୫ରେ ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଓ ନୂଆପଡା ଗସ୍ତ: ଫୋକସରେ ପଶ୍ଚିମ ଓଡିଶା

• ୫୪୬ କିମି ୪ଲେନ ବିଶିଷ୍ଟ ବିଜୁ ଏକ୍ସପ୍ରେସ ୱେର କରିବେ ଲୋକାର୍ପଣ

• ଉଦଘାଟନ କରିବେ ନୂଆପଡା, ଖରିଆରରୋଡ଼ ଓ ଧର୍ମଗଡ଼ ଇନଡୋର ଷ୍ଟାଡିୟମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଆସନ୍ତା ମାର୍ଚ୍ଚ ୫ ତାରିଖରେ କଳାହାଣ୍ଡି ଓ ନୂଆପଡ଼ା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅନେକ ଉନ୍ନୟନମୂଳକ କାର୍ଯ୍ୟର ଲୋକାର୍ପଣ ଓ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ଏଥର ଫୋକସରେ ପଶ୍ଚିମଓଡ଼ିଶା । ୨୦୨୩ ପ୍ରଥମ ଦୁଇ ମାସରେ ମୁଖ୍ୟମନ୍ତ୍ରୀଙ୍କ ଏହା ପଞ୍ଚମ ପଶ୍ଚିମ ଓଡିଶା ଗସ୍ତ ହେବ । ମୁଖ୍ୟମନ୍ତ୍ରୀ ନୂଆପଡା ଗସ୍ତ କରି ବିଜୁ ଏକ୍ସପ୍ରେସ ୱେର ଲୋକାର୍ପଣ କରିବେ । ଏହାପରେ ସିନାପାଲି ଅଭିମୁଖେ ଏକ ସ୍ୱତନ୍ତ୍ର ବସ ଯୋଗେ ବିଜୁ ଏକ୍ସପ୍ରେସ ୱେ ରାସ୍ତାରେ ଗସ୍ତ କରିବେ । ବିଜୁ ଏକ୍ସପ୍ରେସ ୱେ ପଶ୍ଚିମ ଓଡିଶାର ଅର୍ଥନୈତିକ ଅଭିବୃଦ୍ଧି ଅନ୍ୟତମ ବାହକ ହେବ ବୋଲି କୁହାଯାଉଛି । ରାଉରକେଲାରୁ ଆମପାଣିକୁ ସଂଯୋଗ କରୁଥିବା ୫୪୬ କିମି ଦୀର୍ଘ୍ୟ ବିଶିଷ୍ଟ ୪ ଲେନ ବିଜୁ ଏକ୍ସପ୍ରେସ ୱେ ନିର୍ମାଣ କରାଯାଇଛି । ସେଥିରୁ ୨୦୨୨-୨୩ରେ ୬୦୦ କୋଟି ଟଙ୍କା ବ୍ୟୟରେ ଶେଷ ପର୍ଯ୍ୟାୟରେ ନୂଆପଡା ଘାଟିପଡ଼ାଠାରୁ ଆମପାଣି ପର୍ଯ୍ୟନ୍ତ ୧୭୬କିମି ରାସ୍ତାର ନିର୍ମାଣ ଶେଷ ହୋଇଛି । ସେଥିରୁ ନୂଆପଡା ଜିଲ୍ଲାର ସଦର ବ୍ଲକ ସାହିପଳାରୁ ସିନାପାଲି ବ୍ଲକର ଧିଙ୍ଗିଆମୁଣ୍ଡା ପର୍ଯ୍ୟନ୍ତ ୧୨୧ କିମି ପର୍ଯ୍ୟନ୍ତ ରାସ୍ତା ରହିଛି । ନୂଆପଡା ଏବଂ ଖରିଆର ରୋଡ଼ର ଇନଡୋର ଷ୍ଟାଡିୟମ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀ ହେଲିକେପ୍ଟରରେ କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା ବ୍ଲକର ବୃନ୍ଦାବାହାଲ ଖେଲ ପଡିଆଠାରେ ଅବତରଣ କରିବେ । ସେଠାରେ କଳାହାଣ୍ଡି ଜିଲ୍ଲା ସୀମାନ୍ତ ଆମପାଣିରୁ ଧର୍ମଗଡ଼ ଭାୟା ଗୋଲାମୁଣ୍ଡା ସିନପାଲିରେ ୧୮୨ କୋଟି ଟଙ୍କାରେ ନିର୍ମିତ ଦୀର୍ଘ ୭୧ କିମି ରାସ୍ତାର ଲୋକାର୍ପଣ କରିବେ । ଏହାସହ ପ୍ରାୟ ତିନି କୋଟିରୁ ଉର୍ଦ୍ଧ୍ବ ଟଙ୍କାରେ ନିର୍ମିତ ଧର୍ମଗଡ଼ ସରକାରୀ ବସଷ୍ଟାଣ୍ଡ ଓ ୭ କୋଟି ୮୪ ଲକ୍ଷ ବ୍ୟୟରେ ନିର୍ମିତ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ଲୋକାର୍ପଣ କରିବେ । ବୃନ୍ଦାବାହାଲଠାରେ ଆୟୋଜିତ ସଧାରଣ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ସେହିପରି ବିଜୁ ଏକ୍ସପ୍ରେସ ୱେରେ ବସ ଶୋଭାଯାତ୍ରାରେ ଯିବା ସହିତ ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ କୋକସରା ବ୍ଲକରେ ମଧ୍ୟ ଏକ ସଧାରଣ ସଭାରେ ସାମିଲ ହେବା ନେଇ ଜଣାପଡ଼ିଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ଜିଲ୍ଲାପ୍ରଶାସନ ସଜାଗ ହୋଇ ଉଠି ଥିବାବେଳେ କାର୍ଯ୍ୟକ୍ରମ କିପରି ସୁରୁଖୁରୁରେ ସରିବ ଏନେଇ ନୀତିଦିନ ଜିଲ୍ଲାପାଳ, ଏସପି, ଧର୍ମଗଡ଼ ଉପଜିଲ୍ଲାପାଳ ସମସ୍ତ କାର୍ଯ୍ୟର ତଦାରଖ କରୁଥିବା ବେଳେ ସଭାସ୍ଥଳକୁ ଆସି ସ୍ଥିତି ଅନୁଧ୍ୟାନ କରୁଥିବା ଦେଖିବାକୁ ମିଳୁଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.