ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗୋତୋମୁଣ୍ଡା ଧାନ ମଣ୍ଡି ପରିସରରେ କଳାହାଣ୍ଡି କଳଚୁରୀ କଲାର ସେନା ପକ୍ଷରୁ ଯୁବ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଚୂଡ଼ାମଣି ନାଏକଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଶିକ୍ଷା ଆର୍ଥିକ ବିକାଶ ଓ ସଂଗଠିତ ସମାଜ ପାଇଁ ଅତିଥି ମାନେ ମତବ୍ୟକ୍ତ କରିଥିଲେ। ସଂଖ୍ୟା ଳଘୁ ସମାଜ ଭାବରେ ବିଭିନ୍ନ ସମୟରେ ପଛୁଆ ହୋଇ ରହିଯାଇଥିବା ବେଳେ ଳୋକ ଳୋଚନ ଓ କ୍ଷତ୍ରିୟ ଶହସ୍ରାର୍ଜୁନ ମହାପ୍ରଭୁଙ୍କ ବଂଶଜ ଓଡ଼ିଶାରେ କ୍ଷତ୍ରିୟ ବଂଶଜଙ୍କ ବାର୍ତ୍ତା ପହଞ୍ଚି ପାରିବ ସେନେଇ ଯୁବ ବର୍ଗ ସଂକଳ୍ପ କରିଥିଲେ। କଳାହାଣ୍ଡି କଳଚୁରୀ କଳାର ସେନା ପକ୍ଷରୁ ଆୟୋଜିତ ଉକ୍ତ ସଭାରେ ଛତିଶଗଡ଼ ଓ କଳାହାଣ୍ଡିର ବିଭିନ୍ନ ପ୍ରାନ୍ତରୁ କଲଚୁରୀ କଲାର ସମାଜର ସଦସ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ କଳାହାଣ୍ଡି କଳଚୁରୀ କଳାର ସେନାର ନୁତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ସର୍ବସମ୍ମତି କ୍ରମେ କଳାହାଣ୍ଡି କଳଚୁରି କଳାର ସଭାପତି ଭାବେ ଚୂଡାମଣି ନାଏକ, ଉପସଭାପତି ପୁର୍ଣ୍ଣଚନ୍ଦ୍ର ନାଏକ, ସମ୍ପାଦକ ଭାରତ ବିଶି, ସହ ସମ୍ପାଦକ ବାଳକୃଷ୍ଣ ବିଶି, କୋଷାଧ୍ୟକ୍ଷ ହେମନ୍ତ ବିଶି ମନୋନୀତ ହୋଇଥିଲେ। କଳିଙ୍ଗ କଳଚୁରି କଳାର ସେନା ପ୍ରଦେଶ ସଂଯୋଜକ ବିରଞ୍ଜନ ନାଏକ ମଞ୍ଚପରିଚାଳନା କରିଥିବା ବେଳେ ପୁର୍ଣ୍ଣଚନ୍ଦ୍ର ନାଏକ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ।