ଚିକିଲି ଛକ ନିକଟରେ ବାଇକ୍ ଦୁର୍ଘଟଣା: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ହେଲେ ଗୁରୁତର ଯୁବକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରବୀନ୍ଦ୍ର ମିଶ୍ର): କଲମପୁର ଜୁନାଗଡ଼ ମୁଖ୍ୟ ରାସ୍ତାର ଚିକିଲି ଛକ ନିକଟରେ ଏକ ମର୍ମନ୍ତୁଦ ବାଇକ୍ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ଯୁବକ ଗୁରୁତର ଆହତ ହେଇଛନ୍ତି। ଗୁରୁତର ଯୁବକଙ୍କୁ କିଛି ଲୋକଙ୍କ ସହାୟତାରେ ତାଙ୍କର ସମ୍ପର୍କୀୟମାନେ ଉଦ୍ଧାର କରି ଏକ ଆମ୍ବୁଲାନ୍ସ ଯୋଗେ ପ୍ରଥମେ କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଭର୍ତ୍ତି କରି ଥିଲେ। କିନ୍ତୁ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ। ସୁଚନା ଅନୁସାରେ ସୋମବାର ସକାଳ ୧୦.୩୦ ମିନିଟ ସମୟରେ ଜୁନାଗଡ଼ ବ୍ଲକ୍ ଅନ୍ତର୍ଗତ ମାଟି ଗାଁ ପ୍ରଗତି ନଗର ପଡ଼ାର ଧନୁ ଦଣ୍ଡସେନା ନାମକ ଜନୈକ ଯୁବକ ଏକ ଓଡି ୦୮ଡି ୪୬୯୦ ନମ୍ବର ବିଶିଷ୍ଟ ବାଇକ୍ ଯୋଗେ କଲମପୁର ପଟରୁ ନିଜ ଗାଁକୁ ଫେରୁଥିବା ବେଳେ କଲମପୁର ଜୁନାଗଡ଼ ମୁଖ୍ୟ ରାସ୍ତାର ବଙ୍କାପଲା ଦାସିଗାଁ ମଝିରେ ଥିବା ଚିକିଲି ଛକ ନିକଟରେ ଦୁର୍ଘଟଣାର ଶିକାର ହେଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସୁଚନା ଯୋଗ୍ୟ ଯେ, କିଛି ବ୍ୟକ୍ତି ବିଶେଷ କିଛି ବି ସତର୍କ ସୂଚନା ନଦେଇ ନଦୀ ନାଳ ଗୁଡିକରୁ ଅନାଧିକାର ଭାବେ ପାଣି ଉଠାଇ ନିଜ ନିଜ ଚାଷ ଜମିରେ ଜଳ ସେଚନ କରାଉଛନ୍ତି। ଏହି ଜଳସେଚନ ସମୟରେ ପଥଚାରୀଙ୍କ ସୁରକ୍ଷା ପ୍ରତି ଗୁରୁତ୍ବ ଦେଉନାହାନ୍ତି। ଯେଉଁଥିପାଇଁ ପ୍ଲାଷ୍ଟିକ ପାଇପ୍ ରେ ବାଇକ୍ ଚକ ଲାଗି ସ୍ଲିପ ହେଉଥିବା ଯୋଗୁଁ ଦୁର୍ଘଟଣା ଘଟି ଜନ ଜୀବନ ପ୍ରଭାବିତ ହେଉଛି। ତେଣୁ ରାସ୍ତା ଦାଇତ୍ୱ ରେ ଥିବା ବିଭାଗ ଙ୍କ ସମେତ ଜିଲ୍ଲା ପ୍ରଶାସନ ଓ ପୁଲିସ ଏଥିପ୍ରତି ଗୁରୁତ୍ବ ଦେବାପାଇଁ ଦାବି ହେଉଛି।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.