୫୧୨ କିଲୋ ପିଆଜକୁ ୨ ଟଙ୍କା ୪୯ ପଇସାରେ ବିକିଲେ ଚାଷୀ

ଓଡ଼ିଆ ବାର୍ତ୍ତା/ ପୁଣେ: ମହାରାଷ୍ଟ୍ରର ସୋଲାପୁରର ଜଣେ ଚାଷୀ ବ୍ୟବସାୟୀକୁ ୫୧୨ କିଲୋ ପିଆଜ ବିକ୍ରି କରି ମାତ୍ର ୨ ଟଙ୍କା ୪୯ ପଇସା ପାଇଛନ୍ତି। ସାରା ଦେଶରେ ଏବେ ଏହାକୁ ନେଇ ଚର୍ଚ୍ଚା । ଯଦି ବ୍ୟବସାୟ ମାନେ ଏହିପରି ଦରରେ ଚାଷୀଙ୍କୁ ଯଦି ପିଆଜ ବିକ୍ରି କରିବେ ତାହେଲେ ଆଗାମୀ ଦିନରେ ପିଆଜ ଚାଷ ପ୍ରଭାବିତ ହେବା ସହିତ ଅନେକ ଚାଷୀ କିଭଳି ପରିବାର ପ୍ରତିପୋଷଣ କରିବେ ତାହା ଏବେ ବଡ ପ୍ରଶ୍ନ । ସୋଲାପୁରର ବାର୍ଶୀ ତହସିଲର ୬୩ ବର୍ଷୀୟ ଚାଷୀ ରାଜେନ୍ଦ୍ର ଚୌହ୍ୱାନ କହିଛନ୍ତି ଯେ ଗତ ସପ୍ତାହରେ ତାଙ୍କ ପିଆଜ ସୋଲାପୁର ମାର୍କେଟ କମ୍ପ୍ଲେକ୍ସରେ କିଲୋ ପ୍ରତି ୧ ଟଙ୍କା ମୂଲ୍ୟରେ ବିକ୍ରି ହୋଇଥିଲା ଏବଂ ସମସ୍ତ କଟନୀ ଛଟନୀ ପରେ ତାଙ୍କୁ ଏହି ଟଙ୍କା ମିଳିଥିଲା। ସେ କହିଛନ୍ତି, ସୋଲାପୁରର ଜଣେ ପିଆଜ ବ୍ୟବସାୟୀଙ୍କୁ ସେ ପାଞ୍ଚ କ୍ୱିଣ୍ଟାଲରୁ ଅଧିକ ଓଜନର ୧୦ ବସ୍ତା ପିଆଜ ବିକ୍ରି ପାଇଁ ପଠାଇଥିଲେ । ବ୍ୟବସାୟୀ କ୍ୱିଣ୍ଟାଲ ପିଛା ୧୦୦ ଟଙ୍କା ଦେବ ବୋଲି କହିଥିଲେ। ମୋଟ ଓଜନ ୫୧୨ କିଲୋଗ୍ରାମ ଥିବାରୁ ତାଙ୍କୁ ଉତ୍ପାଦର ମୋଟ ମୂଲ୍ୟ ୫୧୨ ଟଙ୍କା ମିଳିବାର ଥିଲା। ହେଲେ ସେ କହିଛନ୍ତି ୫୦୯.୫୧ ଟଙ୍କା ଶୁଳ୍କ କଟିବା ପରେ ତାଙ୍କୁ ୨ ଟଙ୍କା ୪୯ ପଇସା ମିଳିଛି। ଯାହାର ରସିଦ ମଧ୍ୟ ରହିଛି । ଏହା ରାଜ୍ୟର ଅନ୍ୟ ପିଆଜ ଚାଷୀମାନଙ୍କ ପ୍ରତି ଅପମାନ ବୋଲି ସେ କହିଛନ୍ତି। ବ୍ୟବସାୟୀ ଜଣକ ନିମ୍ନମାନର ପିଆଜ ବୋଲି କହୁଥିବା ବେଳେ ରାଜେନ୍ଦ୍ର କିନ୍ତୁ କହିଛନ୍ତି ଏହା ଉନ୍ନତମାନର ଚାଷୀ ଉତ୍ପାଦ । ବ୍ୟବସାୟୀ କହିଛନ୍ତି, ଚାଷୀ ମାତ୍ର ୧୦ ବସ୍ତା ପିଆଜ ଆଣିଥିଲେ ଏବଂ ପିଆଜ ଗୁଡିକ ନିମ୍ନମାନର ଥିଲା। ସେ କହିଛନ୍ତି ଯେ, ଏହି ଚାଷୀ ପୂର୍ବରୁ ୪୦୦ ବସ୍ତାରୁ ଅଧିକ ପିଆଜ ତାଙ୍କୁ ବିକ୍ରି କରିଥିଲେ ଏବଂ ଏଥର ସେ ବଳକା ପିଆଜକୁ ୧୦ ବସ୍ତାରେ ଆଣି ବିକ୍ରି କରିଛନ୍ତି।

Omkar Vasthu
Omkar Vasthu

 

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.