ଦେବରାଜ ମାଝୀ ମାର୍କଫେଡ୍ ନିର୍ଦ୍ଦେଶକ ନିର୍ବାଚିତ,  ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ରୁପ୍ରାରୋଡ଼ ଗ୍ରାମ ପଞ୍ଚାୟତ ର ବିଲାଟ ଗ୍ରାମର ଦେବରାଜ ମାଝୀ ମାର୍କଫେଡ, ଓଡ଼ିଶା ପାଇଁ ରବିବାର ଭୂବନେଶ୍ଵରେ ଅନୁଷ୍ଠିତ ନିର୍ଦ୍ଦେଶକ ନିର୍ବାଚନରେ କଳାହାଣ୍ଡି ଜିଲ୍ଲା ନିର୍ବାଚନ ମଣ୍ଡଳୀ ର ଆଦିବାସୀ ସଂରକ୍ଷିତ ନିର୍ଦ୍ଦେଶକ ପଦବୀ ପାଇଁ ଆଦିବାସୀ ଯୁବନେତା ତଥା ସଂପାଦକ କଳାହାଣ୍ଡି ଜିଲ୍ଲା ଆଦିବାସୀ ସଂଘ,ରୁପ୍ରାରୋଡ ପେକ୍ସ ନିର୍ଦ୍ଦେଶକ, ଭବାନୀପାଟଣା କେନ୍ଦ୍ର ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ଦେବରାଜ ମାଝୀ ନିର୍ବାଚିତ ହୋଇଛନ୍ତି । ତାଙ୍କ ପ୍ରତିଦ୍ବନ୍ଦି ଭାବରେ ସଦର ବ୍ଲକ ଅନ୍ତର୍ଗତ ଥୁଆପଦର ପେକ୍ସ୍ ର ନିର୍ଦ୍ଦେଶକ ଶ୍ରୀ ଚୁଡ଼ାମଣି ନାଏକ ରହିଥିଲେ । ଉକ୍ତ ନିର୍ବାଚନ ମଣ୍ଡଳୀ କଳାହାଣ୍ଡି ଜିଲ୍ଲାର ୨୨ଗୋଟି ପେକ୍ସ୍ ରୁ ୩୧୫ଜଣ ଭୋଟର ଥିବାବେଳେ ୨୪ଜଣ ମତ ସାବ୍ୟସ୍ତ କରିଥିଲେ ସମସ୍ତ ଭୋଟ ବିଜୁ ଜନତା ଦଳ ସମର୍ଥୀତ ପ୍ରାର୍ଥୀ‌ ଦେବରାଜ ମାଝୀଙ୍କ ସପକ୍ଷରେ ଯାଇଥିବାରୁ ସେ ମାର୍କଫେଡ୍ ନିର୍ଦ୍ଦେଶକ ଭାବରେ ନିର୍ବାଚିତ ହୋଇଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

କଳାହାଣ୍ଡି ଜିଲ୍ଲାର ବିଲାଟ ଭଳି ଗୋଟିଏ ନିପଟ ମଫସଲ ଗାଁର ଯୁବକ ଦେବରାଜ ମାଝୀ ମାର୍କଫେଡ ଓଡିଶା ର ସଂରକ୍ଷିତ ଆସନ ରେ ନିର୍ଦ୍ଦେଶକ ଭାବରେ ନିର୍ବାଚିତ ହୋଇ ଥିବାରୁ ଜିଲ୍ଲାର ବିଭିନ୍ନ ସଂଗଠନ ଓ ବୁଦ୍ଧିଜୀବୀ ମହଲରୁ ଶୁଭେଛାର ସୁଅ ଛୁଟୁଛି । ହେଲେ ନବନିର୍ବାଚିତ ଦେବରାଜ ମାଝୀ ତାଙ୍କ ବିଜୟର ଶ୍ରେୟ ପୁଷ୍ପେନ୍ଦ୍ର ସିଂହଦେଓ ସଭାପତି ବିଜୁ ଜନତା ଦଳ କଳାହାଣ୍ଡି,ମନୋରମା ମହାନ୍ତି ଅଧ୍ୟକ୍ଷା ପଞ୍ଚାୟତ ସମିତି ନର୍ଲା, ଦୁର୍ଗା ପ୍ରସାଦ ମହାନ୍ତି ଉପାଧ୍ୟକ୍ଷ ନର୍ଲା, ସରୋଜ କୁମାର ରାଉତ ସଭାପତି ରୁପ୍ରା ପେକ୍ସ, ବିଜୟ କୁମାର ଭୋଇ ସଭାପତି ରୁପ୍ରାରୋଡ ପେକ୍ସ, ଜତିନ୍ଦ୍ର ପ୍ରଧାନ ସଭାପତି ଭାନପୁର ପେକ୍ସ,ଦୁଲ୍ଳଭ ମାହାର ନିର୍ଦ୍ଦେଶକ ପଲମ ପେକ୍ସ, ସୁଦିପ୍ତ କୁମାର ସେଠୀ, ହେମନ୍ତ ଭୋଇ ସରପଞ୍ଚ ରୁପ୍ରାରୋଡ ଗ୍ରା.ପ, ଅନନ୍ତ ରାମ ମାଝୀ ସରପଞ୍ଚ ଭାପୁର ଗ୍ରା.ପ ତଥା ନର୍ଲା ସରପଞ୍ଚ ସଂଘ ସଭାପତି, ଜୟ ମେହେର ସମିତି ସଭ୍ୟ ଶାନ୍ତପୁର ଗ୍ରା.ପ, ପ୍ରକାଶ ମାଝୀ ସଭାପତି ଆଦିବାସୀ ସଂଘ କଳାହାଣ୍ଡି ଜିଲ୍ଲା ତଥା ୨୨ ଗୋଟି ପେକ୍ସ ର ସମସ୍ତ ନିର୍ଦ୍ଦେଶକଙ୍କୁ ଦେବା ସହ ସମସ୍ତଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି । ମାର୍କଫେଡ ଓଡ଼ିଶାର ନିର୍ଦ୍ଦେଶକ ଭାବରେ ଆଦିବାସୀ ଯୁବକ ଶ୍ରୀ ମାଝୀଙ୍କ ବିଜୟରେ ନର୍ଲା ଆଦିବାସୀ ସଂଘର ସଭାପତି ପ୍ରକାଶ ମାଝୀ, ଅସୁରଗଡ଼ କମଲ ମୈଦାନ ର ସଭାପତି ଅମରସିଂ ମାଝୀ, କନ୍ଧ ସଂସ୍କୃତି ବିଶାରଦ ମେଦିନୀଧର ଯାନୀ, ଆଦିସ୍କନ୍ଦ ସମାଜ ର ବରିଷ୍ଠ ସଦସ୍ୟ ଶିକ୍ଷକ କ୍ଷିତିଶ ଚନ୍ଦ୍ର ମାଝୀ, ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ ପ୍ରମୁଖ ଶୁଭେଚ୍ଛା ଜଣାଇବା ସହିତ ଉତ୍ତୋରତ୍ତର ଉନ୍ନତି କାମନା କରିଛନ୍ତି ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.