ଓଡ଼ିଆ ବାର୍ତ୍ତା/ ରାୟଗଡା| କାଶିପୁର (ଶିବ ନାରାୟଣ ଗୈାଡ/ ଆଲାରାମ ଭାତ୍ରା): ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡର ମୂଳ ନିରନ୍ତର ବିକାଶ ପ୍ରୟାସସମୂହ ହେଉଛି ଜୈବବିବିଧତାକୁ ବଜାୟ ରଖିବା ସହିତ ପରିବେଶ ସୁରକ୍ଷା ଓ ସଂରକ୍ଷଣ କରିବା । ଏହା ଉଦ୍ୟାନକୃଷିକୁ ସମର୍ଥନ ଏବଂ ଏହାର କାରଖାନା ପରିସରରେ ଏବଂ ପରିସର ବାହାରେ ସବୁଜ ବଳୟକୁ ସମର୍ଥନ କରିବା ଉପରେ ସର୍ବଦା ଗୁରୁତ୍ୱ ଦେଇଆସିଛି । ଏହି ପରିପ୍ରେକ୍ଷୀରେ ଉତ୍କଳ ଆଲୁମିନା ଠାରେ ଚଳିତ ଫେବୃଆରୀମାସ ୧୯ ଓ ୨୦ ତାରିଖ ଦୁଇଦିନ ଧରି ଉଜ୍ଜ୍ୱଳ ଉତ୍କଳ ମହିଳା କ୍ଲବ ପକ୍ଷରୁ ଦୁଇଦିନିଆ ‘ପୁଷ୍ପ ପ୍ରଦର୍ଶନୀ’ ଆୟୋଜିତ ହୋଇଯାଇଛି ।
ଯେଉଁଥିରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଖାଦ୍ୟ ଉତ୍ସବ ମଧ୍ୟ ରହିଥିଲା । ଏହି କାର୍ଯ୍ୟକ୍ରମ ଆୟୋଜନର ଉଦ୍ଦେଶ୍ୟ ଥିଲା ଆମ ସମାଜ ଏବଂ ଜନସାଧାରଣଙ୍କୁ ଆମ ପାରିପାର୍ଶ୍ବିକ ପରିବେଶ ଏବଂ ଏହାର ଚତୁର୍ପାଶ୍ୱର୍ରେ ଜୈବ ବିବିଧତାର ସୁରକ୍ଷା କରିବା ଏବଂ ତାହାକୁ ପ୍ରୋତ୍ସାହନ ଦେବା । ପ୍ରାୟ ୧୦୦ କିସମର ଫୁଲ ଗଛ, ବୋନସାଇ, ପାମ୍ ଗଛ, ଫୋଲିଏଜ ବୃକ୍ଷ, ସକୁଲେଣ୍ଟ ବୃକ୍ଷ ଆଦି ଓଷାପଡା ପଡିଆରେ ଆୟୋଜିତ ଏହି ପ୍ରଦର୍ଶନୀରେ ପ୍ରଦର୍ଶିତ ହୋଇଥିଲା ଏବଂ ଏହା ଦର୍ଶକମାନଙ୍କର ଦୃଷ୍ଟି ଆକର୍ଷଣ କରିଥିଲା । ମକରନ୍ଦ ମୁଦୁଲି, ସମ୍ମାନନୀୟ ବିଧାୟକ ରାୟଗଡା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦର୍ଶନୀକୁ ଉଦ୍ଘାଟନ କରିଥିଲେ ।
