ଆଦିବାସୀ ପ୍ରତିଭା ସମ୍ମାନ ପ୍ରାପ୍ତ ସଦନ ପ୍ରଗଣିଆଙ୍କୁ ସିନାଙ୍ଗ ଗ୍ରାମରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ସିନାଙ୍ଗ ଗ୍ରାମରେ ଆଦିବାସୀ ପ୍ରତିଭା ସମ୍ମାନ ପ୍ରାପ୍ତ ସଂଚାର ବାଦକ ସଦନ ପ୍ରଗଣିଆଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି ଗ୍ରାମବାସୀ ଓ ବଇଗା ସଂପ୍ରଦାୟ। ଓଡ଼ିଶା ସରକାରଙ୍କ ଜନଜାତି ବିଭାଗ ପକ୍ଷରୁ ରାଜଧାନୀ ଭୁବନେଶ୍ୱରରେ ୧୦ ଦିନ ଧରି ଆଦିବାସୀ ମେଳା ଆୟୋଜିତ ହୋଇଥିଲା। ଏଥିରେ କଳାହାଣ୍ଡିର ୫ଜଣଙ୍କ ସମେତ ରାଜ୍ୟର ୧୮ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଆଦିବାସୀ ପ୍ରତିଭା ସମ୍ମାନରେ ସମ୍ମାନୀତ ହୋଇଛନ୍ତି। ଏନେଇ ଆୟୋଜିତ ଉଦଯାପନୀ ସମାରୋହର ମୁଖ୍ୟ ଅତିଥି ଭାବେ ଆଦିବାସୀ କଲ୍ୟାଣ ତଥା ଆଇନ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା ଯୋଗଦେଇ ସିନାଙ୍ଗ ଗ୍ରାମର ସଦନ ପ୍ରଗଣିଆଙ୍କୁ ଲୋକବାଦ୍ୟ ଓ ଲୋକନୃତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଆଦିବାସୀ ପ୍ରତିଭା ସମ୍ମାନରେ ସମ୍ବର୍ଦ୍ଧିତ କରିଥିଲେ। ପ୍ରାଚୀନ ଲୋକକଳାରେ ପ୍ରଚାର ପ୍ରସାର ଦିଗରେ ସଦନ ପ୍ରଗଣିଆଙ୍କ ଯଥେଷ୍ଟ ଅବଦାନ ରହିଛି। ସେ ପଶ୍ଚିମ ଓଡ଼ିଶାର ଅନନ୍ୟ ଲୋକକଳା ସଂଚାର ବାଦ୍ୟକୁ ପୁନରୁଦ୍ଧାର କରି ଗାଁ ଗାଁରେ ପ୍ରଦର୍ଶିତ କରି ଆସୁଛନ୍ତି। ଭୁବନେଶ୍ବରରେ ରାଜ୍ୟ ସରକାରଙ୍କ ଦ୍ବାରା ଆଦିବାସୀ ପ୍ରତିଭା ସମ୍ମାନରେ ସମ୍ମାନୀତ ହେବାପରେ ଆଜି ସଦନ ପ୍ରଗଣିଆଙ୍କୁ ସିନାଙ୍ଗ ଗ୍ରାମର ଗ୍ରାମବାସୀମାନେ ପାରମ୍ପରିକ ବାଦ୍ୟନାଦ ସହ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରିବାସହ ଗ୍ରାମ୍ୟ ପରିକ୍ରମା କରିଥିଲେ। ଏହି ବିଶେଷ ମୁହୁର୍ତ୍ତରେ ବିଶିଷ୍ଟ ଲୋକସଂସ୍କୃତି ଗବେଷକ ତଥା ଓଡ଼ଆ ବାର୍ତ୍ତା ସଂପାଦକ ସୁନୀଲ କୁମାର ଧଙ୍ଗଡାମାଝୀ, ବଇଗା ସଂପ୍ରଦାୟର ନର୍ଲା ବ୍ଲକ ସଭାପତି ବିଦେଶୀ ପ୍ରଗଣିଆ, ସାଧାରଣ ସମ୍ପାଦକ ନରିନ୍ଦ୍ର ପ୍ରଗଣିଆ ଏବଂ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। 

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.