ନୂଆପଡା ରେ ଆଲୋକୀକରଣ ଯୋଜନା ବିଫଳ : ଭାଙ୍ଗୁନି ଏନ୍ଏସି ର କୁମ୍ଭକର୍ଣ୍ଣ ନିଦ୍ରା

ନୂଆପଡା,୨୫/୪ : ନୂଆପଡା ଜିଲ୍ଲା ସଦରମହକୁମା ଦେଇ ଜାତୀୟ ରାଜପଥ ୩୫୩ ରାୟପୁର ଠାରୁ ଗୋପାଳପୁର ଯାଏଁ ଯାଇଛି । କିଛି ମାସ ପୂର୍ବେ ନୂଆପଡା ଜିଲ୍ଲାର ତିନୋଟି ଏନ୍ଏସି ରେ ଗ୍ରୀନଫିଲଡ  ଆଲୋକୀକରଣ କାର୍ଯ୍ୟକ୍ରମରେ ରାସ୍ତା ଓ ସମସ୍ତ ୱାର୍ଡ ରେ ନୂତନ ଏଲ୍ଇଡି ଲାଇଟ (ବଲ) ଓ ପୋଲ  ଲଗାଯାଇ ଉଦଘାଟନ କରାଯାଇଥିଲା । ତେବେ ପ୍ରକଶ ଯେ ଆଲୋକୀକରଣ ପାଇଁ ଟେଣ୍ଡର ଦିଆଯାଇଥିବା କମ୍ପାନୀ ଏ ପର୍ଯ୍ୟନ୍ତ କାମ ଆରମ୍ଭ କରି ନାହିଁ । ତେବେ ତହିଁ ମଧ୍ୟ ରୁ ନୂଆପଡା ଏନ୍ଏସି ର ୧୪ ଟି ୱାର୍ଡ ରେ ୪୮୦ଟି ପୋଲ ଓ ଲାଇଟ ଲଗାଯାଇଥିଲା ।  କିନ୍ତୁ ବର୍ତମାନ ରାଜପଥ ପାର୍ଶ୍ୱ ରେ ଥିବା ଲାଇଟ ଗୁଡିକ ର ଅବସ୍ଥା କହିଲେ ନସରେ । କେତୋଟି ଲାଇଟ ଜଳୁଛି ତ ଆଉ କେତୋଟି ଅସମ୍ପୂର୍ଣ ଭାବେ ଜଳୁଛି ଆଉ କେତେକ ଜଳୁନାହିଁ । ନୂଆପଡା ଏନଏସିର ଅନ୍ୟ କେତୋଟି ୱାର୍ଡକୁ ରାତି ରେ ଯିବା ଆସିବା ପାଇଁ ଲୋକେ ଭୟ କରୁଛନ୍ତି  କାହିଁକି ନା ଖୁଣ୍ଟରେ ଲାଇଟ ଥିଲେ ବି ତହା ବିଲକୁଲ ଜଳୁ ନା ଥିବାର ନଜର ରେ ଆସିଛି । ଯାହାଫଳରେ ଲୋକେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି । ଅନେକ ଜାଗାରେ ଏହି ସମସ୍ୟା ସବୁ ଲାଗି ରହିଥିବାବେଳେ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଏହାର ସୁସମାଧାନ ଦିଗରେ ସଠିକ ପଦକ୍ଷେପ ନେଉନାହିଁ ବୋଲି ସ୍ଥାନୀୟ ଜନ ସାଧାରଣ ଅଭିଯୋଗ କରନ୍ତି । ଜିଲ୍ଲା ପ୍ରଶାସନ ଏହା ଉପରେ ହସ୍ତକ୍ଷେପ କରି ଉଚିତ ପଦକ୍ଷେପ ନେଉ ବୋଲି ଜନତାଙ୍କ ଠାରୁ ମତ ପ୍ରକାଶ ପାଇଛି । ଏ ସମନ୍ଧରେ ନୂଆପଡା ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ରାମ ଚନ୍ଦ୍ର ମାଝୀଙ୍କୁ ପଚାରିବାରୁ ସେ କହିଲେ ଯେ, ଫିଉଜ ହୋଇ ଥିବା କାରଣରୁ କିଛି ଲାଇଟ ଜଳୁ ନାହିଁ ଆଉ ବହୁତ ଶୀଘ୍ର ଏହାକୁ ଠିକ କରାଯିବାର ବ୍ୟବସ୍ଥା କରାଯାଉଛି। 

ଫଟୋ ଦର୍ଶାଉଚି ଅସଲ କଥା

ନୂଆପଡା ସଦର ଦେଇ ଯାଇଥିବା ୩୫୩ ରାଜପଥରେ ଗୋଟିଏ ପଟେ ଲାଇଟ ଜଳୁଛି ତ ଅନ୍ୟ ପଟ ଅନ୍ଧାର । 

 

ୱାର୍ଡ ନମ୍ବର ୧୧ ର କିଛି ରାତ୍ରି କାଳିନ ଦୃଶ୍ୟପଟ 

ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର କୁମାର ବାଗ (ରାହୁଲ)ଙ୍କ ରିପୋର୍ଟ odiabarta.in

ହ୍ଵାଟ୍ସଆପରେ ଲେଟେଷ୍ଟ ନ୍ୟୁଜ୍ ଅପଡେଟ୍ ପାଇବା ପାଇଁ ତଳେ କ୍ଲିକ୍ କରନ୍ତୁ👇

http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.