ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀରେ ବିଜୁବାବୁଙ୍କ ୧୦୭ତମ ଜୟନ୍ତୀ ପାଳିତ

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୦୭ ତମ ଜନ୍ମ ଜୟନ୍ତୀ । ସାରା ରାଜ୍ୟରେ ମାର୍ଚ୍ଚ ୫ ତାରିଖକୁ ବିଜେଡ଼ି ପକ୍ଷରୁ ବିଜୁବାବୁଙ୍କ ଜୟନ୍ତୀ ଭାବରେ ପାଳନ କରାଯାଇଛି । ଏହି ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର ତୁମୁଡ଼ିବନ୍ଧ ବ୍ଲକ୍ ଅନ୍ତର୍ଗତ କୁର୍ତ୍ତମଗଡ଼ ଠାରେ ତୁମୁଡ଼ିବନ୍ଧ ବ୍ଲକ୍ ସଭାପତି ପ୍ରମୋଦ ସାହୁଙ୍କ ନେତୃତ୍ୱରେ ବିଜୁ ଜନତା ଦଳ ପକ୍ଷରୁ ମହା ଆଡମ୍ବରରେ ବିଜୁ ବାବୁଙ୍କ ଜୟନ୍ତୀ ପାଳନ ହୋଇଯାଇଛି । ସକାଳେ ବିଜୁ ଯୁବ, ଛାତ୍ର ଜନତା ଦଳର ଯୁବକମାନେ ସାଇକେଲ ଶୋଭାଯାତ୍ରା କରିଥିଲେ । ଏହାପରେ କୁର୍ତ୍ତମଡ଼ ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ କନ୍ଧମାଳ ଜିଲ୍ଲା ବିଜେଡ଼ି ପର୍ଯ୍ୟବେକ୍ଷକ ବିଜୟ ନାୟକ ଯୋଗଦେଇ ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଜୀବନୀ ବିଷୟରେ ଉପସ୍ଥିତ ନେତା ଓ କର୍ମୀଙ୍କୁ ଆଲୋକପାତ କରିଥିଲେ । ବିଜୁ ବାବୁ ଓଡିଶା ପାଇଁ ଯେଉଁ ସ୍ବପ୍ନ ଦେଖିଥିଲେ ବର୍ତ୍ତମାନ ସମୟରେ ତାଙ୍କ ସୁପୁତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାପାଙ୍କ ସ୍ବପ୍ନକୁ ପୁରଣ କରିବାରେ ଲାଗିଛନ୍ତି । ସାଢ଼େ ଚାରିକୋଟି ଓଡ଼ିଶାବାସୀଙ୍କ ସ୍ବାର୍ଥ ଓ ସ୍ବାଭିମାନ ପାଇଁ ଲଢ଼ିବା, ଏକ ସମୃଦ୍ଧ, ସଶକ୍ତ, ସ୍ଵାଭିମାନୀ “ନବୀନ ଓଡ଼ିଶା” ଗଢ଼ିବା ପାଇଁ ଆମେ ଆଜି ସଙ୍କଳ୍ପ ନେବା ସଙ୍ଗଠନକୁ ତୃଣମୂଳ ସ୍ତରରେ ଆହୁରି ସୁଦୃଢ଼ କରିବାସହ ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ଟାଣ କରିବା ଏବଂ ଓଡ଼ିଶାର ଉନ୍ନତି ପାଇଁ ସହଯୋଗ କରିବାକୁ ସମସ୍ତଙ୍କୁ ନିଜ ବକ୍ତବ୍ୟ ମାଧ୍ୟମରେ କହି ଉପସ୍ଥିତ ସମସ୍ତ କର୍ମୀଙ୍କୁ ଉପଦେଶ ଦେଇଛନ୍ତି ବିଜୟ ନାୟକ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି କାର୍ଯ୍ୟକ୍ରମରେ ବାଲିଗୁଡ଼ା ବିଧାୟକ ଚକ୍ରମଣୀ କହଁର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କୃଷ୍ଣମୋହନ ପାଣିଗ୍ରାହୀ,ଜିଲ୍ଲା ଉପ ସଭାପତି କ୍ଲେଶ ପ୍ରଧାନ, ଜିଲ୍ଲା ସାଧାରଣ ସମ୍ପାଦକ ବାସୁଦେବ ପଣ୍ଡା,ସମ୍ପାଦକ ସରୋଜ ବିଆରସିଂ,ଯୁଗ୍ମ ସମ୍ପାଦକ ଶଙ୍କର ମହାପାତ୍ର, ପୁର୍ବତନ ବିଧାୟକ ରାଜୀବ ପାତ୍ର, ବାଲିଗୁଡ଼ା ଏନ୍ଏସି ଅଧ୍ୟକ୍ଷ ଗୋବିନ୍ଦ ପ୍ରଧାନ, ବାଲିଗୁଡ଼ା ନଗର ସଭାପତି ଅବନୀକାନ୍ତ ନାୟକଙ୍କ ସମେତ ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର ଚାରିଗୋଟି ବ୍ଲକ୍ ବାଲିଗୁଡ଼ା,କ.ନୁଆଗାଁ, ତୁମୁଡ଼ିବନ୍ଧ ଓ କୋଟଗଡ଼ ବ୍ଲକର ସମସ୍ତ ନେତୃବୃନ୍ଦ, ନିର୍ବାଚିତ ପ୍ରତିନିଧି, ବହୁ ସଂଖ୍ୟାରେ ପୁରୁଷ ଓ ମହିଳା କର୍ମୀ ଏବଂ ବିଜୁ ପ୍ରେମୀ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.