ଅହେତୁକ ଭାବେ ହ୍ରାସ ପାଉଛି ସମୁଦ୍ର ଜଳପତ୍ତନ, କାରଣ ଅସ୍ପଷ୍ଟ

ବିଶ୍ୱ ତାପମାତ୍ରା ବୃଦ୍ଧି ପାଉଥିବାରୁ ଏହାର ପ୍ରଭାବ ବିଶ୍ୱବ୍ୟାପୀ ଅନୁଭୂତ ହେଉଛି । ଯେମିତି କି ଆର୍ଣ୍ଟାଟିକା ଅଞ୍ଚଳରେ ଲକ୍ଷ ଲକ୍ଷ ବର୍ଗଫୁଟର ବରଫ ପାହାଡ଼ ତରଳିବାରେ ଲାଗିଛି । ଏହି କାରଣରୁ ସମୁଦ୍ରର ଜଳପତ୍ତନ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ତେବେ ଆମେରିକୀୟ ମହାକାଶ ଗବେଷଣାକାରୀ ସଂସ୍ଥା ‘ନାସା’ ପକ୍ଷରୁ ଜାରି କରାଯାଇଥିବା ସଦ୍ୟତମ ସୂଚନା ଅନୁସାରେ, ଯେତେବେଳେ ସାରା ବିଶ୍ୱରେ ସମୁଦ୍ର ଜଳପତ୍ତନ ବୃଦ୍ଧି ପାଇବାରେ ଲାଗିଛି ସେଭଳି ସମୟରେ ବିଶ୍ୱରେ ଏଭଳି କିଛି ରାଷ୍ଟ୍ର ଅଛି ଯେଉଁଠି ସମୁଦ୍ର ଜଳପତ୍ତନ ହ୍ରାସ ପାଉଥିବା ଦେଖିବାକୁ ମିଳିଛି । ଏହାର କାରଣ ଖୋଜିବା ପାଇଁ ବୈଜ୍ଞାନିକମାନେ ଲାଗି ପଡ଼ିଥବା ବେଳେ ସେଥିରେ ସ୍ପଷ୍ଟତା ଆସିପାରୁନାହିଁ ବୋଲି କୁହାଯାଉଛି । ସଦ୍ୟତମ ରିପୋର୍ଟ ଅନୁଯାୟୀ, ମାଲ୍ଟା ଏବଂ ଗୋଜୋ ଉପକୂଳରେ ଥିବା ସମୁଦ୍ର ଜଳ ପତ୍ତନ କ୍ରମାଗତ ଭାବେ ଖସିବାରେ ଲାଗିଛି । ଗତ ୨ ମାସ ମଧ୍ୟରେ ଏହା ପ୍ରାୟ ୫୦ ସେମି ଖସିଛି । ଏହାକୁ ନେଇ ପରିବେଶବିତ୍‌ମାନେ ଚିନ୍ତା ପ୍ରକଟ କରିଛନ୍ତି । ଏକ୍ସପର୍ଟଙ୍କ ମତରେ,ଏବେ ସୁଦ୍ଧା ଜଳପତ୍ତନ ହାରାହାରି ୧୫ ସେମି ହ୍ରାସ ପାଇଛି । ୨୦୨୨ ମାର୍ଚ୍ଚ ମାସରେ ଜଳସ୍ତର ସର୍ବନିମ୍ନ ଥିଲା । କିନ୍ତୁ ବର୍ଷକ ପରେ ଚଳିତବର୍ଷ ଜାନୁୟାରୀ ଓ ଫେବୃୟାରୀରେ ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି । ଅକ୍ଟୋବର ୧୯୯୨ରୁ ମାର୍ଚ୍ଚ ୧୯୯୩ ମଧ୍ୟରେ ୪୦ ସେମିର ସର୍ବନିମ୍ନ ହ୍ରାସ ରେକର୍ଡ କରାଯାଇଥିଲା । ଯେତେବେଳେ ସମଗ୍ର ବିଶ୍ୱରେ ଜଳ ସ୍ତର ବଢୁଛି, ସେତେବେଳେ ଏହି ହ୍ରାସ ବୈଜ୍ଞାନିକମାନଙ୍କୁ ଆଶ୍ଚର୍ଯ୍ୟ କରିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.