କନ୍ଧମାଳ ହଳଦୀ ଦେଖି ଖୁସି ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ, କଫି ପ୍ୟାକେଟ୍‌ ବି କିଣିଲେ

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ବିଭିନ୍ନ ଅଞ୍ଚଳରେ ଅନସୂଚିତ ଜନଜାତି ବସବାସ କରୁଛନ୍ତି। ଏହି ଜିଲାର ହଳଦୀ ସମଗ୍ର ବିଶ୍ୱ ଦରବାରରେ ପରିଚିତ ରହିଥିବା ବେଳେ ଜୈବିକ ପଦ୍ଧତିର ହଳଦୀ ପାଇଁ ବିଶ୍ୱ ବିଖ୍ୟାତ ହୋଇପାରିଛି। ଦିଲ୍ଲୀଠାରୁ ପଲ୍ଲୀ ପର୍ଯ୍ୟନ୍ତ କନ୍ଧମାଳ ହଳଦୀର ସ୍ବତନ୍ତ୍ର ପରିଚୟ ରହିଥିବା ବେଳେ ଏବେ ଦିଲ୍ଲୀରେ ନିଜେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅତି ନିକଟରୁ କନ୍ଧମାଳ ହଳଦୀ ଗୁଣ୍ଡ ସମେତ ବିଭିନ୍ନ ପାରମ୍ପରିକ ଖାଦ୍ୟ ଶସ୍ୟ ଦେଖି ଖୁସି ବ୍ୟକ୍ତ କରିଛନ୍ତି। ପ୍ରକାଶ ଯେ, ଦିଲ୍ଲୀର ଇଣ୍ଡିଆ ଗେଟ୍‌ ନିକଟବର୍ତ୍ତୀ ଧ୍ୟାନଚାନ୍ଦ ଷ୍ଟାଡିୟମଠାରେ ଆଦିବାସୀ ମହୋତ୍ସବ (କେବଳ ଆଦିବାସୀ ମେଳା) ୧୨ ଦିନ ଧରି ଚାଲିଛି। ଏହାର ଶୁଭ ଉଦ୍‌ଘାଟନ ଗୁରୁବାର ହୋଇଥିବା ବେଳେ ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିଛନ୍ତି। ସେ ବିଭିନ୍ନ ଷ୍ଟଲ୍‌ ବୁଲି ଦେଖୁ୍‌ଥିବା ବେଳେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରୁ ଯାଇଥିବା ଫାରମର୍‌ସ ପ୍ରଡ୍ୟୁସର କମ୍ପାନୀର ଷ୍ଟଲ୍‌ରେ ଅଟକିବା ସହ ଫାରମର୍‌ସ କମ୍ପାନୀର ସମ୍ପାଦକ ସୁରେଶ ପ୍ରଧାନ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମଳୟ ପ୍ରଧାନଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ। ସେମାନଙ୍କୁ କେଉଁଠାରୁ ଆସିଥିବା ପଚାରି ବୁଝିବା ସହ ହଳଦୀ ସମ୍ପର୍କରେ ପଚାରି ବୁଝିଥିଲେ। ହଳଦୀ ସମେତ କ୍ଷୁଦ୍ରଦାନା ଶସ୍ୟ ମାଣ୍ଡିଆ, ସୋରିଷ,ଅଦା, ଦାରିଙ୍ଗବାଡ଼ି କଫି ସମେତ ଦାରିଙ୍ଗବାଡ଼ି ଅଞ୍ଚଳର ପାରମ୍ପରିକ ସାମଗ୍ରୀ ସମ୍ପର୍କରେ ପଚାରି ବୁଝିଥିଲେ। ଦାରିଙ୍ଗବାଡ଼ିରେ ଜୈବିକ ପଦ୍ଧତିରେ ଚାଷ ଓ ଅମଳ ହେଉଥିବା କଫିରୁ ଦୁଇ ପ୍ୟାକେଟ ପ୍ରଧାନମନ୍ତ୍ରୀ କିଣି ନେଇଥିବା ପ୍ରଡ୍ୟୁସର ଗ୍ରୁପ୍‌ର କାର୍ଯ୍ୟନିର୍ବାହୀ ଅଧିକାରୀ ମଳୟ ରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି। ସେହିପରି ଦିଲ୍ଲୀର ନୋଇଡା ହାଟ ନିକଟରେ ସରସ ମେଳା ଶୁକ୍ରବାରଠାରୁ ଆରମ୍ଭ ହୋଇଥିତ୍ବା ବେଳେ ବିଧିବଦ୍ଧ ଭାବେ ଶନିବାର ଏହାକୁ ଉଦଘାଟନ କରାଯାଇଛି। ସେଠାରେ ମଧ୍ୟ ଓଡ଼ିଶାରୁ ମାତ୍ର ୯ଟି ଷ୍ଟଲ୍‌ ଯାଇଥିବା ବେଳେ ଦାରିଙ୍ଗବାଡ଼ିର ଏକ ମହିଳା ଗ୍ରୁପ୍‌ ଫୁଡ୍ସ ଏବଂ ସ୍ପାଇସ୍‌ ନେଇ ଝରଣା ସାହୁ ଏବଂ ପ୍ରଭାକର ସାହୁ କନ୍ଧମାଳ ହଳଦୀ ସମେତ ମାଣ୍ଡିଆ, ସୋରିଷ, ଆରିଶା ପିଠା ସମେତ ପାରମ୍ପରିକ ସାମଗ୍ରୀ ବିକ୍ରି କରୁଛନ୍ତି। ଖୁବ୍‌ ବିକ୍ରିବଟା ହେଉଥିବା ଝରଣା ସାହୁ କହିଛନ୍ତି। ଏଥିପାଇଁ ଓଆଏମ୍‌ଏସ୍‌ (ଓଡିଶା ରୁରାଲ ଡେଭଲପମେଣ୍ଟ ଆଣ୍ଡ ମାର୍କେଟିଂ ସୋସାଇଟି (କନ୍ଧମାଳ)ର ସହଯୋଗ ଏବଂ ରାଜ୍ୟ ସରକାରଙ୍କ ଓଡ଼ିଶା ଗ୍ରାମ୍ୟ ଉନ୍ନୟନ ଓ ବିପଣନ ସମିତି ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ପ୍ରୋତ୍ସାହନ ଦିଆଯାଉଥିବା ଜଣାପଡ଼ିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.