ବିରୋଧୀଙ୍କ ଉପରେ ରେଡକୁ ଦେଖି ଡରୁଛି କି ବିଜେଡି ?

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଦେଶ ହେଉ କିମ୍ବା ରାଜ୍ୟ ମହିଳା ସବୁବେଳେ ରାଜନୀତିର କେନ୍ଦ୍ରବିନ୍ଦୁ ହୋଇ ଆସିଛନ୍ତି। ମହିଳାଙ୍କୁ ନେଇ ରାଜନୀତି ହେଉ କିମ୍ବା ରାଜନୀତିରେ ମହିଳା ସବୁଥିରେ ମହିଳା ହିଁ ଚର୍ଚ୍ଚାରେ। ଆଗକୁ ନିର୍ବାଚନ ଥିବାରୁ ଏବେ ମହିଳାଙ୍କୁ ରାଜନୈତିକ କ୍ଷେତ୍ରରେ ଅଧିକ ସଂରକ୍ଷଣକୁ ନେଇ ରାଜନୀତି ତୀବ୍ର ହୋଇଛି। ମହିଳା ସଂରକ୍ଷଣ ଦାବି ନେଇ ବିଆରଏସ ନେତ୍ରୀ କେ କବିତା ଦିଲ୍ଲୀରେ ଧାରଣା ଦେଇଛନ୍ତି। ଦେଶର ୧୮ ଟି ଦଳ କବିତାଙ୍କ ଏହି ଧାରଣାକୁ ସମର୍ଥନ ଦେଇଛନ୍ତି। କବିତା ବିଜେପି ସରକାରକୁ ଟାର୍ଗେଟ କରିବା ସହ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ବିଜେପି କାର୍ଯ୍ୟକାରୀ କରିବା ଉଚିତ ବୋଲି କହିଛନ୍ତି। ବିଧାନସଭା ଓ ଲୋକସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ଲାଗି ସଂସଦରେ ବିଲ କରିବାକୁ ଦାବି ହୋଇଆସୁଛି। ଓଡ଼ିଶାର ବିଜେଡି ଏ ପ୍ରସଙ୍ଗରେ ପୂର୍ବରୁ ଆନ୍ଦୋଳନ କରିବା ସହ ସବୁ ରାଜ୍ୟକୁ ଏକାଠି କରିବାକୁ ଅଭିଯାନ ଆରମ୍ଭ କରିଥିଲା। ଏପରିକି ସଂସଦରେ ମଧ୍ୟ କଥା ଉଠାଇଥିଲା। ଏବେ କିନ୍ତୁ କବିତା ଏ କଥାକୁ ନେଇ ଆନ୍ଦୋଳନ କରିଥିବା ବେଳେ ବିଜେଡି ସମର୍ଥନ ଦେଇନାହିଁ। ତେଣୁ ମହିଳା ପ୍ରସଙ୍ଗକୁ ନେଇ ବିଜେଡି ଯେଉଁ କଥା କହୁଛି ସେଥିରେ ଆନ୍ତରିକତା ନାହିଁ ବୋଲି ରାଜନୀତି ସମୀକ୍ଷକ ମାନେ କହିଛନ୍ତି। ନିର୍ବାଚନ ପୂର୍ବରୁ ବିଜେପି ନିଜର ଦୁଇଟି ଇସ୍ତାହାରରେ ମହିଳା ସଂରକ୍ଷଣ ନେଇ ପ୍ରତିଶୃତି ଦେଇଥିଲା। କିନ୍ତୁ ଏଯାଏ ପ୍ରତିଶ୍ରୁତି ପୂରଣ କରାଯାଇ ନାହିଁ। ତେଣୁ ଏହି ପ୍ରତିଶୃତି ବିଜେପି ପାଳନ କରୁ ବୋଲି ଦାବି କରିଛନ୍ତି କେ କବିତା। କିନ୍ତୁ ମହିଳାଙ୍କ ପ୍ରସଙ୍ଗକୁ ଗୁରୁତ୍ୱ ଦେଇ ଆଗକୁ ବଢ଼ୁଥିବା ବିଜେଡି ପାଇଁ ଏହା ବଡ଼ ଚିନ୍ତାଜନକ ସ୍ଥିତି ସୃଷ୍ଟି କରିଛି। କବିତାଙ୍କ ଆନ୍ଦୋଳନ ପରେ ବିଜେଡି ଦୌଦୁଲ୍ୟମାନ ସ୍ଥିତିରେ ବୋଲି କୁହାଯାଉଛି। ମିଶନ ଶକ୍ତି ଦ୍ୱାରା ମହିଳାଙ୍କୁ ସଶକ୍ତ କରିବା ହେଉ କିମ୍ବା ପଂଚାୟତ ପୌର ନିର୍ବାଚନରେ ମହିଳାଙ୍କୁ ସଂରକ୍ଷଣ ସବୁଥିରେ ବିଜେଡି ଆଗୁଆ ରହିଛି। ଏପରିକି ବିଧାନସଭା ନିର୍ବାଚନଠୁ ଆରମ୍ଭ କରି ଅନ୍ୟାନ୍ୟ ନିର୍ବାଚନରେ ଦଳ ଅଧିକ ମହିଳାଙ୍କୁ ପ୍ରାର୍ଥୀ କରିଛି। କିନ୍ତୁ କବିତାଙ୍କ ଆନ୍ଦୋଳନକୁ ନେଇ ଦଳର ଅଡୁଆ ବଢିଛି। ଆଗକୁ ନିର୍ବାଚନ ଥିବାରୁ ଏହା ରାଜନୈତିକ କ୍ଷେତ୍ରରେ ମଧ୍ୟ ବିଜେଡି ଉପରେ ପ୍ରଭାବ ପକାଇବ ବୋଲି ରାଜନୀତି ସମୀକ୍ଷକ ମାନେ ଆଶଙ୍କା ପ୍ରକାଶ କରିଛନ୍ତି। ଆଗକୁ ନିର୍ବାଚନ ଥିବାବେଳେ ବିରୋଧୀଙ୍କ ସହ ଏକାଠି ହୋଇ କେନ୍ଦ୍ରୀୟ ବିଜେପିକୁ ବିଜେଡି ଅସନ୍ତୁଷ୍ଟ କରିବାକୁ ଚାହୁଁ ନାହିଁ ବୋଲି ଚର୍ଚ୍ଚା ହେଉଛି। ସେଥିପାଇଁ ୧୮ ଟି ରାଜନୈତିକ ଦଳ ଏ ପ୍ରସଙ୍ଗରେ କବିତାଙ୍କୁ ସମର୍ଥନ ଦେଇଥିଲେ ମଧ୍ୟ ବିଜେଡି ଚୁପ ରହିଥିବା କୁହାଯାଉଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.