ଉଦ୍ଧବ ଠାକରେଙ୍କ ମାତୋଶ୍ରୀରେ ଅରବିନ୍ଦ କେଜ୍ରିଓ୍ୱାଲ ଏବଂ ଦଳୀୟ ନେତା

ଓଡ଼ିଆ ବାର୍ତ୍ତା/ ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବଂ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶୁକ୍ରବାର ମୁମ୍ବାଇରେ ସାକ୍ଷାତ କରି ଦେଶର ସାମ୍ପ୍ରତିକ ପରିସ୍ଥିତି ଉପରେ ଆଲୋଚନା କରିଥିଲେ। ସନ୍ଧ୍ୟାରେ ସୌଜନ୍ୟମୂଳକ ଫୋନ୍ କଲ୍ ପାଇ ଅରବିନ୍ଦ କେଜ୍ରିୱାଲ, ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ, ଆମ୍ ଆଦମୀ ପାର୍ଟି ସାଂସଦ ରାଘବ ଚଢା ଏବଂ ସଞ୍ଜୟ ସିଂ ମୁମ୍ବାଇର ଉଦ୍ଧବ ଠାକରେଙ୍କ ବାସଭବନ ମାତୋଶ୍ରୀରେ ପହଞ୍ଚିଥିଲେ। ଶିବସେନା ଉଦ୍ଧବ ବାଲାସାହେବ ଠାକୁର ପାର୍ଟି ମୁଖ୍ୟ ଉଦ୍ଧବ ଠାକରେ କହିଛନ୍ତି ଯେ ଆମେ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ସ୍ୱାଗତ କରିଛୁ ଏବଂ ଆମ ଦେଶକୁ ଶକ୍ତିଶାଳୀ କରିବା ପାଇଁ ଆମେ କଣ କରିପାରିବା ସେ ବିଷୟରେ ଆଲୋଚନା କରିଛୁ।

ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ସେ ଆଜି ଦେଶର ପରିସ୍ଥିତି ବିଷୟରେ ଆଲୋଚନା କରିଛନ୍ତି। ସେ କହିଛନ୍ତି, ଯୁବକମାନେ ଚାକିରି ପାଇ ନାହାଁନ୍ତି। ବଢୁଥିବା ଦରଦାମ ଲୋକଙ୍କ ଆୟକୁ ଖାଇ ଦେଇଛି। ତଥାପି ଆୟ ବୃଦ୍ଧି ହେଉନାହିଁ। କେବଳ ଖର୍ଚ୍ଚ ବଢିଚାଲିଛି। କେଜ୍ରିୱାଲ କହିଛନ୍ତି ଯେ, ଉଦ୍ଧବ ଠାକରେ ମୁମ୍ବାଇରେ କରୋନା ମହାମାରୀକୁ ଯେପରି ନିୟନ୍ତ୍ରଣ କରିଥିଲେ ଏବଂ ଦିଲ୍ଲୀରେ ସମାନ ରଣନୀତି ଲାଗୁ ହୋଇଥିଲା। ଆମେ ମହାରାଷ୍ଟ୍ରରୁ ଅନେକ କିଛି ଶିଖିଛୁ। ସେହିପରି ବିଧାୟକ ଆଦିତ୍ୟ ଠାକରେ ଭେଟଘାଟର ଫଟୋ ଟ୍ୱିଟ କରିଛନ୍ତି। ଆଦିତ୍ୟ ଠାକରେ ଟ୍ୱିଟ୍ କରି କହିଛନ୍ତି, ମାତୋଶ୍ରୀରେ ଚାକପ୍ ପାଇଁ ଆମର ନିମନ୍ତ୍ରଣକୁ ଗ୍ରହଣ କରିଥିବାରୁ ସମସ୍ତ ଆମ ଆଦମୀ ପାର୍ଟି ନେତା ଏବଂ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ଧନ୍ୟବାଦ ଦେଇଛନ୍ତି।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.