ଗଣନାଥପୁରଠାରେ ଉଦଘାଟିତ ହେଲା ମୌଳିକ ସାକ୍ଷରତା ସଂଖ୍ୟା ଜ୍ଞାନ କୋଠରୀ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ପ୍ରାଥମିକ ବିଦ୍ୟାଳୟ ପ୍ରଥମରୁ ତୃତୀୟ ଶ୍ରେଣୀର ଛାତ୍ରଛାତ୍ରୀ ଶିକ୍ଷା ଓ ଦକ୍ଷତା ବୃଦ୍ଧିରେ ବ୍ୟାପକ ପରିବର୍ତ୍ତନ ଆଣିବା ପାଇଁ ନିଆଯାଇଥିବା ମିଶନରେ ପ୍ରତି ବ୍ଲକରେ ଗୋଟିଏ ଲେଖାଏଁ ମୌଳିକ ସାକ୍ଷରତା ସଂଖ୍ୟା ଜ୍ଞାନ କୋଠରୀ ନିର୍ମାଣ ହେବ। ଏହି ପରିପ୍ରେକ୍ଷିରେ କଳାହାଣ୍ଡି ଡ଼ିଆଇଇଟି ଅଧ୍ୟକ୍ଷ ଡ଼ ସ୍ନେହାପ୍ରଭା ମହାପାତ୍ରଙ୍କ ନିର୍ଦ୍ଦେଶକ୍ରମେ ଡାଏଟ ସିଆରସିସି ସଂଯୋଜକ ନିହାରିକା ଦେବୀଙ୍କ ତତ୍ବବଧାନରେ ଭବାନୀପାଟଣା ବ୍ଲକର ଗଣନାଥପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ମୌଳିକ ସାକ୍ଷରତା ସଂଖ୍ୟା ଜ୍ଞାନ କୋଠରୀ ଉଦଘାଟିତ ହୋଇଯାଇଛି। ଏଥିରେ ଉଦଘାଟକ ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ ଚୋପଦାର ଯୋଗ ଦେଇ ଉଦ୍ଘାଟନ କରିଥିଲେ। ଡିଆଇଇଟିର ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ନରୋତ୍ତମ ଭୋଇଙ୍କ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁନନ୍ଦା ପଣ୍ଡା, ମୁଖ୍ୟ ବକ୍ତା ସହକାରୀ ପ୍ରଫେସର ଚିତ୍ତରଞ୍ଜନ ଖୁଣ୍ଟିଆ, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜଗଦୀଶ ମୁଣ୍ଡ, ଡ଼ିଆଇଇଟି କଳାହାଣ୍ଡିର ଶିକ୍ଷକ ପ୍ରଶିକ୍ଷିକ ଅରୁଣ କୁମାର ଭୋଇ, ସହକାରୀ ପ୍ରଫେସର ପ୍ରିୟରଞ୍ଜନ ବେହେରା, ଲୋକନାଥ ମହାକୁଡ଼, ପ୍ରଧାନ ଶିକ୍ଷକ ପ୍ରଦୀପ ନେଗୀ, ପେଡାଗୋଜି ସଂଯୋଜିକା ଶ୍ରଦ୍ଧାଞ୍ଜଳି ଦାଶ, ଏବିଇଓ ସୁଢ଼ଳଦେବ ମୁଣ୍ଡ, ସରପଞ୍ଚ ପ୍ରିୟଙ୍କା ମହାକୁଡ଼ ଯୋଗ ଦେଇଥିଲେ। ଧନ୍ୟବାଦ ଦେଇଥିଲେ ଶିକ୍ଷକ ମନୋଜ ମହାକୁଡ଼। ଏଥିରେ ଡିଲେଶ୍ୱର ରଣା, ମନୋଜ ସାହୁ, ବିଶ୍ୱଜିତ ରାଏ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶିକ୍ଷକ ସଂଘର ସଭାପତି ଓ ସ୍କୁଲ ପରିଚାଳନା କମିଟି ଅଧ୍ୟକ୍ଷ, ସମସ୍ତ ସିଆରସିସି, ଶିକ୍ଷକଙ୍କ ସହ ଅଞ୍ଚଳର ଅନେକ ବୁଦ୍ଧିଜୀବୀ ଯୋଗଦେଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.