ରାୟଗଡା ବିଧାୟକ ଶ୍ରୀ ମକରନ୍ଦ ମୁଦୁଲି ଉତ୍କଳ ଆଲୁମିନାର ପ୍ରୋଜେକ୍ଟ ଉଦ୍ୟମୀ ବୁଲି ଦେଖିଲେ

ଓଡ଼ିଆ ବାର୍ତ୍ତା/ ରାୟଗଡା/ କାଶିପୁର (ଶିବ ନାରାୟଣ ଗୈାଡ/ ଆଲାରାମ ଭାତ୍ରା): ଗୋଷ୍ଠୀ ସଦସ୍ୟମାନଙ୍କର ଜୀବନରେ ରୂପାନ୍ତରଣ ଆଣିବା ଏବଂ ଅଞ୍ଚଳରେ ଏକ ଔଦ୍ୟୋଗିକ ପରିବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଆଦିତ୍ୟ ବିର୍ଲା ଗ୍ରୁପ୍‌ର ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ ଲିମିଟେଡ୍‌ର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ (ୟୁଏଆଇଏଲ) ଏଣ୍ଟରପ୍ରିନ୍ୟାରସିପ୍ ଡେଭଲପମେଣ୍ଟ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ସହଭାଗିତାରେ ପ୍ରୋଜେକ୍ଟ ଉଦ୍ୟମୀ ଆରମ୍ଭ କରିଛି, ଯାହା ସଫଳତାର ସହିତ କାଶିପୁର ଏବଂ ଥୁଆମୂଳ ରାମପୁର ଅଞ୍ଚଳରେ ୧୩୮ଟି ଉଦ୍ୟୋଗ ସ୍ଥାପନ କରିପାରିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ରାୟଗଡାର ମାନ୍ୟବର ବିଧାୟକ ଶ୍ରୀ ମକରନ୍ଦ ମୁଦୁଲି ଏଥିପ୍ରତି ନିଜର ଆଗ୍ରହ ପ୍ରକାଶ କରିବା ସହିତ ଏହି ପ୍ରକଳ୍ପର ସ୍ଵତନ୍ତ୍ରତା ଏବଂ କାଶିପୁର ଜନସାଧାରଣଙ୍କ ଜୀବନ ଉପରେ ଏହା କିଭଳି ପ୍ରଭାବ ପକାଉଛି ତାହା ଜାଣିବାକୁ ୨୦ ୨୩ ମାର୍ଚ୍ଚ ୨ ତାରିଖରେ ପ୍ରୋଜେକ୍ଟ ଉଦ୍ୟମୀ ପରିଦର୍ଶନ କରିଥିଲେ। ଜଣେ ବିଶିଷ୍ଟ ଅତିଥି ଭାବରେ ସେ ଉଦ୍ୟମୀର ବିଜନେଓ ପ୍ଲାନ ଆପ୍ରେଜାଲ କମିଟି ବୈଠକରେ ଉପସ୍ଥିତ ରହିଥିବାବେଳେ ତାଙ୍କ ସହିତ ଶ୍ରୀ ବିକାଶ ଚନ୍ଦ୍ର ବାଇନ, ଜିଏମ୍ ଡିଆଇସି, ଡଃ.ଲୋପାମୁଦ୍ରା ପ୍ରିୟଦର୍ଶିନୀ, ଜିଏମ୍ (ସିଏସଆର, ସିଆର ଆଣ୍ଡ ଏସ୍), ୟୁଏଆଇଏଲ, ଡଃ, ସୁବ୍ରତ ବିଶ୍ଵାଳ, ଡାଇରେକ୍ଟର (ଇଡିଆଇଆଇ) ଏବଂ ଶ୍ରୀ ଦୀପକ ରାଜ, ବ୍ରାଞ୍ଚ ମ୍ୟାନେଜର, ଏସ୍‌ବିଆଇ ଟିକିରି ପ୍ରମୁଖ ଆପ୍ରେଜାଲ କମିଟି ସଦସ୍ୟ ଭାବରେ ଉପସ୍ଥିତ ଥିଲେ। ଉକ୍ତ କମିଟି ଆକାଂକ୍ଷୀ ଗ୍ରାମାଞ୍ଚଳ ଉଦ୍ୟୋଗୀଙ୍କ ପକ୍ଷରୁ ଉପସ୍ଥାପନ କରାଯାଇଥିବା ୩୬ଟି ବ୍ୟବସାୟିକ ଚିନ୍ତାଧାରାକୁ ଅନୁମୋଦନ କରିଛି । ସମସ୍ତ ଅନୁମୋଦିତ ବ୍ୟବସାୟିକ ଚିନ୍ତାଧାରାକୁ ଅଧିକ ବ୍ୟବସାୟିକ ଫଳପ୍ରସୂ ଉଦ୍ଦେଶ୍ୟରେ ପ୍ରୋଜେକ୍ଟ ଉଦ୍ୟମୀ ପକ୍ଷରୁ ସମର୍ଥନ ଯୋଗାଇ ଦିଆଯିବ।

