ବାଗପୁରରେ ସଡକ ଦୁର୍ଘଟଣା: ବୃଦ୍ଧ ମୃତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ବାଗପୁରରେ ଆଜି ସନ୍ଧ୍ୟା ୬.୩୦ ସମୟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ବୃଦ୍ଧଙ୍କ ଅମୂଲ୍ୟ ଜୀବନ ଚାଲିଯାଇଛି। ଜଣେ ବାଇକ ଚାଳକ ବାଡେଇ ଦେବାରୁ ବାଗପୁର  ଗ୍ରାମର ବୃଦ୍ଧ ବ୍ୟକ୍ତି ମଧୁ ହରିଜନଙ୍କ ମୃତ୍ୟୁ ଘଟିଛି। ଖବରରୁ ଜଣା ପଡ଼ିଛି ଯେ ବାଗପୁର ଗ୍ରାମ ମୂଖ୍ୟ ରାସ୍ତା କଡରେ ଚାଲି ଚାଲି ଘରକୁ ଯାଉଥିବା ବୃଦ୍ଧ ମଧୁ(୭୫)ଙ୍କୁ ପଟାଙ୍ଗପଡା ନିଜ ସମୁଦି ଘରୁ ଫେରୁଥିବା ବେଳେ ମ.ରାମପୁର ବ୍ଲକ ନୁନପୁର ର ବ୍ୟକ୍ତି ବାଇକ ଚାଳକ କରୁଣାକର ବିଭାର ବାଇକ ମଡେଇ ଦେବାରୁ ଘଟଣା ସ୍ଥଳରେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ଘଟଣା ସ୍ଥଳରେ ନର୍ଲା ପୋଲିସ ପହଞ୍ଚି ବାଇକ ଚାଳକକୁ ଗିରଫ କରିବା ସହ ବଜାଜ ଡିସ୍କଭର ବାଇକ ଓଡ଼ି ୦୮ଏଫ ୩୫୫୭ ଗାଡିଟିକୁ ଜବତ କରି ଥାନାକୁ ଆଣିଛି। ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠେଇଥିବା ଜଣା ପଡ଼ିଛି। ସାମନା ପଟୁ ଗୋଟିଏ ବୋଲେରୋ ଗାଡି ଆସୁଥିବା ବେଳେ ମୁହଁରେ କ୍ଷୀପ୍ର ଆଲୁଅ ପଡିବାରୁ ସାଇଟ ଦେବାବେଳେ ବୃଦ୍ଧଙ୍କୁ ଦେଖିନପାରି ଗାଡି ଚଢି ଯାଇଥିବା ବାଇକ ଚାଳକ ଶ୍ରୀ ବିଭାର ମତ ବ୍ୟକ୍ତ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.