ଭବାନୀପାଟଣା ଅରୁନ୍ଧତୀ ହିରୋ ସୋ’ରୁମରେ ରକ୍ତଦାନ ଶିବିର, ୬୨ ୟୁନିଟ ରକ୍ତ ସଂଗୃହୀତ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା (ଅଲତାଫ ଅଲ୍ଲୀ ଖାଁ): ସ୍ଥାନୀୟ ଅରୁନ୍ଧତୀ ହିରୋ ସୋ’ରୁମ ଠାରେ ଅରୁନ୍ଧତୀ ଫାଉଣ୍ଡେସନ ତରଫରୁ ‘ଓଡିଶା ମୋ ପରିବାର ଜୀବନ ବିନ୍ଦୁ’ ସହଯୋଗରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଓଡିଶା ମୋ ପରିବାର ଜିଲ୍ଲା ସଂଯୋଜକ ପ୍ରଦୀପ କୁମାର ଦାସ (ବାପି), ଅରୁନ୍ଧତୀ ମୋଟର୍ସର ଅଧିକାରୀ ସ୍ଵପ୍ନେଶ୍ଵର ମିଶ୍ର, ପ୍ରିୟବ୍ରତ ମିଶ୍ର, ପ୍ରବୀଣ ପଣ୍ଡାଙ୍କ ଉପସ୍ଥିତିରେ ଶିବିରଟିକୁ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ରଞ୍ଜନ କୁମାର ମିତ୍ର ଉଦଘାଟନ କରିଥିଲେ। ଏଥିରେ ସର୍ବମୋଟ ୬୨ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ଭବାନୀପାଟଣା ପୂର୍ବତନ ନଗରପାଳ ଲଳିତା ନାଏକ, ବିଜୁ ଜନତା ଦଳ ଜିଲ୍ଲା ସମ୍ପାଦକ ସୁରେଶ ମହାନନ୍ଦ, ପଶ୍ଚିମ ଓଡିଶା ବିକାଶ ପରିଷଦ ସଦସ୍ୟ ଅବିନାଶ ଠାକୁର, ବିଜୁ ଯୁବ ଜନତା ଦଳର ରାଜ୍ୟ ବରିଷ୍ଠ ଉପସଭାପତି ମଣ୍ଟୁ ନାଏକ, ଟାଉନ ଉପସଭାପତି ଚକ୍ରଧର ସେଠୀ, ଆଇଟି ସେଲର ଜିଲ୍ଲା ସଂଯୋଜକ ସତ୍ୟବ୍ରତ ଦାଶ, ହିମାଂଶୁ ନାଏକ, ସୀତାରାମ ନାଏକ, ବରିଷ୍ଠ ବ୍ୟବସାୟୀ ପୱନ ଅଗ୍ରୱାଲ ଆଦି ଅତିଥିଗଣ ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସIହିତ କରିଥିଲେ। ଏହି ଅବସରରେ ଭର୍ଚୁଆଲ ମIଧ୍ୟମରେ ରାଜ୍ୟସଭା ସାଂସଦ ସୁଜିତ କୁମାର ଉପସ୍ଥିତ ରହି ଆୟୋଜକ ତଥା ରକ୍ତଦାତାମାନଙ୍କୁ ସାଧୁବାଦ ଜଣାଇଥିଲେ। ପରିଶେଷରେ ଜିଲ୍ଲା ସଂଯୋଜକ ପ୍ରଦୀପ କୁମାର ଦାସ ଧନ୍ୟବାଦ ଜ୍ଞାପନ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.