ମଜହର ବେଗ୍, ୟୁନିଟ ହେଡ୍ ଏବଂ ପ୍ରେସିଡେଣ୍ଟ, ଉତ୍କଳ ଆଲୁମିନା, ଶ୍ରୀମତୀ ହିନା ବେଗ୍, ପ୍ରେସିଡେଣ୍ଟ, ଉଜ୍ଜ୍ୱଳ ଉତ୍କଳ ମହିଳା କ୍ଲବ୍ ଏହି କାର୍ଯ୍ୟକ୍ରମକୁ ଉତ୍କଳ ଆଲୁମିନାର ବରିଷ୍ଠ ପରିଚାଳନା ଅଧିକାରୀଙ୍କ ସହିତ ଆୟୋଜନ କରିଥିଲେ । ଉତ୍କଳ ଆଲୁମିନାର କର୍ମଚାରୀବୃନ୍ଦ, ପରିବାର ସଦସ୍ୟ, ସନ୍ତାନ ସନ୍ତନତି ଏବଂ କମ୍ପାନୀର ସହଭାଗୀ ପ୍ରତିଷ୍ଠାନଗୁଡିକ ଏହି ଅବସରରେ ଉପସ୍ଥିତ ରହି ମନୋଜ୍ଞ ସନ୍ଧ୍ୟାକୁ ଉପଭୋଗ କରିଥିଲେ ।
ଶ୍ରୀ ମୁଦୁଲି, ବିଧାୟକ ରାୟଗଡା ପରିବେଶ ସୁରକ୍ଷା ଉପରେ ଗୁରୁତ୍ୱ ଦେଉଥିବା ଏଭଳି ସୁନ୍ଦର କାର୍ଯ୍ୟକ୍ରମ ଆୟୋଜନ ପାଇଁ ଉତ୍କଳ ଆଲୁମିନାକୁ ପ୍ରଶଂସା କରିଥିଲେ । ସେ ଉତ୍କଳ ଆଲୁମିନାର ଗୋଷ୍ଠୀ ବିକାଶ କାର୍ଯ୍ୟକ୍ରମଗୁଡିକୁ ମଧ୍ୟ ପ୍ରଶଂସା କରିଥିଲେ । ଯାହା ସ୍ୱାସ୍ଥ୍ୟ, ଶିକ୍ଷା, ଜୀବିକା ଉପାର୍ଜନ, ସାମାଜିକ ବିକାଶ ଏବଂ ଗ୍ରାମ୍ୟ ଭିତ୍ତିଭୂମି ଆଦି କ୍ଷେତ୍ରରେ କାଶୀପୁର ଜନସାଧାରଣଙ୍କ ଜୀବନରେ ରୂପାନ୍ତରଣ ଆଣୁଛି ।
ଶ୍ରୀମତୀ ହିନା ବେଗ୍, ପ୍ରେସିଡେଣ୍ଟ, ଉଜ୍ଜ୍ୱଳ ଉତ୍କଳ ମହିଳା କ୍ଲବ୍ ମା’ ଧରିତ୍ରୀ, ମାନବ ଜୀବନ ଏବଂ ମୂଲ୍ୟବୋଧ ପ୍ରତି ଉତ୍ସର୍ଗୀକୃତ ଏଭଳି ସୁନ୍ଦର କାର୍ଯ୍ୟକ୍ରମ ଆୟୋଜନ କ୍ଷେତ୍ରରେ ତାଙ୍କର ଅନୁଭୂତିଗୁଡିକୁ ଆନନ୍ଦର ସହିତ ବର୍ଣ୍ଣନା କରିଥିଲେ । “ଏହା ଉତ୍କଳରେ ଏହି ଧରଣର ପ୍ରଥମ କାର୍ଯ୍ୟକ୍ରମ ଥିଲା, ଯେଉଁଠାରେ ଆମେ ଆମ ଜନସାଧାରଣ ଏବଂ ଗୋଷ୍ଠୀଗୁଡିକୁ ଏହି ଆଦିବାସୀବହୁଳ ଆଭ୍ୟନ୍ତରୀଣ ଅଞ୍ଚଳରେ ପରିବେଶ ଓ ଜୀବଜଗତର ପ୍ରୋତ୍ସାହିତ କରିବା ଏବଂ ତାହାର ସୁରକ୍ଷା କ୍ଷେତ୍ରରେ ପ୍ରୋତ୍ସାହିତ ଓ ପ୍ରେରିତ କରୁଛି,” ବୋଲି ମଜହର ବେଗକ୍, ୟୁନିଟ ହେଡ୍ ଏବଂ ପ୍ରେସିଡେଣ୍ଟ, ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ ପ୍ରକାଶ କରିଥିଲେ । ଏଥିସହିତ ସେ କହିଥିଲେ ଯେ, ଏହି ପ୍ରଦର୍ଶନୀ ଆମ ଲୋକମାନଙ୍କୁ ଏବଂ ଗୋଷ୍ଠୀଗୁଡିକୁ ଘର ବଗିଚା ସମ୍ପର୍କରେ ପ୍ରଶିକ୍ଷିତ କରିବା ସହିତ ସେମାନଙ୍କ ମଧ୍ୟରେ ଏକ ସକାରାତ୍ମକ ମନୋଭାବ ସୃଷ୍ଟି କରିବ ।