ସମାପନ ହେଲା କେସପଲା ୫୬ ପ୍ରହରୀ ନାମଯଜ୍ଞ, ଦୀର୍ଘ ୭ ଦିନଧରି ହରି ନାମାମୃତ ପାନକଲେ ଅଞ୍ଚଳବାସୀ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ଘଣ୍ଟମାଳ ଗ୍ରାମ ପଞ୍ଚାୟତର କେସପଲା ଗ୍ରାମରେ ଚାଲିଆସୁଥିବା ୫୬ ପ୍ରହର ନାମଯଜ୍ଞର ଆଜି ସକାଳ ୭.୪୫ ରେ ପୂର୍ଣାହୂତି ପଡିଛି । ନାମ ଛାଡିବା ପରେ କର୍ତ୍ତା ଦହି ହାଣ୍ଡି ମୁଣ୍ଡେଇ ସଂକୀର୍ତ୍ତନ ମଣ୍ଡଳୀ ଓ ଶ୍ରଦ୍ଧାଳୁ ଭକ୍ତଙ୍କ ଗହଣରେ ନଗର କୀର୍ତ୍ତନ ସହ ନଗର ପରିକ୍ରମା କରିଥିଲେ । ଏନେଇ ଗତ ଶୁକ୍ରବାର ୧୭/୨ ରେ ଛତିକୁଡ଼ା ନଦୀରୁ କେଶପଲା ନାମଯଜ୍ଞସ୍ଥଳ ଯାଏଁ ୭ କି.ମି. ଧରି ଭବ୍ୟ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା । ଏଥିରେ ୪୦୦ ରୁ ଉର୍ଦ୍ଧ୍ବ ମହିଳା ଭକ୍ତ ସାମିଲ ହୋଇ କଳସ ନେଇଆସି ନାମଯଜ୍ଞ ସ୍ଥଳରେ ସ୍ଥାପନା କରିଥିଲେ । ଶନିବାର ସନ୍ଧ୍ୟାରେ ବିଲ୍ଵ ବରଣ ଓ ଅଧିବାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ରବିବାର ସକାଳୁ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତଙ୍କ ଉପସ୍ଥିତିରେ ନାମ ଆରମ୍ଭ ହୋଇଥିଲା । ନର୍ଲା ଅଞ୍ଚଳରେ ପ୍ରାୟତଃ ପ୍ରତିବର୍ଷ ଅନେକ ଗ୍ରାମରେ ନାମଯଜ୍ଞ ଅନୁଷ୍ଠିତ ହୋଇଥାଏ । ହେଲେ ୫୬ ପ୍ରହର ନାମଯଜ୍ଞ ପ୍ରଥମ ଥର ପାଇଁ ଅନୁଷ୍ଠିତ ହୋଇଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଘଣ୍ଟମାଳ ଗ୍ରାମ ପଞ୍ଚାୟତର କେସପଲା, ଘଣ୍ଟମାଳ, ଇନ୍ଦ୍ରମାଳ, ତିଳେଇମାଳ, ବୁରାଟ ପ୍ରଭୃତି ଗ୍ରାମର ଜନସାଧରଣଙ୍କ ସାହାଯ୍ୟ ସହଯୋଗରେ ୫୬ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଥିବା ବେଳେ ଅଞ୍ଚଳବାସୀ ଦିନରାତି ପରିଶ୍ରମ କରି ଏହାକୁ ସଫଳ ରୂପାୟନ କରିଥିଲେ । ୭ ଦିନ ଧରି ଚାଲିଥିବା କେସପଲା ନାମଯଜ୍ଞର ଶନିବାର ପୂର୍ଣ୍ଣାହୂତି ପଡିଛି । ୧୮ ଫେବୃୟାରୀ କେସପଲା ଶ୍ରୀ ଶ୍ରୀ ଧବଳେଶ୍ବର ମହାଦେବଙ୍କ ଶିବରାତ୍ରୀ ଅବସରରେ ଅନୁଷ୍ଠିତ ଏହି ନାମଯଜ୍ଞ ପରିଚାଳନା ରେ ଯାତ୍ରା କମିଟିର ସଭାପତି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂ ଦେଓ, ପୂଜା କମିଟିର ସଭାପତି ଭାବରେ ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି ଓ ମନ୍ଦିର କମିଟିର ସଭାପତି ଭାବରେ ଗ୍ରାମର ବରିଷ୍ଠ ବ୍ୟକ୍ତି ମାଣିକ ପାତ୍ର ପ୍ରମୁଖଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ନାମଯଜ୍ଞ ଅନୁଷ୍ଠିତ ହୋଇଥିଲା ।

