ନର୍ଲାରେ ଲୋକସେବା ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ୍ ପରିସର ମଧ୍ୟରେ ବ୍ଲକ ସ୍ତରୀୟ ବିଜୁ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ନର୍ଲା ଅତିରିକ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ ଦେବେନ୍ଦ୍ର ସାମଲଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ନର୍ଲା ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ମନୋରମା ମହାନ୍ତି ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ । ସମ୍ମାନୀତ ଅତିଥି ଭାବରେ ନର୍ଲା ବ୍ଲକ୍ ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ନର୍ଲା ସିଡିପିଓ ନିବାସିନୀ ବିଶ୍ୱାଳ, ସର୍ଗିଗୁଡା ସମିତି ସଦସ୍ୟ ଚିରଞ୍ଜିବି ଗୌଡ଼ିଆ, ନର୍ଲା ବ୍ଲକ ସେକ୍ସନ ଅଫିସର ଦିଗ ପଧାନ, ଏକାଉଣ୍ଟଟେଣ୍ଟ ଶ୍ରୀ ତାଣ୍ଡି ପ୍ରମୁଖ ଯୋଗଦାନ କରି ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀ ରେ ତାଙ୍କର ସ୍ମୃତି ଚାରଣ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଶାନ୍ତପୁରର ପୂର୍ବତନ ସମିତି ସଦସ୍ୟ ଯୁବନେତା ଗୋବିନ୍ଦ ତାଣ୍ଡି ଓ ଆଇସିଡିଏସ ସୁପର ଭାଇଜର ଫୁଲଜେନସିଆ ସୋରେନ ବିଜୁବାବୁଙ୍କ ନୀତି ଓ ଆଦର୍ଶ ବିଷୟରେ ସ୍ମୃତି ଚାରଣ କରିଥିଲେ । ଅତିଥି ବୃନ୍ଦଙ୍କୁ ପ୍ରଥମେ ପୁଷ୍ପ ଗୁଛ ଦେଇ ସ୍ୱଗାତ ସମ୍ବର୍ଦ୍ଧନା ଦିଆ ଯାଇଥିଲା । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଫଟୋଚିତ୍ରରେ ଦୀପ ପ୍ରଜ୍ୱଳନ ଓ ପୁଷ୍ପମାଲ୍ୟ ଅର୍ପଣ ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ସଭାର ସଭାପତି ନର୍ଲା ଏବିଡିଓ ଶ୍ରୀ ସାମଲ ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ପ୍ରବାଦ ପୁରୁଷ ବିଜୁବାବୁଙ୍କ ମହନୀୟତା ବିଷୟରେ କହିଥିଲେ । ସମ୍ମାନୀତ ଅତିଥି ବ୍ଲକ୍ ଉପାଧ୍ୟକ୍ଷ ଶ୍ରୀ ମହାନ୍ତି ବିଜୁ ବାବୁଙ୍କ ସ୍ମୃତି ଚାରଣ କରି ଓଡିଶା ପ୍ରତି ତାଙ୍କ ଅବଦାନ ଅତୁଳନୀୟ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ । ସେହିଭଳି ମୁଖ୍ୟ ବକ୍ତା ବିଜୁବାବୁ ଙ୍କୁ କାହିଁକି ପ୍ରବାଦ ପୁରୁଷ ବୋଲି କୁହାଗଲା ସେ ବିଷୟରେ କହିବା ସହିତ ତ୍ରୀ-ସ୍ତରୀୟ ପଞ୍ଚାୟତରାଜ ଓ ଲୋକସେବା ଦିବସ ବିଷୟରେ କହିଥିଲେ । ମୁଖ୍ୟ ଅତିଥି ବ୍ଲକ୍ ଉପାଧ୍ୟକ୍ଷା ଶ୍ରୀମତୀ ମହାନ୍ତି ବିଜୁ ବାବୁଙ୍କ ମହିଳା ସଶକ୍ତିକରଣ ନୀତି ଓ ଲୋକାଭୀମୁଖୀ ଯୋଜନାର ରୁପାୟନ ବିଷୟରେ କହିଥିଲେ । ପ୍ରବାଦ ପୁରୁଷ ବିଜୁବାବୁଙ୍କ ୧୦୭ ତମ ଜନ୍ମ ଜୟନ୍ତୀ ଅବସରରେ ବିଜୁ ବାବୁଙ୍କ ସ୍ମୃତି ଚାରଣ କରାଯିବା ସହ ଲୋକସେବା ଦିବସ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଲୋକାଭିମୂଖୀ ଯୋଜନା ଗୁଡିକ ଉପରେ ଅତିଥି ବୃନ୍ଦ ବର୍ଣ୍ଣନା କରିବା ସହିତ ପ୍ରବାଦ ପୁରୁଷଙ୍କ ସ୍ମୃତି ଚାରଣ କରିଥିଲେ ।

Udyog Nursery
Udyogi Nursery

କାର୍ଯ୍ୟକ୍ରମରେ ନର୍ଲା ବ୍ଲକ୍ ଅଞ୍ଚଳର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ, ଅଙ୍ଗନୱାଡି କର୍ମୀ, ସରପଞ୍ଚ, ସମିତି ସଦସ୍ୟ ମାନେ ଉପସ୍ଥିତ ରହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କୃଷି ବିଭାଗର ଅଧିକାରୀ ଘଣ୍ଟମାଲ ସମିତି ସଦସ୍ୟା ଅବନ୍ତିକା ଦଳେଇ, ରୁପ୍ରାରୋଡ଼ ସମିତି ସଦସ୍ୟା ଦୀପଞ୍ଜଳୀ ମାଝୀ ନିଶାନପୁର ସମିତି ସଦସ୍ୟା ପ୍ରମୁଖ ଉପସ୍ଥିତ ରହିଥିଲେ । ନର୍ଲା ଜିପିଇଓ କ୍ଷିତିଶ ଚନ୍ଦ୍ର ନାଏକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସାମ୍ବାଦିକ ଲିଙ୍ଗରାଜ ମିଶ୍ର ମଞ୍ଚ ପରିଚାଳନା କରିଥିଲେ। ଏବିଡ଼ିଓ ଦେବେନ୍ଦ୍ର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.