ଆମପାଣିରେ ବିଜେଡି ପକ୍ଷରୁ ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀ ପାଳିତ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ପଥପ୍ରାନ୍ତ ପଡିଆ ଠାରେ ବିଜେଡି ପକ୍ଷରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି l ଏହି ଅବସରରେ ସ୍ବର୍ଗତ ବିଜୁ ବାବୁଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରି ତାଙ୍କର ତ୍ୟାଗ ଓ ବଳିଦାନ ସହ ବିଜୁ ବାବୁଙ୍କ ସୁଯୋଗ୍ୟ ସନ୍ତାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଜନହିତକର ଯୋଜନା ଓ ରାଜ୍ୟର ଉନ୍ନତି ଦିଗରେ ପଦକ୍ଷେପକୁ ଦଳୀୟ କର୍ମକର୍ତା ମାନେ ଭୁୟସୀ ପ୍ରଶଂସା କରିଥିଲେ । ଏହି ଅବସରରେ ଗୋତୋମୁଣ୍ଡା ଠାରୁ ଆମପାଣି ପର୍ଯ୍ୟନ୍ତ ପ୍ରାୟ ୧୫ କିଲୋମିଟର ଏକ ବାଇକ ଶୋଭାଯାତ୍ରା ହୋଇଥିଲା । ଜିଲ୍ଲା ସଭାପତି ତଥା ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓଙ୍କ ସଭାପତିତ୍ୱରେ ଆୟୋଜିତ ବିଜୁ ଜନ୍ମ ଜୟନ୍ତୀରେ ଧର୍ମଗଡ଼ ବିଧାୟକଙ୍କ କୋକସରା ପ୍ରତିନିଧି ମାନସ ରଞ୍ଜନ ବାଗ, ଆମପାଣି ଜିଲ୍ଲାପରିଷଦ ହେମନ୍ତ ମାଝୀ, କୋକସରା ବିଜେଡି ସଭାପତି ସୁଶାନ୍ତ ବେହେରା, ଆଦିବାସୀ ନେତା ଋତୁରାଜ ମାଝୀ, ମନରଞ୍ଜନ ବାଣୁଆ, ନିତ୍ୟାନନ୍ଦ ମାଝୀ, ବିଜୟ ପଣ୍ଡା, ସୁରେଶ ସାହୁ, ଅଜିତ ପଟ୍ଟନାୟକ, ବିନୋଦ ରାଉତ, ଶ୍ରୀକାନ୍ତ ଶର୍ମା, କେଶବ ବେନୁପାଣି, ତାପସ ରାୟ, ବିଶ୍ୱନାଥ ପଟ୍ଟନାୟକଙ୍କ ସମେତ ଦଳୀୟ କର୍ମକର୍ତା ଓ କର୍ମୀ ମାନେ ଉପସ୍ଥିତ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.