Udyog Nursery
Udyogi Nursery

ଘଣ୍ଟମାଳ ସରପଞ୍ଚ ଦେବେନ୍ଦ୍ର ସା, ସମିତି ସଦସ୍ୟା ଅବନ୍ତୀ ଦଳେଇ ଗ୍ରାମର ବରିଷ୍ଠ ବ୍ୟକ୍ତି, ଅଞ୍ଚଳ ବାସୀ ଜନ ସାଧାରଣ, ଗ୍ରାମର ଯୁବପୀଢ଼ିଙ୍କୁ ନେଇ ନାମଯଜ୍ଞ ପରିଚାଳନା ପାଇଁ ପ୍ରସାଦ କମିଟି, ପୂଜା କମିଟି, ଅଭ୍ୟର୍ଥନା କମିଟି ଭଳି ୧୦ ରୁ ଉର୍ଦ୍ଧ୍ବ କମିଟି ଗଠନ କରାଯାଇ ନାମଯଜ୍ଞ ପରିଚାଳନା କରାଯାଯାଇଥିଲା । ପୂଜକ ପଣ୍ଡିତ ଭାବରେ ରାଜେନ୍ଦ୍ର ମିଶ୍ର, କିଶୋର ଦାସ, ଦୋଳାମଣି ମିଶ୍ର, ଡୋଳାମଣି ଦାସ ପ୍ରମୁଖଙ୍କ ସମେତ ୬ ଜଣ ପୂଜନ କାର୍ଯ୍ୟ ପରିଚାଳନା କରିଥିଲେ । କର୍ତ୍ତା ଭାବରେ ଉର୍ବସୀ ପାତ୍ର ଓ ମାଣିକ ପାତ୍ର, ପୂରବତୀ ସା ଓ ନନ୍ଦ ସା, ସାବେତ୍ରୀ ପାତ୍ର ଓ ମଦନ ପାତ୍ର ପ୍ରମୁଖ ଦାଇତ୍ଵ ନିର୍ବାହନ କରିଥିଲେ । ଏହି ନାମଯଜ୍ଞରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ୫୦ ଗୋଟି ସଂକୀର୍ତ୍ତନ ମଣ୍ଡଳୀ ଏଥିରେ ଅଂଶ ଗ୍ରହଣ କରିଥିଲେ । ପ୍ରତ୍ୟହ ୭ ଦିନ ଧରି ଅନ୍ନ ଛତ୍ର ରେ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ଅନ୍ନ ପ୍ରସାଦ ସେବନ କରିଥିଲେ ।

କେସପଲା ଭଳି ଏକ ଛୋଟ ତଥା ମଫସଲ ଗ୍ରାମରେ ଏଭଳି ଏକ ଭବ୍ୟ କାର୍ଯ୍ୟକ୍ରମ ସଫଳତାର ସହିତ କରି ପାରିଥିବାରୁ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, ନର୍ଲା ବିଧାୟକ ଭୁପିନ୍ଦର ସିଂ, ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି, ନର୍ଲା ସରପଞ୍ଚ ସଂଘ ସଭାପତି ଅନନ୍ତରାମ ମାଝୀ, ନର୍ଲା ବିଡ଼ିଓ ବାସନ୍ତୀ ସେଠୀ ପ୍ରମୁଖ ଆୟୋଜକ ମଣ୍ଡଳୀ ଓ ଅଞ୍ଚଳ ବାସୀଙ୍କୁ ଶୁଭେଚ୍ଛା ଜ୍ଞାପନ କରିବା ସହିତ ସମସ୍ତଙ୍କ ସୁଖ ସମୃଦ୍ଧି କାମନା କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.