ସେବା, ତ୍ୟାଗ ଓ ସମର୍ପଣ ଶିଖାଏ ଯଜ୍ଞ

• ମହାବିଷ୍ଣୁ ଯଜ୍ଞ ପାଇଁ ଭୂମିପୂଜନ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ସଦଗୁରୁଦେବ ସତ୍ୟାନନ୍ଦ ସରସ୍ବତୀ ମହାରାଜାଙ୍କ ପ୍ରତିଷ୍ଠିତ କାଳୀକୃଷ୍ଣ ସଂଘର ୪୦ତମ ବାର୍ଷିକ ଉତ୍ସବ ତଥା ତ୍ରିଦାନାତ୍ମକ ନବକୁଣ୍ଡୀୟ ବିଶ୍ବଶାନ୍ତି ଶ୍ରୀ ଶ୍ରୀ ମହାବିଷ୍ଣୁ ଯଜ୍ଞ -୨୦୨୩ ଆଗାମୀ ମାର୍ଚ୍ଚ ମାସର ୨୧, ୨୨, ୨୩ ତାରିଖରେ  ଭବାନୀପାଟଣା ନିକଟସ୍ଥ କନ୍ଧବାନ୍ଧୋପଳା ଠାରେ  ଅନୁଷ୍ଠିତ ହେବ। ସଂଘ ପରିଚାଳକ ପୂଜ୍ୟ ଶ୍ରୀ ଜଗଦାନନ୍ଦଜୀଙ୍କ ଉପସ୍ଥିତରେ ଆଜି ପବିତ୍ର ଭୂମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସଂଘ ପରିଚାଳକ ଶ୍ରୀ ଜଗଦାନନ୍ଦଜୀ କହିଥିଲେ ମହାଯଜ୍ଞ ସେବା, ତ୍ୟାଗ ଓ ସମର୍ପଣ ଶିଖାଇ ଥାଏ। ଯଜ୍ଞ ସମୟରେ ଘୃତଯଜ୍ଞ, ଅନ୍ନଯଜ୍ଞ, ଜ୍ଞାନଯଜ୍ଞ, ଦୀପଯଜ୍ଞ, ଜଳଯଜ୍ଞ ପ୍ରଭୃତି ଅନୁଷ୍ଠିତ ହେବା ସହ ମୁଣ୍ଡନ, ବ୍ରତୋପୟନ, କୁମାରୀ ବ୍ରତ, ମନ୍ତ୍ର ଦାନ, କର୍ଣ୍ଣଭେଦ, ବିଦ୍ୟାରମ୍ଭ, ଅନ୍ନପ୍ରାଶନ ପରି ବିଭିନ୍ନ ସଂସ୍କାର ନିଶୁକ୍ଲ ଅନୁଷ୍ଠିତ ହେବାନେଇ ମଧ୍ୟ ସୂଚନା ପ୍ରଦାନ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସଂଘର ବେଦବ୍ରହ୍ମାଙ୍କ ମାର୍ଗଦର୍ଶନରେ ଶ୍ରୀ ସଦାନନ୍ଦ, ଶ୍ରୀ ଅଭୟାନନ୍ଦ, ଶ୍ରୀ ତୋଷାନନ୍ଦ, ଶ୍ରୀକାନ୍ତ ଖମାରୀ ପୂଜନ, ହବନ କର୍ମ ପରିଚାଳିତ କରିଥିଲେ। ସଂଘୀୟ ସଭାପତି ଶ୍ରୀ ସଂଜୟ କୁମାର ପଣ୍ଡା ଓ ଧର୍ମପତ୍ନୀ ଶ୍ରୀମତୀ ସରିତା ପଣ୍ଡା ଯଜମାନ ଭାବରେ ଦାୟିତ୍ବ ନିର୍ବାହ କରିଥିଲେ। ଏହି ଅବସରରେ  ଓଡିଶାର ବିଭିନ୍ନ ଜିଲ୍ଲାରେ ଥିବା କାଳୀକୃଷ୍ଣ ସଂଘର ଶିଷ୍ୟଶିଷ୍ୟା ସମେତ  କାଳୀକୃଷ୍ଣ ସଂଘର ମୂଖ୍ୟ କର୍ମକର୍ତ୍ତା, କାଳୀକୃଷ୍ଣ ସଂଘ ଶାଖା କର୍ମକର୍ତ୍ତା, କାଳୀକୃଷ୍ଣ ବାହିନୀ, ପ୍ରଜ୍ଞାବାହାନୀ, ମିଡିଆସେଲ ଓ ଶୁଭେଚ୍ଛୁ ଉପସ୍ଥିତ ଥିଲେ।ଭବାନୀପାଟଣା ଶାଖା ସଂଘର ଭାଇ ଭଉଣୀମାନେ ଭୂମିପୂଜନ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.