁ ଦେଖିବା ଏକ ଗର୍ବ ନା ଦୟା ?

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.