ନୀଳକଣ୍ଠେଶ୍ଵର ନକ୍ ଆଉଟ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ଚିଲଡଙ୍ଗରୀ ଚାମ୍ପିଅନ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମୋଟେର ପଞ୍ଚାୟତ କୁସୁମଖୁଣ୍ଟି ମିନିଷ୍ଟାଡିୟମ ଠାରେ ନୀଳକଣ୍ଠେଶ୍ଵର କ୍ରିକେଟ୍ କ୍ଳବ୍ ଆନୁକୂଲ୍ୟରେ ଚାଲିଥିବା ନୀଳକଣ୍ଠେଶ୍ଵର ନକ୍ ଆଉଟ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ରବିବାର ଫାଇନାଲ ମ୍ୟାଚ୍ ସହ ଉଦଯାପିତ ହୋଇଛି।ଉଦଯାପନୀ ଉତ୍ସବରେ ମୂଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକଙ୍କ କୋକସରା ପ୍ରତିନିଧି ମାନସ ରଞ୍ଜନ ବାଗ, ସମ୍ମାନୀତ ଅତିଥି ଭାବେ ବିଜେଡି ଏସ୍ ଟି ସେଲ୍ ସଭାପତି ଇଂ ସୁଶୀଲ କୁମାର ଶବର, ପ୍ରକାଶ ପ୍ରଧାନ, ଦେବ ଚନ୍ଦନ ରାଉତ, ଲିଙ୍ଗରାଜ ବେହେରା, ଘେନୁ ବେହେରା, ପରମାନନ୍ଦ ଧଙ୍ଗଡାମାଝୀ, ଲକ୍ଷ୍ମୀନାରାୟଣ ବେହେରା, ମହେଶ ଗୁପ୍ତା, ମାନସ ରଞ୍ଜନ ବେହେରା, ସୁଦର୍ଶନ ବେହେରା, ଗୋବିନ୍ଦ ପାନ ପ୍ରମୁଖ ଯୋଗଦେଇ ଖେଳାଲୀ ଓ ଦର୍ଶକଙ୍କୁ ଉତ୍ସାହିତ କରିଥିଲେ। ଫାଇନାଲ ମ୍ୟାଚ୍ ସାନଟେମରୀ ବନାମ ଚିଲଡ଼ଙ୍ଗରୀ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।ପ୍ରଥମେ ସାନଟେମରୀ ଟିମ୍ ଟସ୍ ଜିଣି ବ୍ୟାଟିଙ୍ଗ ର ନିଷ୍ପତି ନେଇଥିଲେ। ନିର୍ଧାରିତ ୧୨ ଓଭରରେ ୯ ୱିକେଟ୍ ହରାଇ ୧୦୧ ରନ ସଂଗ୍ରହ କରିଥିଲେ।ଜବାବରେ ଚିଲଡ଼ଙ୍ଗରୀ ଟିମ୍ ୩ ୱିକେଟ୍ ହରାଇ ୧୧ଓଭର ୩ ବଳ ରେ ଲକ୍ଷ୍ୟ ହାସଲ କରି ଚାମ୍ପିଅନ ହୋଇଥିଲା।ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବାବୁଲି ଓ ମ୍ୟାନ ଅଫ୍ ସିରିଜ୍ ରାକେଶ ବିବେଚିତ ହୋଇଥିଲେ।

ବିଜେତା ଓ ଉପ ବିଜେତା ଟିମ୍ କୁ ଅତିଥିଙ୍କ ଦ୍ୱାରା ଟ୍ରଫି ସହ ଅର୍ଥ ରାଶି ପ୍ରଦାନ କରାଯାଇଥିଲା।ଫାଇନାଲ ମ୍ୟାଚ୍ କୁ ବରିଷ୍ଠ ଖେଳାଳୀ ହିରଣ୍ୟ ବେହେରା ଓ ଦୟା କର ପରିଚାଳନା କରିଥିଲେ। ରାଜ କୁମାର ବାଗ ଖେଳର ଧାରାବିବରଣୀ ପ୍ରଦାନ କରିଥିବା ବେଳେ ଅଜୁ ନାଏକ ସ୍କୋର ବୋର୍ଡ ଦାୟିତ୍ୱରେ ରହିଥିଲେ।ନୀଳକଣ୍ଠେଶ୍ଵର କ୍ରିକେଟ୍ କ୍ଳବ୍ ର କ୍ଷୀରସିନ୍ଧୁ ସୁନାନୀ, ତୋଫାନ କର, କିଶୋର ରେଡ୍ଡୀ, ମଣ୍ଟୁ ବେହେରା, ବିଶ୍ୱଜିତ ମହାନ୍ତି, ବିବେକ, ନରେନ୍ଦ୍ର ଭରତିଆ, ମୁନା ଖିଲ, ଭାଗ୍ୟବାନ ପୁଝାରି, ହର କର, ବଳରାମ ଦୁର୍ଗା, ରାଜେଶ ପାନ, ଡିଙ୍ଗର କର, ରିଙ୍କୁ ପୂଝାରୀ ସମେତ ଅନୁଷ୍ଠାନର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.