ଓଡିଆ ବାର୍ତ୍ତା ପ୍ରଭାବ : କୁମ୍ଭକର୍ଣ୍ଣ ନିଦ୍ରାରୁ ଉଠିଲା ଗ୍ରାମ୍ୟ ପରିମଳ ଓ ଜଳ ସେଚନ ବିଭାଗ

୪ ବର୍ଷ ପରେ ସରଧାପୁର ସରପଞ୍ଚଙ୍କ ପାଖକୁ ଆସିଲା ମହେଶର ଦରମା ଚିଠି 

ବିଭାଗୀୟ ଅଧିକାରୀ କହିଲେ ୨-୪ ଦିନ ଭିତରେ ହୋଇ ଯିବ ଦରମା

ନୂଆପଡା/ଖରିଆର,୨୫/୪ : ଗ୍ରାମ୍ୟ ପରିମଳ ଓ ଜଳ ସେଚନ ବିଭାଗଙ୍କ ପକ୍ଷରୁ ବୁଧବାର ସରଧାପୁର ପଞ୍ଚାୟତକୁ ମହେଶ ବିଭାରଙ୍କ ଦରମା ଚିଠି ଆସିଛି । ଏଠାରେ ସୂଚନା ଯୋଗ୍ୟ ଯେ, ମହେଶ ବିଭାର ଢ଼ଗସର ଗାଁର ଏକ ଗରିବ ପିଲା । ସେ ଗତ ୪ ବର୍ଷ ହେଲା ସରଧାପୁର ପଞ୍ଚାୟତରେ ଥିବା ପମ୍ପ ଘରେ ପାଣି ଯୋଗାଇବା କାମ କରି ଆସୁଥିଲେ । କିନ୍ତୁ ବିଗତ ୪ ବର୍ଷରେ ସେ ଟଙ୍କା ଟିଏ ମଧ୍ୟ ଦରମା ପାଇ ନ ଥିଲେ ।  ଏନେଇ ମହେଶ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଜଣାଇ ଥିଲେ ମଧ୍ୟ କାର୍ଯ୍ୟ ବ୍ୟସ୍ତତା ଦେଖାଇ ବିଭାଗୀୟ ଅଧିକାରୀ ତାଙ୍କ ଦରମା ଟଙ୍କା ଚିଠି କରୁ ନ ଥିଲେ ଯାହାଫଳରେ ମହେଶ ନାହିଁ ନ ଥିବା ଅସୁବିଧା ରେ ଜୀବନ ଯାପନ କରୁଥିଲେ ।

 

ଘଟଣା ସମନ୍ଧରେ ଜାଣିବାପରେ ରାଜ୍ୟର ଏକ ସଚେତନ ଗଣମାଧ୍ୟମ ଭାବେ ଓଡିଆ ବାର୍ତ୍ତା ମହେଶଙ୍କ ଦରମା ଟଙ୍କାକୁ ନେଇ ଖବର ପ୍ରକାଶ କରିଥିଲା । ପରେ ଗ୍ରାମ୍ୟ ପରିମଳ ଓ ଜଳସେଚନ ବିଭାଗ ଅଧିକାରୀ ସାଙ୍ଗେ ସାଙ୍ଗେ ମହେଶ ଙ୍କ ଦରମା ଟଙ୍କା ନେଇ ଚିଠି କରିଛନ୍ତି ଓ ୨-୪ ଦିନ ଭିତରେ ମହେଶ ତାଙ୍କ ଦରମା ଟଙ୍କା ପାଇଯିବେ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି । ତେବେ ମହେଶଙ୍କ ଭଳି ଅନେକ ଗରିବ ଲୋକ ଯେଉଁମାନେ ଅତି ନିରୀହ ଯାହା ଙ୍କ ପାଖକୁ ଜନ ପ୍ରତିନିଧି ଓ ମୌଳିକ ଅଧିକାରର ଉଚିତ ସଚେତନତା ବାର୍ତା କିମ୍ବା ଗଣ ମାଧ୍ୟମ ପହଞ୍ଚି ପାରୁ ନାହାନ୍ତି ସେମାନଙ୍କ ସମସ୍ୟା କେବେ ଦୂର ହେବ ତାହା ବର୍ତମାନ ଏକ ବହୁତ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏଭଳି ସମସ୍ୟା ଯେମିତି ନ ହେଉ ଓ ଜନ ସଚେତନ ପାଇଁ ପ୍ରଶାସନ ପ୍ରୟାଶ କରୁ ବୋଲି ବୁଦ୍ଧିଜିବୀ ମହଳରୁ ମତ ପ୍ରକଶ ପାଇଛି ।

ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର କୁମାର ବାଗ (ରାହୁଲ) ଙ୍କ ରିପୋର୍ଟ odiabarta.in

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.