ପଶ୍ଚିମ ଓଡିଶା ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା ସଂଘର କାର୍ଯ୍ୟକାରିଣୀ ବୈଠକ: ମାର୍ଚ୍ଚ ୧୩ରୁ ଦିବା ରାତ୍ରି ଆନ୍ଦୋଳନ ଚେତାବନୀ 

ଓଡ଼ିଆ ବାର୍ତ୍ତା/ ସମ୍ବଲପୁର: ଭତ୍ତା ବୃଦ୍ଧି, ପେନସନ୍ ଲାଗୁ, ମିନି ଅଙ୍ଗନବାଡି କର୍ମୀଙ୍କୁ କର୍ମୀର ମାନ୍ୟତା, କର୍ମୀ ଓ ସହାୟିକାଙ୍କୁ ଶ୍ରମିକର ମାନ୍ୟତା, ସେବା ନିବୃତ କର୍ମୀ ତଥା ମୃତ୍ୟୁ ବରଣ କରିଥିବା କର୍ମୀ ପରିବାର ବର୍ଗଙ୍କୁ ୫ ଲକ୍ଷ୍ୟ ସହାୟତା ଦେବା ଦାବିରେ ଆସନ୍ତା ୧୩ ମାର୍ଚ୍ଚରୁ ଅଙ୍ଗନବାଡି କର୍ମୀ ଓ ସହାୟକା ଅନିର୍ଦ୍ଦିଷ୍ଟ କାଳ ଦିବା ରାତ୍ରି ଆନ୍ଦୋଳନକୁ ଓହ୍ଲେଇବାକୁ ନିଷ୍ପତ୍ତି ନେଇଛନ୍ତି। ଆଜି ସମ୍ବଲପୁର ଠାରେ ପଶ୍ଚିମ ଓଡିଶା ଅଙ୍ଗନବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ଵରେ ଅନୁଷ୍ଠିତ କାର୍ଯ୍ୟକାରିଣୀ ସଭାରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ବରିଷ୍ଠ ଉପସଭାନେତ୍ରୀ ରୁକ୍ମିଣୀ ଜୁଆଡିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସାଧାରଣ ସମ୍ପାଦିକା ପ୍ରଭାସିନୀ ପାଢୀ, ଲିଲି ମିଶ୍ର, ଦିଶିଲା ଧୁରୁଆ, ବାଳକୃଷ୍ଣ ଭୋଇ, ପ୍ରମିଳା ସିଂହ, କ୍ଷିତି ସୁତା ମିଶ୍ର, କନକ ପ୍ରଧାନ, ରଞ୍ଜିତା କେର କଟା, ନିତମ୍ବ ଦାସ ପ୍ରମୁଖ ମିଳିତ ରୂପେ ସଭାରେ ଏବଂ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ସରକାର ପୂର୍ବରୁ ଯାହା ଭତ୍ତା ବୃଦ୍ଧି କରିଛନ୍ତି ତାହା ସମୁଦ୍ରକୁ ଶଙ୍ଖେ, ଦରଦାମ୍ ଯେଭଳି ବଢି ବଢି ଚାଲିଛି ସେଥିରେ ଚଳିବା ଅତ୍ୟନ୍ତ କଷ୍ଟ କର। ଅପର ପକ୍ଷରେ ଦୈନନ୍ଦିନ କାର୍ଯ୍ୟ ଭାର ବଢି ବଢି ଚାଲିଛି। ୬ ପ୍ୟାକେଜ ବ୍ୟତୀତ ଅନ୍ୟ କାମ ପାଇଁ କର୍ମୀଙ୍କୁ ନିୟୋଜିତ ନ କରିବା ନିୟମ ଥିଲେ ମଧ୍ୟ ବିଭିନ୍ନ ବିଭାଗର କାର୍ଯ୍ୟରେ ନିଯୋଜିତ କରାଯାଉଚି। ଶ୍ରମ ସମିଳନୀରେ ୨୬ ହଜାର ଭତ୍ତା, ସେବା ନିବୃତ ୬୫ ବର୍ଷ ବୟସ କରିବା, ଗ୍ରାମ କଲ୍ୟାଣ ସମିତିରୁ ବାଦ ଦେବା ଦାବି ପୂରଣ ସକାଶେ ପଶ୍ଚିମ ଓଡିଶା ଅଙ୍ଗନବାଡି କର୍ମୀ ଓ ସହାୟିକା ସଂଘ ବାରମ୍ବାର ଦାବି କରି ଆସୁ ଥିଲେ ମଧ୍ଯ ସରକାର ନ ଶୁଣିବା ଅତ୍ଯନ୍ତ ଦୁଃଖ ଦାୟକ ବୋଲି ପଦ୍ମିନୀ ପାଣିଗ୍ରାହୀ, ସରସ୍ୱତୀ ପଞ୍ଚ ବିହାର, ସାଧବୀ ବିଶ୍ଵାଳ, ସୁକାନ୍ତି ସୁନା, ଗୋଲାପୀ ପଟେଲ, ରତ୍ନ ସାହୁ,  ଫେନି ରାଉଳ, ଶାନ୍ତି ଲତା ପଟେଲ, ଶାନ୍ତି ଲତା ଜଗଦଲା, ଅଞ୍ଜଲି ଶର୍ମା ପ୍ରକାଶ କରିଥିଲେ। ସରକାର ସମସ୍ୟାର ସମାଧାନ ନ କଲେ ୧୩ ମାର୍ଚ୍ଚ ରୁ ଅଙ୍ଗନବାଡି କର୍ମୀ ଓ ସହାୟିକା ଦିବା ରାତ୍ରି ଆନ୍ଦୋଳନକୁ ଓହ୍ଲେଇବେ ବୋଲି ଆଜି ନିଷ୍ପତ୍ତି ନିଆଯାଇଛି।

Udyog Nursery
Udyogi Nursery

ଅଲ ଓଡିଶା ଅଙ୍ଗନବାଡି କର୍ମୀ ସଂଘ ସଂଯୁକ୍ତ ମୋର୍ଚା ଆହ୍ଵାନରେ ଡାକରା ଦିଆ ଯାଇଥିବା ଦିବା ରାତ୍ରି ଆନ୍ଦୋଳନରେ ପଶ୍ଚିମ ଓଡିଶା ରୁ ୩୦ ହଜାରରୁ ଉର୍ଦ୍ଧ୍ଵ କର୍ମୀ ଉପସ୍ଥିତ ରହିବେ ବୋଲି ସୂଚନା ଦିଆଯାଇଛି। ସୁଭ୍ରା ମିଶ୍ର, କଲ୍ୟାଣୀ ମେହେର, ଗାୟତ୍ରୀ ଦାସ, ସଂଯୁକ୍ତା ବାରିକ୍, ରାଜକୁମାରୀ ବଇଗା, ପୂଜା ଭୋଇ, ରଶ୍ମୀତା ଦାସ, ନମିତା ନାଇକ, ଶୈରିନ୍ଦ୍ରୀ ମହାନନ୍ଦ, ଲାତୂର ଲଗୁନ୍, ଅନିତା ନାୟକ, ରୀତା ପତି ସମେତ ପଶ୍ଚିମ ଓଡିଶାର ସମସ୍ତ ଜିଲ୍ଲାର କର୍ମକର୍ତ୍ତା ଉପସ୍ଥିତ ଥିଲେ। ଶେଷରେ ସମ୍ପାଦକ ପ୍ରମିଳା ସିଂହ ଧନ୍ୟବାଦ ଅର୍ପଣ କରିଥିଲେ। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.