ଜୟପାଟଣା ସରସ୍ଵତୀ ବିଦ୍ୟା ମନ୍ଦିର ପ୍ରାଙ୍ଗଣରେ ଆରୋଗ୍ୟ ଭାରତୀ ଓଡିଶା ତରଫରୁ ସ୍ବାସ୍ଥ୍ୟ ସମ୍ବନ୍ଧିତ କାର୍ଯ୍ୟକ୍ରମ 

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ସରସ୍ବତୀ ବିଦ୍ୟାମନ୍ଦିର ପ୍ରାଙ୍ଗଣରେ ଆରୋଗ୍ୟ ଭାରତୀ ଓଡିଶାର ପଶ୍ଚିମ ପ୍ରାନ୍ତ ସଭାପତି ଅବନୀ କୁମାର ଦଣ୍ଡପାଟ, ସମ୍ପାଦକ କାର୍ତ୍ତିକେଶ୍ବର ପ୍ରଧାନ, ତ୍ରିଲୋଚନ ମାଧେଇ ଏବଂ ବିଶ୍ବଜିତ ପତିଙ୍କ ଉପସ୍ଥିତିରେ ବିଦ୍ୟାଳୟ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହି ଅବସରରେ ଛାତ୍ର ଛାତ୍ରୀ ମାନଙ୍କୁ ସ୍ବାସ୍ଥ୍ୟ ସମ୍ପର୍କରେ ଉପସ୍ଥିତ ପ୍ରବକ୍ତା ମାନେ ବୁଝାଇଥିଲେ। ଭାଷଣ ପ୍ରସଙ୍ଗ ମାଧ୍ୟମରେ କୁନୀ କୁନୀ ଛାତ୍ରଛାତ୍ରୀ ମାନଙ୍କୁ ନିଜ ଶରୀରକୁ ନିରୋଗ ରଖିବା କୁ ହେଲେ ପାଶ୍ଚାତ୍ୟ ଦେଶର ଜଙ୍କ ଖାଦ୍ୟ ପିଜା ବର୍ଗର, ଚଉମିନ ଅନେକ ମେଦବହୁଲ ଖାଦ୍ୟ ନ ଖାଇ ସ୍ବଦେଶୀ ଖାଦ୍ୟ ଖାଇବା ସହିତ ନିୟମିତ ବ୍ୟାୟାମ ଆଧ୍ୟାତ୍ମିକ ଧ୍ୟାନ କରିବା ଜରୁରୀ ବୋଲି ଉପସ୍ଥିତ ରହି ଥିବା ଶତାଧିକ ଛାତ୍ରଛାତ୍ରୀ ପ୍ରଶିକ୍ଷଣ ଦେଇଥିଲେ। ଛାତ୍ରଛାତ୍ରୀ ମାନଙ୍କୁ ମହାପୁରୁଷଙ୍କ ଜିବନୀର ଉଦାହରଣ ଦେଇ ଶିକ୍ଷା ଦିଆଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.