ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଜଗଦୀଶ ଚନ୍ଦ୍ର ନାଏକ): ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ଦିତୀୟ ସମ୍ମେଟିଭ୍ ପରୀକ୍ଷା ମାର୍ଚ୍ଚ ୧୦ ତାରିଖ ଶୁକ୍ରବାର ଠାରୁ ଆରମ୍ଭ ହେବ। ଚଳିତ ବର୍ଷ କଳାହାଣ୍ଡି ଜିଲ୍ଲାରେ ୧୩ ଟି ନୋଡାଲ ପରୀକ୍ଷା କେନ୍ଦ୍ର ରହିଥିବାବେଳେ ମୋଟ ୧୩୫ ପରୀକ୍ଷା କେନ୍ଦ୍ରରେ ସମୁଦାୟ ୨୧୧୯୧ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ସେଥି ମଧ୍ୟରେ ଏକ୍ସରେଗୁଲାର ୨ ଶହ ଓ ଦୂରଶିକ୍ଷା ୫୧ ଜଣ ରହିଛନ୍ତି। ତେବେ କପି ରୋକିବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ତିନୋଟି ସ୍କ୍ୱାଡ୍ ଗଠନ କରାଯାଇଥିବା ବେଳେ ଗୋଟିଏ ସ୍ପେସାଲ ସ୍କ୍ୱାଡ୍ ଗଠନ ସହ ଦୁର୍ଗମ ଅଞ୍ଚଳ ଓ ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ର ଗୁଡ଼ିକରେ ପରୀକ୍ଷା ପରିଚାଳନା କୁ ତୀକ୍ଷ୍ମ ଭାବରେ ଦୃଷ୍ଟି ଦେବାପାଇଁ ୩୬ ଜଣ ପର୍ଯ୍ୟବେକ୍ଷକ ନିୟୋଜିତ ହେବା ନେଇ ସୂଚନା ମିଳିଛି। ଭବାନୀପାଟଣା ବ୍ଲକର ୨୦ ଟି ପରୀକ୍ଷା କେନ୍ଦ୍ରରେ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେବାକୁ ଥିବାବେଳେ କେସିଙ୍ଗା ବ୍ଲକର ୧୨ କେନ୍ଦ୍ର, କର୍ଲାମୁଣ୍ଡାରେ ୬ କେନ୍ଦ୍ର, ଏମ୍.ରାମପୁରରେ ୬ କେନ୍ଦ୍ର, ନର୍ଲାରେ ୧୩, ଲାଞ୍ଜିଗଡ଼ (ବିଶ୍ବନାଥପୁର)ରେ ୮, କଲମପୁରରେ ୪, ଥୁଆମୁଲ ରାମପୁରରେ ୬, ଧର୍ମଗଡ଼ରେ ୧୩, ଜୁନାଗଡ଼ ୧୮, କୋକସରା ୯, ଗୋଲାମୁଣ୍ଡାରେ ୧୨, ଜୟପାଟଣା ବ୍ଳକରେ ୮ଟି କେନ୍ଦ୍ରରେ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେବା ନେଇ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି।