ଜଳୁଛି ଗୋଜିଆ ଜଙ୍ଗଲ, ଗାଢ଼ ନିଦରେ ଶୋଇଛି ବନ ବିଭାଗ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଗ୍ରୀଷ୍ମ ଋତୁ ଆସିନି ହେଲେ ଜଙ୍ଗଲରେ ଲାଗିଲାଣି ନିଆଁ। ନିଆଁ ବଢି ବଢି ଚାଲିଥିବା ବେଳେ ଲିଭିବାର ନାଁ ନେଉନି। ଏବେଠାରୁ ନିଆଁକୁ ଆୟତ୍ତ କରାନଗଲେ ଜଙ୍ଗଲରୁ ବହୁ ଗଛ ପୋଡି ନଷ୍ଟ ହୋଇଯିବ। ପ୍ରତିବର୍ଷ ଏହିଭଳି ଜଙ୍ଗଲରେ ନିଆଁ ଲାଗି ବହୁ ଗଛ ପୋଡି ନଷ୍ଟ ହେଉଛି। ଚଳିତବର୍ଷ ମଧ୍ୟ ନିଆଁ ଲାଗି ବ୍ୟାପିବାରେ ଲାଗିଲାଣି। ହେଲେ ଏଥିପ୍ରତି କାହାର ଯେମିତି ନିଘା ନାହିଁ । ସୂଚନାମତେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ କେଗାଁ ରେଞ୍ଜ ଅଧିନ ବାଗମୁଣ୍ଡା ବିଟ ଗୋଜିଆ ଜଙ୍ଗଲ। ଏହି ଜଙ୍ଗଲରେ ହୁତ୍ ହୁତ୍ ହୋଇ ନିଆଁ ଜଳୁଛି ଯାହାରି ଫଳରେ ନିଆଁ ବ୍ୟାପୁଥିବା ଯୋଗୁଁ ଜଙ୍ଗଲ ପାର୍ଶ୍ୱବର୍ତ୍ତୀ ଗାଁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି। ଅନ୍ୟପଟେ ନିଆଁ ଲାଗି ଅନେକ ମୂଲ୍ୟବାନ ଗଛ ନଷ୍ଟ ହେବା ସ୍ୱଭାବିକ ଯାହା ଦ୍ୱାରା କେବଳ ଗଛ ନୁହେଁ ଅନେକ ମୂଳ୍ୟବାନ ଔଷଧୀୟ ବୃକ୍ଷଲତା ସମେତ ବହୁ ଜଙ୍ଗଲି ଜନ୍ତୁ ଓ ପଶୁ ପକ୍ଷୀ ସବୁ ନଷ୍ଟ ହେବା ଆଶଙ୍କା କରାଯାଉଛି। ପ୍ରତେକ ଜିଲ୍ଲା ମାନଙ୍କରେରେ ଏକ ସ୍ୱତନ୍ତ୍ର ଟାସ୍କ ଫୋର୍ସ ଗଠନ କରି ନିଆଁକୁ ଲିଭେଇବା ପାଇଁ ଟିମ୍ ଗଠନ କରାଯାଇଥିବା ବେଳେ କେଗାଁ ରେଞ୍ଜ କାର୍ଯ୍ୟାଳୟ ଠାରୁ ଅତି ପାଖରେ ଥିବା ଜଙ୍ଗଲରେ ନିଆଁ ଲାଗୁଛି ଏବଂ ତାହା କେମତି ସେ ଜାଣି ପାରୁନାହାନ୍ତି ତାହା ଏବେ ବନ କର୍ମଚାରୀଙ୍କ ଖାମଖିଆଳି ମନୋଭାବକୁ ପଦାରେ ପକାଇଛି। ଏହି ଜଙ୍ଗଲରେ କ’ଣ ପାଇଁ ନିଆ ଲାଗିଲା ଓ କାରଣ କଣ ତାହା ଜଣା ପଡିନଥିବା ବେଳେ ଅଞ୍ଚଳବାସୀ ବନ କର୍ମଚାରୀ ମାନଙ୍କୁ ବାରମ୍ବାର ଅବଗତ କଲେ ମଧ୍ୟ ନିଆଁ ଲିଭାଇବାପାଇଁ କୌଣସି ପଦକ୍ଷେପ ନେଉ ନଥିବା ଅଭିଯୋଗ ହୋଇଛି। ଏନେଇ ଆମେ କେଗାଁ ରେଞ୍ଜରଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଯୋଗାଯୋଗ ହୋଇପାରି ନଥିବାରୁ ତାଙ୍କର ମତାମତ ମିଳିପାରିନଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.