ତପନ କୁମାର ସାହୁଙ୍କ କବିତା : ଏ ମୋର ଶେଷ ଚିଠି

ମୋର ଶେଷ ଚିଠି
ପଢିବ ନିଶ୍ଚୟ
ବାରମ୍ବାର ଅନୁରୋଧ କରୁଛି
ଏ ମୋର ଶେଷ ଚିଠି ଲେଖୁଛି ।

Omkar Vasthu
Omkar Vasthu

ବାସ୍ନା ଭିଜା ହୃଦୟକୁ
ମୁଁ -ମସଜିଦ ..ମନ୍ଦିରେ
ବିକି ଦେଇଛି
ମାନବତାର ପରିଚୟ ମୋର
ଫାଙ୍କା ଅନ୍ଧାରେ
ନାଲିପଟି ବନ୍ଧା
ମୂର୍ତ୍ତି ରେ
ଚିକମିକ ଜରିପରି
ଜଡ଼ ପାଲଟି ସାରିଛି
ବିକଶିତ ମସ୍ତିଷ୍କ ମୋ
ରୁଗଣ ମାନସିକତାର
ପେଡିରୁ
ବାରମ୍ବାର
ମୁଣ୍ଡ ଟେକୁଛି
ତୋଷାମଦ ..ଶୃଗାଳ ପରି
ତଥାପି ମୁଁ ମୋର
ଅଭିନୟ ଲିପ୍ତ
ସତ୍ୟକୁ ଭୁଲିଛି
ଏ ମୋର ଶେଷଚିଠି ଲେଖୁଛି ।

Pearl dental clinic
Near Ashish Medical Store, Bhawanipatna

ମୋ କଳ୍ପନାର
ଅନେକ ଶବ୍ଦକୁ ମୁଁ
ଏକପଦିକରଣ କରି
ନିମିଷେ ଯୋଜନଗନ୍ଧା ସାଜୁଛି
ବୁଲେଟ ଟ୍ରେନ ପରି
ହୃଦୟ ମୋର
ଲୋଭାଗ୍ରତ …କ୍ୟାନସର ପୀଡିତ
ଦେହକୁ ନେଇ
ଜୀବନର ଅନ୍ତିମ ସ୍ୱର
ଖୋଜୁଛି ତଥାପି
ମୁଁ ମୋର ଆତ୍ମ ବଢ଼ିମା ପ୍ରଚାର
କରିଚାଲିଛି
ଏ ମୋର ଶେଷଚିଠି ଲେଖୁଛି ।

Udyog Nursery
Udyogi Nursery

ବସନ୍ତ ରୁ ଶୀତ
ଶୀତରୁ ବର୍ଷା କୁ
ବର୍ଷା କୁ ଫଗୁଣେ ଯୋଡି
ମୁଁ ମହଣ ମହଣ
ରୋଜଗାର ଭିତରେ
ହଜେଇ ସାରିଛି
ମୁଁ ଲୁଣ୍ଠିତ ରୁପକୁ ମୋର
ବୃଥା ପ୍ରହତ୍ସନେ
ଅନାସକ୍ତ ଆଶ୍ରୟ କରିଚାଲିଛି
ମୁଁ ମୋର
ଶେଷ ପାହାନ୍ତି ରେ
ଶେଷଚିଠି ଲେଖୁଛି ।

ତପନ କୁମାର ସାହୁ

କଳାହାଣ୍ଡି
ମୋ : ୭୩୨୮୦୦୧୫୭୫

ହ୍ଵାଟ୍ସଆପରେ ଲେଟେଷ୍ଟ ନ୍ୟୁଜ୍ ଅପଡେଟ୍ ପାଇବା ପାଇଁ ତଳେ କ୍ଲିକ୍ କରନ୍ତୁ👇

http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.