ଚିତ୍ରକଳା ମାଧ୍ୟମରେ ଜଳ ସଂରକ୍ଷଣ ସଚେତନତା କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ସରିଆଁ ଅନୁକୂଲ୍ୟରେ ଚିତ୍ରକଳା ମାଧ୍ୟମରେ ଜଳ ସଂରକ୍ଷଣ ବିଷୟରେ ଉକ୍ତ ସ୍କୁଲର ଛାତ୍ରଛାତ୍ରୀ ମାନଙ୍କ ସହିତ ଶିକ୍ଷକ ମାନେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ ଏବଂ କିପରି ବର୍ଷା ଜଳ ସଂରକ୍ଷଣ ହୋଇପାରିବ ସେହି ଉପରେ ମଧ୍ୟ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସାଧୁରାମ ଭୋଇ , ବିଜ୍ଞାନ ଶିକ୍ଷକ ଗଙ୍ଗାନାରାୟଣ ଦାସ, ଇକୋ କ୍ଲବ ର ମୁଖ୍ୟ ପରିଚାଳକ କୈଳାସ ଚନ୍ଦ୍ର ଭୋଇ, ଓଡ଼ିଆ ଶିକ୍ଷୟତ୍ରୀ ମିନତୀ ଶତପଥୀ, ଅବସର ପ୍ରାପ୍ତ କିରାଣୀ ପ୍ରମୋଦ ଚନ୍ଦ୍ର ଭୋଇ, ସ୍କୁଲର ଟିଏମ କପିଳ ମଠାଳି ପ୍ରମୁଖ ଉପସ୍ଥିତ ଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଭବାନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନର ସମ୍ପାଦକ ମିଲନ କୁମାର ଭୋଇ ଏବଂ ଚିତ୍ରକାର ସୁନନ୍ଦ ଭୋଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.