Udyog Nursery
Udyogi Nursery


ତାଙ୍କର ସ୍ଵତନ୍ତ୍ର ବକ୍ତବ୍ୟରେ ଶ୍ରୀ ମୁଦୁଲି ଉତ୍କଳ ଆଲୁମିନା ଏବଂ ଉଦ୍ୟମୀ ଟିମକୁ ସେମାନଙ୍କର ସଦୟ ପ୍ରୟାସ ନିମନ୍ତେ ହାର୍ଦ୍ଦିକ ପ୍ରଶଂସା କରିଥିଲେ। ସେ ଉଲ୍ଲେଖ କରିଥିଲେ ଯେ, ଏହି ଅନନ୍ୟ ଏବଂ ସମ୍ପୂର୍ଣ୍ଣ ନୂତନ ଧରଣର ପ୍ରୋଜେକ୍ଟ କେବଳ ଗୋଷ୍ଠୀଗୁଡିକର ସାମାଜିକ-ଅର୍ଥନୈତିକ ମାନ୍ୟତାରେ ରୂପାନ୍ତରଣ ଆଣୁନାହିଁ, ତାହାସହିତ ଏହି ଅଞ୍ଚଳର ସ୍ଥାନୀୟ ଅର୍ଥନୀତିର ବିକାଶ ଦିଗରେ ଅବଦାନ ରଖୁଛି। ଏହା ଉକ୍ତ ଅଞ୍ଚଳର ଅନେକ ପ୍ରବାସୀ ଏବଂ କୁଶଳୀ ଶ୍ରମଶଲ୍ଲିଙ୍କୁ ନିଯୁକ୍ତି ସୁଯୋଗ ଯୋଗାଇଦେବ ବୋଳି ଶ୍ରୀ ମୁଦୁଲି ପ୍ରକାଶ କରିଥିଲେ। ଉଦ୍ୟୋଗୀମାନଙ୍କୁ ସେମାନଙ୍କ ନିଜସ୍ୱ କ୍ଷେତ୍ରରେ ଗୋଲ ମଡେଲ ହେବା ନିମନ୍ତେ ଉତ୍ସାହିତ କରିବା ସହିତ ସ୍ଵଉଦ୍ୟୋଗୀ ହେବା ନିମନ୍ତେ ଅନ୍ୟ ଯୁବକ ଯୁବତୀଙ୍କୁ ପ୍ରେରଣା ଯୋଗାଇଦେବାକୁ ସେମାନଙ୍କୁ ପରାମର୍ଶ ଦେଇଥିଲେ। ଇଡିଆଇଆଇ, ଆଞ୍ଚଳିକ ଶିଳ୍ପ କେନ୍ଦ୍ର ରାୟଗଡା ଏବଂ ସମସ୍ତ ବ୍ୟାଙ୍କରଙ୍କୁ ଏହି ଅଭିବୃଦ୍ଧି ଯାତ୍ରାର ଅଂଶ ବିଶେଷ ହୋଇଥିବାରୁ ସେମାନଙ୍କ ପ୍ରୟାସକୁ ଶ୍ରୀ ମୁଦୁଲି ପ୍ରଶଂସା କରିଥିଲେ।


