ଆଦିବାସୀ ପ୍ରତିଭା ସମ୍ମାନ ପ୍ରାପ୍ତ ବୈଦ୍ୟରାଜ ପବିତ୍ର ଶବରଙ୍କୁ ଜନ୍ମମାଟିରେ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ଆୟୁର୍ବେଦ ଗବେଷଣା, ନିଦାନ ଓ ରୋଗୀସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଶା ସରକାରଙ୍କ ଦ୍ବାରା ‘ଆଦିବାସୀ ପ୍ରତିଭା-୨୦୨୩’ ସମ୍ମାନରେ ସମ୍ମାନିତ ହୋଇଥିବା ଟୋଲବ୍ରାହ୍ମଣୀର ବିଶିଷ୍ଟ ବୈଦ୍ୟରାଜ ପବିତ୍ର ଶବରଙ୍କୁ ଜନ୍ମମାଟିରେ ଉତ୍ସସିତ ସମ୍ବର୍ଦ୍ଧନା ଦିଆଯାଇଛି। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ଟୋଲବ୍ରାହ୍ମଣୀ ଗ୍ରାମର ଶିଦ୍ଧ ରତ୍ନ କୁଟିର ମହିମା ଆଶ୍ରମ ପରିସରରେ ଏନେଇ ଏକ ସମ୍ବର୍ଦ୍ଧନା ଆୟୋଜିତ ହୋଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

୨୦୧୯ରେ ଆଦିବାସୀ ପ୍ରତିଭା ସମ୍ମାନ ପ୍ରାପ୍ତ ବିଶିଷ୍ଟ କନ୍ଧ ସଂସ୍କୃତି ଗବେଷକ ମେଦିନୀଧର ଜାନୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲା ଆଦିସ୍କନ୍ଦ ସମାଜ ସଭାପତି ସୁରେଶ ଚନ୍ଦ୍ର ଭୋଇ, ଆଦିବାସୀ ପ୍ରତିଭା ସମ୍ମାନ ପ୍ରାପ୍ତ କନ୍ଧାନ ଭାଷର କବି କ୍ଷୀତୀଶ ଚନ୍ଦ୍ର ମାଝୀ ଓ ସଦନ ପ୍ରଗଣିଆ, ଲୋକ ସଂସ୍କୃତି ଗବେଷକ ସୁନୀଲ କୁମାର ଧଙ୍ଗଡାମାଝୀ, କବି ମଧୁସୂଦନ ରାଉତ, ସାମ୍ବାଦିକ ଲିଙ୍ଗରାଜ ମିଶ୍ର, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟା କମଳିନୀ ଜାନି ଓ ରିନା ଭୋଇ, ବୈଦ୍ୟରାଜ ପବିତ୍ର ଶବରଙ୍କ ଧର୍ମପତ୍ନୀ ପଦ୍ମାବତୀ ଶବର, ଆଦିବାସୀ ନେତୃତ୍ବ ଚନ୍ଦ୍ରଶେଖର ଶବରଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ବୈଦ୍ୟରାଜ ପବିତ୍ର ଶବରଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସାହିତ୍ୟିକ କୁଳମଣୀ ସାହୁ ମଞ୍ଚ ପରିଚାଳନା କରିଥିଲେ।

Udyog Nursery
Udyogi Nursery

ଏଠାରେ ପ୍ରକାଶଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ଟୋଲବ୍ରାହ୍ମଣୀ ଗ୍ରାମର ଆୟୁର୍ବେଦ ଚିକିତ୍ସକ ଶ୍ରୀ ଶବର ୩୫ ବର୍ଷ ହେଲା ବଣରୁ ଚେରିମୂଳୀ ସଂଗ୍ରହ କରି ବିଭିନ୍ନ ଅସାଧ୍ୟ ରୋଗ ପାଇଁ ଔଷଧ ପ୍ରସ୍ତୁତ କରିଥାନ୍ତି। ପ୍ରାଚୀନ ଆୟୁର୍ବେଦିକ ପଦ୍ଧତିରେ ତାଙ୍କ ଦ୍ବାରା ପ୍ରସ୍ତୁତ ଜୀବନ ରକ୍ଷାକାରୀ ଏହି ମହୋଷଧି ସେବନ କରି ରାଜ୍ୟ ତଥା ଦେଶର ବିଭିନ୍ନ ପ୍ରାନ୍ତର ହଜାର ହଜାର ରୋଗୀ ଆରୋଗ୍ୟ ହୋଇଛନ୍ତି। ସକାଳୁ ସଞ୍ଜ ଯାଏଁ ରୋଗୀସେବା ପାଇଁ ସମର୍ପିତ ବୈଦ୍ୟରାଜ ପବିତ୍ର ଶବର ଦୁଃଖିରଙ୍କିଙ୍କ ସମେତ ଅନେକ ଅନୁଷ୍ଠାନକୁ ଆକୁଣ୍ଠ ଚିତ୍ତରେ ସାହାଯ୍ୟ ସହଯୋଗ କରିଥାନ୍ତି। ଏହାସହ ସେ ‘ଶିଦ୍ଧ ରତ୍ନ କୁଟିର ମହିମା ଆଶ୍ରମ’ ନିର୍ମାଣକରି ସତ୍ୟ ସନାତନ ମହିମା ଧର୍ମର ପ୍ରଚାର ପ୍ରସାର ଦିଗରେ ବ୍ରତି ରହିଛନ୍ତି। ତାଙ୍କ ଉଦ୍ୟୋଗରେ ପ୍ରତିବର୍ଷ ଟୋଲବ୍ରାହ୍ମଣୀ ଗ୍ରାମରେ ମହିମା ମେଳା ଆୟୋଜିତ ହୋଇଥାଏ। ଏଥିରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଶହ ଶହ ସାଧୁସନ୍ଥ ଓ ଭକ୍ତମାନେ ଯୋଗ ଦେଇଥାନ୍ତି। ତେବେ ରାଜ୍ୟ ସରକାର ତାଙ୍କ ପ୍ରତିଭାକୁ ଚିହ୍ନଟ କରି ସମ୍ମାନିତ କରିଥିବାରୁ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.