ଏହି କାର୍ଯ୍ୟକ୍ରମ ଅବସରରେ ଶ୍ରୀ ବିକାଶ ଚନ୍ଦ୍ର ବାଇନ, ଜିଏମ୍ ଡିଆଇସି, ଆଲୋକପାତ କରି କହିଥିଲେ ଯେ, ଉଦ୍ୟମୀ ପ୍ରୋଜେକ୍ଟ ଏହି ଧରଣର ସ୍ଵତନ୍ତ୍ର ଏବଂ ସମୁଦାୟ ସିଏସ୍‌ର କାର୍ଯ୍ୟକଳାପଗୁଡିକ ମଧ୍ୟରେ ଏହା ଏକ ଅନନ୍ୟ ପ୍ରୟାସ ହୋଇଛି। ସ୍ଥାନୀୟ ଜନସାଧାରଣଙ୍କ ଆବଶ୍ୟକତା ପୂରଣ କରିପାରୁଥିବା ଉଦ୍ୟୋଗଗୁଡିକୁ ଉତ୍ସାହିତ କରିବା ଉପରେ ସେ ଜୋର୍‌ ଦେଇଥିଲେ, ଯାହା ବଜାର ସଂଯୋଗୀକରଣକୁ ସୁଗମ କରିପାରିବ ଏବଂ ଉକ୍ତ ଅଞ୍ଚଳର ଆବଶ୍ୟକତା ପୂରଣ ସହିତ ସମାନ ସମୟରେ ନିଯୁକ୍ତି ସୁଯୋଗ ଯୋଗାଇଦେବ।


ଶ୍ରୀ ରାଜେନ୍ଦ୍ର ନାଏକଙ୍କ ମାଝିଗୌରୀ ୱେଲଡିଂ ୱାର୍କସପ୍ ଏବଂ ଶ୍ରୀ ହୃଷିକେଶ ସାହୁଙ୍କର ମା ତାରା ତାରିଣୀ ମୁଢି ମିଲ୍‌କୁ ଶ୍ରୀ ମୁଦୁଲି ଉଦ୍‌ଘାଟନ କରିଥିଲେ, ଯେଉଁଗୁଡିକ ପାଇଁ ପ୍ରୋଜେକ୍ଟ ଉଦ୍ୟମୀ ଦ୍ଵାରା ପ୍ରୋତ୍ସାହନ ଯୋଗାଇ ଦିଆଯାଇଛି। ଡଃ. ଲୋପାମୁଦ୍ରା ପ୍ରିୟଦର୍ଶିନୀ ସମ୍ମାନନୀୟ ବିଧାୟକ ଏବଂ ଅନ୍ୟ ଅତିଥିମାନଙ୍କୁ ସେମାନଙ୍କ ଉପସ୍ଥିତି ଏବଂ ପ୍ରେରଣା ନିମନ୍ତେ କୃତଜ୍ଞତା ଜ୍ଞାପନ କରିଥିଲେ।


ଏକ ଦାୟିତ୍ୱସମ୍ପନ୍ନ କର୍ପୋରେଟ ସଂସ୍ଥା ଭାବରେ ୟୁଏଆଇଏଲ୍ ଶିକ୍ଷା, ସ୍ୱାସ୍ଥ୍ୟସେବା, ଦୀର୍ଘସ୍ଥାୟୀ ଜୀବିକା ଉପାର୍ଜଳ ଏବଂ ଗ୍ରାମାଞ୍ଚଳ ଭିତ୍ତିଭୂମି ସହିତ ସାମାଜିକ ପ୍ରସଙ୍ଗଗୁଡିକର ସମାଧାନ ଦିଗରେ ପାରିପାର୍ଶ୍ଵକ ଗ୍ରାମଗୁଡିକରେ ଏହାର ସିଏସଆର୍ କାର୍ଯ୍ୟକ୍ରମଗୁଡିକ ରୂପାୟନ କରିବାରେ ଗଭୀର ଭାବରେ ନିୟୋଜିତ ରହିଛି । ମୋଟ ଉପରେ ୟୁଏଆଇଏଲ ଓଡ଼ିଶାରେ ୮୪ଟି ଗ୍ରାମରେ ୩୦,୦୦୦ରୁ ଅଧିକ ଲୋକଙ୍କୁ ସେବା ଯୋଗାଇ ଦେଉଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.